ETV Bharat / state

ଘର ଖୋଜୁଛି ଘରଚଟିଆ - ଘର

ବିପଦରେ ପ୍ରକୃତି ବନ୍ଧୁ । ଲୁପ୍ତପ୍ରାୟ ବିଭିନ୍ନ ପକ୍ଷୀ । ଆଉ ଶୁଭୁନି କିଚିରି ମିଚିରି ଶଦ୍ଦ । କାଳ ପାଲଟିଛି ମୋବାଇଲ ଟାୱାର । ପ୍ରାକୃତିକ ଜଳବାୟୁ ପରିବର୍ତ୍ତନ, କଂକ୍ରିଟ ରାସ୍ତା ଯୋଗୁଁ ହଜି ଗଲେଣି ଘରଚଟିଆ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jul 1, 2019, 10:44 PM IST

ବରଗଡ: ବିପଦରେ ପ୍ରକୃତି ବନ୍ଧୁ । ଲୁପ୍ତପ୍ରାୟ ବିଭିନ୍ନ ପକ୍ଷୀ । ଆଉ ଶୁଭୁନି କିଚିରି ମିଚିରି ଶଦ୍ଦ । କାଳ ପାଲଟିଛି ମୋବାଇଲ ଟାୱାର । ପ୍ରାକୃତିକ ଜଳବାୟୁ ପରିବର୍ତ୍ତନ, କଂକ୍ରିଟ ରାସ୍ତା ଯୋଗୁଁ ହଜି ଗଲେଣି ଘରଚଟିଆ ।
ବିକାଶ ନାଁରେ ପ୍ରକୃତିକୁ ନଷ୍ଟ କରିଚାଲିଛି ମଣିଷ । ନିଜ କଥା ଭାବିବାବେଳେ ଏହି ସ୍ବାର୍ଥପର ମଣିଷ କିନ୍ତୁ ପ୍ରକୃତିର ସୁରକ୍ଷା କବଚ ଗଛ, ଜଙ୍ଗଲ, ପଶୁ ପକ୍ଷୀଙ୍କ କଥା ଭୁଲି ଯାଉଛି । ପରିଣାମ ସ୍ବରୂପ ଏବେ ବିଲୁପ୍ତ ହେବାକୁ ବସିଲେଣି ବିଭିନ୍ନ ପ୍ରଜାତିର ପକ୍ଷୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଦିନ ଥିଲା ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ, ସବୁଠି ଘର ଚଟିଆ, କୁଆ ଦେଖାଯାଉଥିଲେ । ଗାଁ ଦାଣ୍ଡରେ ଘର ଚଟିଆଙ୍କ ଗୁରୁଣ୍ଡି ଗୁରୁଣ୍ଡି ଖେଳିବା ଦୃଶ୍ୟ ହୁଏତ ଆପଣ ବି ଭୁଲିନଥିବେ । ହେଲେ ଏବେ କିନ୍ତୁ ବିପଦରେ ପ୍ରକୃତ ବନ୍ଧୁର ଆଖ୍ୟ ପାଇଥିବା ଏହି ପକ୍ଷୀଟି । ମୋବାଇଲ ଟାୱାରର ରେଡିଏସନ, ଯାନବାହାନ ଏବଂ କଳକାରଖାନାମାନଙ୍କରୁ ନିର୍ଗତ ହେଉଥିବା ଦୂଷିତ ଧୂଆଁରେ ଏମାନେ ଲୋପ ହେବାକୁ ବସିଲେଣି ।

ଖାଲି ଏତିକି ନୁହଁ, ପକ୍ଷୀମାନଙ୍କର ବିଲୁପ୍ତ ହେବାରୁ କୀଟପତଙ୍ଗ ଗୁଡିକ ପ୍ରାଦୂର୍ଭାବ ବଢାଇ ଚାଲିଛନ୍ତି । ପରିଣାମ ସ୍ବରୂପ ବିଭିନ୍ନ ଚାଷ ଏବେ ପୋକ ପାଇଁ ନଷ୍ଟ ହୋଇଯାଉଛି । ନିଜର ବସା ନଥିଲେ ବି ମଣିଷର କୁଡିଆରେ ବେଶ ସୁରକ୍ଷିତ ମନେ କରିଥାଏ ଘର ଚଟିଆ । ହେଲେ ଏବେ ନା ରହୁଛି କୁଡିଆ ନା ଏ ପକ୍ଷୀକୁ ମିଳୁଛି ସାହାରା ।

କୀଟନାଶକର ବହୁଳ ବ୍ୟବହାର ଯୋଗୁଁ ନିଜ ଛୁଆଙ୍କ ପାଇଁ ଖାଦ୍ୟ ବି ଯୋଗାଇ ପାରୁନି ଘର ଚଟିଆ । ବଂଶ ବିସ୍ତାର ପାଇଁ ଏହା ବଡ ପ୍ରତିବନ୍ଧକ ହୋଇଛି । ଅତୀତରେ ନେଦରଲ୍ୟାଣ୍ଡରେ 5ଜି ଟାୱାରର ପରୀକ୍ଷଣ ବେଳେ ହଜାର ହଜାର ପକ୍ଷୀଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚମକାଇ ଦେଇଥିଲା । ଆଉ ଏବେ ବହୁଳ ମାତ୍ରାରେ ଟାୱାରର ବ୍ୟବହାର ପଶୁପ୍ରେମୀଙ୍କ ଭିତରେ ଆଶଙ୍କା ସୃଷ୍ଟି କରିଛି ।

ପ୍ରାକୃତିକ ଜଳବାୟୁ ପରିବର୍ତ୍ତନ, କଂକ୍ରିଟ ରାସ୍ତା ଆଦି ପାଇଁ ବିଭିନ୍ନ ପକ୍ଷୀ ଏବେ ବିଲୁପ୍ତ ପ୍ରାୟ, ତେଣୁ ଏମାନଙ୍କ ହିତକୁ ଦୃଷ୍ଟିରେ ରଖି ସମସ୍ତେ ଆଗେଇ ଆସିବା ଉଚିତ୍ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.