ETV Bharat / state

ନକଲି ସପିଂ ୱେବସାଇଟରେ ଠକାମୀ, ସତର୍କ କଲେ ସାଇବର ଏକ୍ସପର୍ଟ - Barharh

ବିଭିନ୍ନ ଅନଲାଇନ ସପିଂ ୱେବସାଇଟର ନକଲି ୱେବସାଇଟ ଇଣ୍ଟରନେଟରେ ସକ୍ରିୟ । ଠକାମୀରୁ ବର୍ତ୍ତିବା ପାଇଁ ଟିପ୍ସ ଦେଲେ ସାଇବର ଏକ୍ସପର୍ଟ । ଅଧିକ ପଢ଼ନ୍ତୁ...

Fraud on fake shopping websites, cyber experts warns, ନକଲି ସପିଙ୍ଗ ୱେବସାଇଟରେ ଠକାମି, ସତର୍କ କଲେ ସାଇବର ଏକ୍ସପର୍ଟ, Barharh, ବରଗଡ଼ ଖବର
ନକଲି ସପିଂ ୱେବସାଇଟରେ ଠକାମୀ, ସତର୍କ କଲେ ସାଇବର ଏକ୍ସପର୍ଟ
author img

By

Published : Jul 14, 2020, 1:12 AM IST

ବରଗଡ଼: ଅନଲାଇନ ସପିଂ ପରି ବିଭିନ୍ନ ୱେବସାଇଟ ଗୁଡି଼ର ଡୁପ୍ଲିକେଟ ବା ନକଲି ୱେବସାଇଟ ଏବେ ସକ୍ରିୟ ହୋଇ ଲୋକଙ୍କୁ ଠକୁଥିବା ଅଭିଯୋଗ ହେବାପରେ ବରଗଡ଼ର ସାଇବର ଏକ୍ସପଟ ଚିରାଗ ରଥ ଅନଲାଇନ କିଣାବିକା କରୁଥିବା ଲୋକଙ୍କୁ ସଚେତନ କରାଇଛନ୍ତି ।

ନକଲି ସପିଂ ୱେବସାଇଟରେ ଠକାମୀ, ସତର୍କ କଲେ ସାଇବର ଏକ୍ସପର୍ଟ

ଫ୍ଲିପକାର୍ଟ ପରି ଅନଲାଇନ ୱେବସାଇଡର ଅବିକଳ ନକଲି ୱେବସାଇଟ ଇଣ୍ଟରନେଟରେ ରହିଥିବା ଦେଖାଇ ସେ ଲୋକଙ୍କୁ ସଚେତନ କରାଇଛନ୍ତି । ଫ୍ଲିପକାର୍ଟ ପରି ବହୁ କମ୍ପାନୀ ଏପରି ଠକ ୱେବସାଇଟ ବିରୋଧରେ ବିଭିନ୍ନ ସ୍ଥାନରେ ଏତଲା ଦେଇ ସାଇବର କେସ କରାଯାଇଥିଲେ ସୁଦ୍ଧା ଏପରି ଠକାମୀ କରୁଥିବା ରାକେଟକୁ ଧରିବାରେ ବିଫଳ ହୋଇଛି ପୋଲିସ ।

ଏପରି ବହୁ ଅନଲାଇନ ଠକ ୱେବସାଇଟକୁ ବ୍ୟବହାର କରିବା ମାତ୍ରେ ନିଜର ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଉଥିବା ଅଭିଯୋଗ ଆସୁଛି । ତେବେ କିପରି ଲୋକେ ଏପରି ଠକ ସାଇଟରୁ ବଞ୍ଚିପାରିବେ ସେନେଇ ଅନଲାଇନ କିଣାବିକା କରୁଥିବା ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ସାଇବର ଏକ୍ସପଟ ଚିରାଗ ରଥ । କଣ କରିବେ କେଉଁ ୱେବସାଇଟ ଅସଲି ଓ କେଉଁ ୱେବସାଇଟ ନକଲି ତାହା କିପରି ଚିହ୍ନିବେ ସେନେଇ କିଛିଟା ଟିପ୍ସ ଦେଇଛନ୍ତି ଚିରାଗ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.