ETV Bharat / state

ବରଗଡ଼ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌ - ବରଗଡ଼ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ବରଗଡ଼ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌। 5ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା। ଅଧିକ ପଢନ୍ତୁ

Train accident in bargarh
Train accident in bargarh
author img

By

Published : Jun 5, 2023, 11:24 AM IST

Updated : Jun 5, 2023, 12:19 PM IST

ବରଗଡ଼ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ବରଗଡ: ରଜ୍ୟରେ ଆଉ ଏକ ରେଳ ଦୁର୍ଘଟଣା । ବରଗଡ଼ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌ । ଭଟଲୀ ସମ୍ବରଧରା ପାଖରେ ଦୁର୍ଘଟଣା ଘଟିଥିବା ସୂଚନା। ଟ୍ରେନ୍‌ର 4ଟି ବଗି ଲାଇନଚ୍ୟୁତ ହୋଇଥିବା କୁହାଯାଉଛି । ଟ୍ରେନ୍‌ରେ ଚୂନପଥର ବୋଝେଇ ହୋଇଥିବା ବେଳେ ଡୁଙ୍ଗୁରୀ ମାଇନସରୁ ବରଗଡ଼ ଆସୁଥିଲା । ଏହି ଘଟଣାରେ କେହି ଆହତ ହୋଇନଥିବା ସୂଚନା । ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାର ତିନି ଦିନ ପରେ ବରଗଡରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ୍‌ ।

ଗୋଟିଏ ପଟେ ବାହାନଗା ରେଳ ଦୁର୍ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଜି ବରଗଡରେ ରେଳ ଦୁର୍ଘଟଣା ଘଟିଛି । ଏହି ଖବର ସମସ୍ତଙ୍କ ମନରେ ପୁଣି ଭୟ ଭରିଛି । ମାଲବାହୀ ଟ୍ରେନ ବରଗଡ଼ ଏସିସି ସିମେଣ୍ଟ କାରଖାନାକୁ ଚୂନପଥର ବୋଝେଇ ହୋଇଥିବା ବେଳେ ଭଟଲି ସମ୍ବରଧରା ନିକଟରେ ଲାଇନଚ୍ୟୁତ ହୋଇଥିଲା । ମାଲବାହୀ ଗାଡିର ଇଞ୍ଜିନକୁ ଲାଗି ରହିଥିବା 4 ଗୋଟି ବଗି ରେଳ ଧାରଣାରୁ ତଳକୁ ଚାଲିଯାଇ ଓଲଟିପଡ଼ିଥିଲା l ତେବେ ଟ୍ରେନ କର୍ମଚାରୀଙ୍କ କହିବା ଅନୁଯାୟୀ ଇଞ୍ଜିନ ଓ ବଗିକୁ ସଂଯୋଗ କରୁଥିବା ଏକ୍ସଲ ଭାଙ୍ଗି ଯିବାରୁ ଏପରି ଦୁର୍ଘଟଣା ଘଟିଛି ଏବଂ 4ଗୋଟି ବଗି ଓଲଟି ଯାଇଛି l କିନ୍ତୁ ଏହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଏକ ସିମେଣ୍ଟ କମ୍ପାନୀ ଏହି ଟ୍ରାକ୍‌ର ରକ୍ଷଣାବେକ୍ଷଣା ଦାୟିତ୍ୱରେ ରହିଛି । ଲାଇନଚ୍ୟୁତ ହୋଇଥିବା ଏହି ଗୋଟିଏ ଟ୍ରେନ୍‌ ହିଁ ଏହି ଲାଇନ୍‌ ଦେଇ ଯିବା ଆସିବା କରେ। ଏହାକୁ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ବାହାନଗା ଟ୍ରେନ ଟ୍ରାଜେଡି ପରେ ସ୍ବାଭାବିକ ଟ୍ରେନ ଚଳାଚଳ, ଗଡ଼ିଲା ପାସେଞ୍ଜର ଟ୍ରେନ୍‌

ଗତ ଶନିବାର ସନ୍ଧ୍ୟା ସମୟରେ ବାଲେଶ୍ବର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ହୋଇଥିଲା । ଦୁଇଟି ସୁପରଫାଷ୍ଟ ଏକ୍ସପ୍ରେସ ଓ ଗୋଟିଏ ମାଲବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ହେବା ଫଳରେ 275 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1000ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ଏହି ଭୟଙ୍କର ଛାତିଧରା ରେଳ ଦୁର୍ଘଟଣାପୁରା ବିଶ୍ବକୁ ଥରାଇ ଦେଇଛି । ଘଟଣା ସ୍ଥଳକୁ ଛୁଟିଥିଲା ନେତା ମନ୍ତ୍ରୀଙ୍କ ସୁଅ । ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ମଧ୍ୟ କରିଥିଲେ ସ୍ଥିତି ସମୀକ୍ଷା ।

ଗତକାଲି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାର ମୂଳ କାରଣ ଜଣାପଡିଥିବା ନେଇ କହିଥିଲେ ରେଳମନ୍ତ୍ରୀ। । ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁଁ ଏତେ ବଡ ଅଘଟଣ ଘଟିଛି । ଦୁର୍ଘଟଣା ସ୍ଥଳରେ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କରିବା ସମୟରେ ଏଭଳି ସୂଚନା ଦେଇଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ହିଁ ଦୁର୍ଘଟଣା ପଛର କାରଣ ବୋଲି ସେ କହିଥିଲେ । ତେବେ ଉଦ୍ଧାର କାର୍ଯ୍ୟ ଶେଷ ପରେ ଆରମ୍ଭ ହୋଇଥିଲା ରେଳ ଧାରଣା ମରାମତି କାର୍ଯ୍ୟ । ଦୁର୍ଘଟଣାର ପ୍ରାୟ 51 ଘଣ୍ଟା ପରେ ବାହାନଗା ରେଳ ଲାଇନ ସ୍ବାଭାବିକ ହୋଇଥିଲା । ପରୀକ୍ଷାମୂଳକ ଭାବେ ରବିବାର ରାତିରେ ପ୍ରଥମେ ମାଲଗାଡିକୁ ଛଡାଯାଇଥିଲା । ଏହି ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ ।

Last Updated : Jun 5, 2023, 12:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.