ETV Bharat / state

କୋରୋନା ଲକ ଡାଉନ: ସକାଳ 7ରୁ 4ଟା ଯାଏଁ ଖୋଲା ରହିବ ଗ୍ରୋସରୀ ଓ ପରିବା ଦୋକାନ

author img

By

Published : Mar 25, 2020, 7:44 PM IST

Updated : Mar 25, 2020, 8:26 PM IST

ଦେଶରେ 21 ଦିନ ପର୍ଯ୍ୟନ୍ତ ଲକଡାଉନ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ, ଜନସାଧାରଣଙ୍କ ଜରୁରୀକାଳିନ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଗ୍ରୋସରୀ ଦୋକାନ ଏବଂ ପନିପରିବା ଦୋକାନ ଖୋଲାରହିବ। ଅଧିକ ପଢନ୍ତୁ...

baragargh news
ସକାଳ 7ରୁ 4ଟା ଯାଏଁ ଖୋଲା ରହିବ ଗ୍ରୋସରୀ ଓ ପରିବା ଦୋକାନ

ବରଗଡ: ମହାମାରୀ କୋରୋନା ପାଇଁ ସାରା ଦେଶରେ 21 ଦିନ ପର୍ଯ୍ୟନ୍ତ ଲକଡାଉନ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ଆଜି(ବୁଧବାର) ବରଗଡ ଜିଲ୍ଲାରେ ଲକଡାଉନର ପ୍ରଥମ ଦିନରେ ବରଗଡ ଓ ପଦ୍ମପୁର ଉପଖଣ୍ଡରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଲୋକଙ୍କ ଗମନା ଗମନ ଆଦୌ ଦେଖିବାକୁ ମିଳିନଥିଲା। ସହରରେ ପୋଲିସ ପକ୍ଷରୁ ବ୍ୟାପକ ଚେଷ୍ଟା କରାଯାଉଛି ଲୋକଙ୍କୁ ସଚେତନ କରାଇବା ପାଇଁ ।

ତେବେ ଜନସାଧାରଣଙ୍କ ଜରୁରୀକାଳିନ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଗ୍ରୋସରୀ ଦୋକାନ ଏବଂ ପନିପରିବା ଦୋକାନ ଖୋଲାରହିବ। କିନ୍ତୁ ସକାଳ 7 ଟାରୁ 4ଟା ପର୍ଯ୍ୟନ୍ତ ଦୋକାନୀ ବିକ୍ରି କରିପାରିବା ନେଇ ବରଗଡ ଜିଲ୍ଲାପାଳ ଜଣାଇଛନ୍ତି। ଏହି ନିୟମକୁ ଉଲ୍ଲଙ୍ଘନ କଲେ ଦୋକାନୀ ମାନେ ଦଣ୍ଡିତ ହେବେ ବୋଲି ପ୍ରଶାସନ ପକ୍ଷରୁ ତାଗିତ କରାଯାଇଛି। ବୁଧବାର ପ୍ରଥମ ଦିନରେ ଲୋକେ ଘରୁ ବାହାରିଥିଲେ ମଧ୍ୟ ପୋଲିସର କଡା ପଦକ୍ଷେପ କାରଣରୁ ଲୋକଙ୍କୁ ଘରକୁ ଫେରିବାକୁ ପଡିଥିଲା। ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ ଭୟର ବାତାବରଣ ଯୋଗୁଁ ପ୍ରଥମ ଦିନରେ ରାସ୍ତାଘାଟ ସୁନସାନ ହୋଇପଡିଥିଲା ।

କୋରୋନା ଲକ ଡାଉନ

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Mar 25, 2020, 8:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.