ETV Bharat / state

ବରଗଡରେ ଆୟୁର୍ବେଦ ଚିକିତ୍ସାଧିକାରୀଙ୍କ ସହଯୋଗୀତାରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଗାଁକୁ ଚିକିତ୍ସାର ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଅନେକ ପିଏଚସି(ପାର୍ଟ ଅଫ ହେଲଥ କେୟାର) ଓ ସିଏଚସି (କମ୍ୟୁନିଟି ହେଲଥ କେୟାର ଖୋଲିଛନ୍ତି। ହେଲେ ବରଗଡ ଜିଲ୍ଲାରେ ବର୍ତ୍ତମାନ ଡାକ୍ତରଙ୍କ ଅଭାବ ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟ ସେବା |

author img

By

Published : Feb 18, 2019, 11:38 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବରଗଡ: ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଗାଁକୁ ଚିକିତ୍ସାର ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଅନେକ ପିଏଚସି(ପାର୍ଟ ଅଫ ହେଲଥ କେୟାର) ଓ ସିଏଚସି (କମ୍ୟୁନିଟି ହେଲଥ କେୟାର ଖୋଲିଛନ୍ତି। ହେଲେ ବରଗଡ ଜିଲ୍ଲାରେ ବର୍ତ୍ତମାନ ଡାକ୍ତରଙ୍କ ଅଭାବ ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟ ସେବା | ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି ଫଳରେ ରୋଗୀ ମାନେ ଦୂରଦୁରାନ୍ତରୁ ଚିକିତ୍ସା ପାଇଁ ଯାଇ ଅଯଥାରେ ଖର୍ଚ୍ଚାନ୍ତରେ ପଡୁଛନ୍ତି। ଏପରି ପରିସ୍ଥିତିରେ ବରଗଡ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀଙ୍କ ସହଯୋଗୀତାରେ ଚାଲିଥିବା ମାଗଣା ଆୟୁଷ ଚିକିତ୍ସା ଶିବିର ଲୋକଙ୍କୁ କିଛିଟା ଆଶ୍ଵସ୍ତି ଦେଇଛି।

ବହୁ ପୁରାତନ ଯୁଗର ଆୟୁର୍ବେଦିକ ଓ ହୋମିଓପାଥି ଚିକିତ୍ସାରେ ଲୋକଙ୍କ ବିଶ୍ୱାସ ବଢିଚାଲିଛି। ସରକାର ମଧ୍ୟ ଆୟୁଷ ଡାକ୍ତର ମାନଙ୍କୁ ନିଯୁକ୍ତି ଦେଇଛନ୍ତି | ତେବେ ଆୟୁଷ ନିର୍ଦ୍ଦେଶାଳୟ ତଥା ବରଗଡ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀଙ୍କ ସହଯୋଗୀତାରେ ବରଗଡ ଜିଲ୍ଲାରେ ଚାଲିଥିବା ମାଗଣା ଆୟୁଷ ଚିକିତ୍ସା ଏବଂ ପରାମର୍ଶ ଶିବିରରେ ହଜାର ହଜାର ଲୋକ ଉପକୃତ ହେଉଥିବା ପରିଲକ୍ଷିତ ହୋଇଛି |

ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଶ୍ରୀଗିଡା ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଆଖପାଖ ବହୁ ଗ୍ରାମାଞ୍ଚଳର ଶତାଧିକ ରୋଗୀ ଏହାର ସୁଯୋଗ ନେଇଥିଲେ | ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ବହୁ ବୟସ୍କ ରୋଗୀଙ୍କ ଭିଡ ଲାଗିରହିଥିଲା ଏହି ଶିବିରରେ | ଆୟୁଷ ପକ୍ଷରୁ ଚାଲିଥିବା ଏହି ଶିବିରରେ ଆୟୁର୍ବେଦିକ, ହୋମିଓପାଥି ଚିକିତ୍ସା ସହିତ ଯୋଗ ଶିକ୍ଷା ଓ ପ୍ରଶିକ୍ଷଣ ମଧ୍ୟ କରାଯାଇଥିଲା। ସମସ୍ତ ରୋଗୀଙ୍କୁ ମାଗଣାରେ ଆବଶ୍ୟକୀୟ ଔଷଧ ମଧ୍ୟ ବିତରଣ କରାଯାଇଥିଲା | ଜଲନ୍ଧର ବନ୍ଧ ଯୋଗ ପଦ୍ଧତିରେ ଦାନ୍ତ ଚିକିତ୍ସା ମଧ୍ୟ କରାଯାଇଥିଲା ଯେଉଁଥିରେ ବିନା ଇଞ୍ଜେକସନ ବା ବିନା ଏନେସଥେସିଆ ବ୍ୟବହାରରେ ରକ୍ତ ନବାହାରି ଦାନ୍ତ ଓପାଡିଥିଲେ ରୋଗୀ।

undefined

ଏହି ଆୟୁଷ ସ୍ୱାସ୍ଥ୍ୟ ଶିବିରକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ସୁବ୍ରତ ବେହେରା ଉଦଘାଟନ କରିଥିଲେ | ଚିକିତ୍ସାଧିକାରୀ ଡ଼ା କିଶୋର କୁମାର ମିଶ୍ରଙ୍କ ସଭାପତିତ୍ଵରେ ଏକ ସଭା ଆୟୋଜିତ ହୋଇଥିଲା | ତେବେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରୀ ଦଳ ଏହି ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

ବରଗଡରେ ଆୟୁର୍ବେଦ ଚିକିତ୍ସାଧିକାରୀଙ୍କ ସହଯୋଗୀତାରେ ମାଗଣା ସ୍ବାସ୍ଥ୍ୟ ଶିବିର            

ବରଗଡ: ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ଗାଁକୁ ଚିକିତ୍ସାର ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଅନେକ  ପିଏଚସି(ପାର୍ଟ ଅଫ ହେଲଥ କେୟାର) ଓ ସିଏଚସି (କମ୍ୟୁନିଟି ହେଲଥ କେୟାର ଖୋଲିଛନ୍ତି। ହେଲେ ବରଗଡ ଜିଲ୍ଲାରେ ବର୍ତ୍ତମାନ ଡାକ୍ତରଙ୍କ ଅଭାବ ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟ ସେବା | ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି ଫଳରେ ରୋଗୀ ମାନେ ଦୂରଦୁରାନ୍ତରୁ ଚିକିତ୍ସା ପାଇଁ ଯାଇ ଅଯଥାରେ ଖର୍ଚ୍ଚାନ୍ତରେ ପଡୁଛନ୍ତି। ଏପରି ପରିସ୍ଥିତିରେ ବରଗଡ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀଙ୍କ ସହଯୋଗୀତାରେ ଚାଲିଥିବା ମାଗଣା ଆୟୁଷ ଚିକିତ୍ସା ଶିବିର ଲୋକଙ୍କୁ କିଛିଟା ଆଶ୍ଵସ୍ତି ଦେଇଛି।  

ବହୁ ପୁରାତନ ଯୁଗର ଆୟୁର୍ବେଦିକ ଓ ହୋମିଓପାଥି ଚିକିତ୍ସାରେ ଲୋକଙ୍କ ବିଶ୍ବାସ ବଢିଚାଲିଛି। ସରକାର ମଧ୍ୟ ଆୟୁଷ ଡାକ୍ତର ମାନଙ୍କୁ ନିଯୁକ୍ତି ଦେଇଛନ୍ତି | ତେବେ ଆୟୁଷ ନିର୍ଦ୍ଦେଶାଳୟ ତଥା ବରଗଡ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀଙ୍କ ସହଯୋଗୀତାରେ ବରଗଡ ଜିଲ୍ଲାରେ ଚାଲିଥିବା ମାଗଣା ଆୟୁଷ ଚିକିତ୍ସା ଏବଂ ପରାମର୍ଶ ଶିବିରରେ ହଜାର ହଜାର ଲୋକ ଉପକୃତ ହେଉଥିବା ପରିଲକ୍ଷିତ ହୋଇଛି |

ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଶ୍ରୀଗିଡା ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏହି ମାଗଣା ସ୍ବାସ୍ଥ୍ୟ ଶିବିରରେ ଆଖପାଖ ବହୁ ଗ୍ରାମାଞ୍ଚଳର ଶତାଧିକ ରୋଗୀ ଏହାର ସୁଯୋଗ ନେଇଥିଲେ | ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ବହୁ ବୟସ୍କ ରୋଗୀଙ୍କ ଭିଡ ଲାଗିରହିଥିଲା ଏହି ଶିବିରରେ | ଆୟୁଷ ପକ୍ଷରୁ ଚାଲିଥିବା ଏହି ଶିବିରରେ ଆୟୁର୍ବେଦିକ, ହୋମିଓପାଥି ଚିକିତ୍ସା ସହିତ ଯୋଗ ଶିକ୍ଷା ଓ ପ୍ରଶିକ୍ଷଣ ମଧ୍ୟ କରାଯାଇଥିଲା। ସମସ୍ତ ରୋଗୀଙ୍କୁ ମାଗଣାରେ ଆବଶ୍ୟକୀୟ ଔଷଧ ମଧ୍ୟ ବିତରଣ କରାଯାଇଥିଲା | ଜଲନ୍ଧର ବନ୍ଧ ଯୋଗ ପଦ୍ଧତିରେ ଦାନ୍ତ ଚିକିତ୍ସା ମଧ୍ୟ କରାଯାଇଥିଲା ଯେଉଁଥିରେ ବିନା ଇଞ୍ଜେକସନ ବା ବିନା ଏନେସଥେସିଆ ବ୍ୟବହାରରେ ରକ୍ତ ନବାହାରି ଦାନ୍ତ ଓପାଡିଥିଲେ ରୋଗୀ।

ଏହି ଆୟୁଷ ସ୍ବାସ୍ଥ୍ୟ ଶିବିରକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ସୁବ୍ରତ ବେହେରା ଉଦଘାଟନ କରିଥିଲେ | ଚିକିତ୍ସାଧିକାରୀ ଡ଼ା କିଶୋର କୁମାର ମିଶ୍ରଙ୍କ ସଭାପତିତ୍ଵରେ ଏକ ସଭା ଆୟୋଜିତ ହୋଇଥିଲା | ତେବେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରୀ ଦଳ ଏହି ସ୍ବାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.