ETV Bharat / state

ନାବାଳିକା ଝିଆରୀକୁ ନିର୍ଯାତନା ଓ ବିଷ ଦେଇ ହତ୍ୟା କରିଥିବା କାକା ବିରୋଧରେ ଅଭିଯୋଗ - ନାବାଳିକା ଝିଆରୀକୁ ନିର୍ଯାତନା ଓ ବିଷ ଦେଇ ହତ୍ୟା କରିଥିବା କକା ବିରୋଧରେ ଅଭିଯୋଗ

ବରଗଡ ସଦର ଥାନାରେ କାକା ଓ ଖୁଡ଼ିର ଅମାନବୀୟ ନିର୍ଯ୍ୟାତନାରେ ବାପା ମା ଛେଉଣ୍ଡ ନାବାଳିକାକୁ ବିଷ ପିଆଇ ଜୀବନରେ ମାରିଦେଇଥିବା ଅଭିଯୋଗ ଆସିଛି । କାକା ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବାପରେ ଅନ୍ୟ ଜଣକୁ ବିବାହ କରାଇବା ପୁଣି ଵିଵାହର କିଛି ଦିନପରେ ଷଡ଼ଯନ୍ତ୍ର କରି ମାରିବା ପରି ସାଂଘାତିକ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

girl tortured and poisoned  death complaint against dada in bargarh
ନାବାଳିକା ଝିଆରୀକୁ ନିର୍ଯାତନା ଓ ବିଷ ଦେଇ ହତ୍ୟା କରିଥିବା କାକା ବିରୋଧରେ ଅଭିଯୋଗ
author img

By

Published : Nov 25, 2020, 3:35 AM IST

ବରଗଡ: ନାବାଳିକା ଝିଆରୀକୁ ନିର୍ଯାତନା ଓ ବିଷ ଦେଇ ହତ୍ୟା ଅଭିଯୋଗ । କାକା ,ଖୁଡ଼ିର ଅମାନବୀୟ ନିର୍ଯ୍ୟାତନାରେ ବାପା ମା ଛେଉଣ୍ଡ ନାବାଳିକାକୁ ବିଷ ପିଆଇ ଜୀବନରେ ମାରିଦେଇଥିବା ଅଭିଯୋଗ ଆସିଛି । କାକା ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବାପରେ ଅନ୍ୟ ଜଣକୁ ବିବାହ କରାଇବା ପୁଣି ଵିଵାହର କିଛି ଦିନପରେ ଷଡ଼ଯନ୍ତ୍ର କରି ମାରିବା ପରି ସାଂଘାତିକ ଅଭିଯୋଗ ହୋଇଛି ବରଗଡ ସଦର ଥାନାରେ । ପୋଲିସ ଘଟଣାକୁ ଚପାଇ ଦେଉଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି | ଏଭଳି ଘଟଣା ବରଗଡ ସଦର ଥାନା ଅନ୍ତର୍ଗତ ଗୁଡେଶିରା ଗ୍ରାମରେ ଘଟିଛି |

ନାବାଳିକା ଝିଆରୀକୁ ନିର୍ଯାତନା ଓ ବିଷ ଦେଇ ହତ୍ୟା କରିଥିବା କାକା ବିରୋଧରେ ଅଭିଯୋଗ

ନାବାଳିକାର ଭାଇକୁ ମୃତଦେହ ଦେଖାଯାଇନଥିବା ବେଳେ ନାବାଳିକା ର ମୃତଦେହ ପୋତାଯାଇଛି ନା ପୋଡାଯାଇଛି ତାହା ମଧ୍ୟ ଅସ୍ପଷ୍ଟ ରହିଛି । ବରଗଡ ସଦର ଥାନା ପୋଲିସର ତଦନ୍ତ ଅବହେଳା ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ଗୁଡ଼େସିରା ଓ ସୟାନ ଗାଁର ଲୋକେ ।ଏହାର ପ୍ରତିବାଦରେ ଶତାଧିକ ଉଭୟ ଗ୍ରାମର ମହିଳା ବରଗଡ଼ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନ୍ୟାୟ ଦାବୀର ନାରା ଲଗାଇଛନ୍ତି । ନାବାଳିକା ଝିଆରି ସହିତ ଅନୈତିକ ସମ୍ପର୍କ ରଖିଥିବା କାକା ସାର୍ତ୍ତିକ ଛୁରିଆ ନାମରେ ଝିଆରୀକୁ ଷଡଯନ୍ତ୍ର କରି ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ନେଇ ନାବାଳିକାର ଭାଇ ବାବାଜୀ ଛୁରିଆ ଥାନାରେ ଏତଲା ଦେଇଛନ୍ତି । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବରଗଡ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ନାବାଳିକା ଜଣକର ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ବେଳେ ନାବାଳିକାର ମୃତଦେହ କେଉଁଠି ଓ କିଏ ସତ୍କାର କଲା ଏବେ ରହସ୍ୟ ଘେରରେ ରହିଥିବା ଉଭୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ତେବେ ବରଗଡ଼ ଏସପି ପଦ୍ମିନୀ ସାହୁ ଘଟଣାର ତଦନ୍ତ ଠିକ ଚାଲିଛି ଏବଂ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଆବଶ୍ୟକ ପଦକ୍ଷେପ ନିଆଯିବ । ଯିଏ ଦୋଷୀ ଥିବ ନିଶ୍ଚୟ ଆଇନ ଦ୍ବାରା ଦଣ୍ଡିତ କରାଯିବ ବୋଲି ଏସପି ସ୍ପଷ୍ଟ କରିଛନ୍ତି |

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.