ETV Bharat / state

ପାଞ୍ଚଟି ପ୍ରଶ୍ନ ନେତାଙ୍କୁ: ଅତାବିରାର କଂଗ୍ରେସ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ

author img

By

Published : Apr 9, 2019, 9:33 AM IST

Updated : Apr 9, 2019, 9:46 AM IST

'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ଏଥରର ଅତିଥି ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ । କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ବିଭିନ୍ନ ପ୍ରଶ୍ନର ଉତ୍ତର ସେ ରଖିଛନ୍ତି । ତେବେ ତାଙ୍କର ନିର୍ବାଚନୀ ସ୍ଲୋଗନ ରହିଛି 'କଂଗ୍ରେସର ଗ୍ୟାରେଣ୍ଟି, ହସିବ ଅତାବିରା ମାଟି' ।

ଫଟୋ ସୌଜନ୍ୟ- ସମ୍ବାଦଦାତା ବରଗଡ

ବରଗଡ: ଓଡିଶାର ଭାତ ହାଣ୍ଡି କୁହାଯାଉଥିବା ଅତାବିରା ନିର୍ବାଚନ ମଣ୍ଡଳୀରେ ଆଗାମୀ ସାଧାରଣ ନିର୍ବାଚନରେ ହେବ ତ୍ରିମୂଖୀ ଲଢେଇ | ତେବେ କଂଗ୍ରେସ ଏଥର ନିହାର ରଞ୍ଜନ ମହାନନ୍ଦଙ୍କୁ ମୈଦାନକୁ ଓହ୍ଲାଇଛି । ନିହାର ପୂର୍ବରୁ ମଧ୍ୟ ଏହି ବିଧାନସଭାରେ ବିଧାୟକ ମୁକୁଟ ପିନ୍ଧି ସାରିଛନ୍ତି । ଚଳିତଥର ସେ ପୁଣି ପ୍ରାର୍ଥୀ ହୋଇଛନ୍ତି | ଇଟିଭି ଭାରତର "ପାଞ୍ଚଟି ପ୍ରଶ୍ନ ନେତାଙ୍କୁ" ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନିଜର ଉତ୍ତର ରଖିଛନ୍ତି ।

ଦେଖନ୍ତୁ ଭିଡିଓ-

ଭିଡିଓ ସୌଜନ୍ୟ- ସମ୍ବାଦଦାତା ବରଗଡ

ନିହାର କହିଛନ୍ତି , ଏହି ଅଞ୍ଚଳରେ ଚାଷ ଓ ଚାଷୀଙ୍କ ସମସ୍ୟା ସବୁବେଳେ ଲାଗି ରହିଥାଏ । ଗତଥର ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ଏହି ଅଞ୍ଚଳରେ ବିଜୟୀ ହୋଇ ମନ୍ତ୍ରୀ ପଦ ଅକ୍ତିଆର କରିଥିଲେ । କିନ୍ତୁ ଏହି ଅଞ୍ଚଳର ଚାଷୀଙ୍କ ସମସ୍ୟା ଦୂର କରିବାରେ ସେ କେତେ ସଫଳ ହୋଇଛନ୍ତି ତାହା ଚଳିତ ନିର୍ବାଚନରେ ଲୋକେ ତାଙ୍କୁ ଜଣେଇ ହେବେ |

ତେବେ ନିହାର ପୁଣି କହିଛନ୍ତି ନିର୍ବାଚନରେ ବିଜୟୀ ହେଲେ ସେ ମୁଖ୍ୟତଃ ଚାଷ ଓ ଚାଷୀଙ୍କ ସମସ୍ୟା ଉପରେ ଅଧିକ ଗୁରୁତ୍ଵ ଦେବେ । କଂଗ୍ରେସ ସରକାର ଆସିଲେ ଛତିଶଗଡ଼ ରାଜ୍ୟ ପରି ଧାନର ମୂଲ୍ୟ କୁଇଣ୍ଟାଲ ପିଛା ୨୬୦୦ ତାଙ୍କ କରାଯିବ | ଚାଷ ପାଇଁ କେନାଲ ପାଣି ପହଞ୍ଚି ପାରୁନଥିବା ଅଞ୍ଚଳରେ ଜଳସେଚନର ବ୍ୟବସ୍ଥା ପ୍ରଥମେ କରାଯିବ । ଏଥିସହିତ ଅତାବିରାକୁ ସୁନ୍ଦର ସହର ରୂପେ ଗଢିବେ ବୋଲି ସେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟପଟେ ତାଙ୍କର ନିର୍ବାଚନୀ ସ୍ଲୋଗନ ରହିଛି "କଂଗ୍ରେସର ଗ୍ୟାରେଣ୍ଟି, ହସିବ ଅତାବିରା ମାଟି" । କଂଗ୍ରେସ ତାର ନିର୍ବାଚନୀ ଘୋଷଣା ଗ୍ୟାରେଣ୍ଟି ସହ ପୁରା କରୁଛି ଏବଂ ଅତାବିରାରେ ମଧ୍ୟ ଚାଷୀ, ଯୁବକ ଓ ମହିଳାମାନଙ୍କ ତଥା ଅଞ୍ଚଳର ବିକାଶ ଓ ଉନ୍ନତିର ଗ୍ୟାରେଣ୍ଟି କଂଗ୍ରେସ ଦଳ ଦେଉଛି ବୋଲି ନିହାର କହିଛନ୍ତି |

ବରଗଡରୁ ରାଜେଶ ଶରାଫ, ଇଟିଭି ଭାରତ

Last Updated : Apr 9, 2019, 9:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.