ETV Bharat / state

ମୌସୁମୀର ପ୍ରଥମ ବର୍ଷା, ଚାଷକାମ ପାଇଁ ସଜବାଜ ହେଉଛି ଚାଷୀ

author img

By

Published : Jun 13, 2020, 4:50 PM IST

ସଠିକ ସମୟରେ ରାଜ୍ୟରେ ପହଞ୍ଚିଛି ମୌସୁମୀ । ଏନେଇ ବରଗଡ ଜିଲ୍ଲାର ଚାଷୀଙ୍କ ମନରେ ଖେଳିଯାଇଛି ଖୁସିର ଲହରୀ । ଅଧିକ ପଢନ୍ତୁ...

ମୌସୁମୀର ପ୍ରଥମ ବର୍ଷା, ଚାଷକାମ ପାଇଁ ସଜବାଜ ହେଉଛି ଚାଷୀ
ମୌସୁମୀର ପ୍ରଥମ ବର୍ଷା, ଚାଷକାମ ପାଇଁ ସଜବାଜ ହେଉଛି ଚାଷୀ

ବରଗଡ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ସମସ୍ତେ ବର୍ଷାକୁ ଅପେକ୍ଷା କରିରହିଥିବା ବେଳେ ବରଗଡ ଜିଲ୍ଲାରେ ପହଞ୍ଚିଯାଇଛି ମୌସୁମୀ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ବର୍ଷା ହେବ ବୋଲି ଚାଷୀଙ୍କ ମନରେ ରହିଛି ଆଶା ଓ ବିଶ୍ଵାସ । ତେବେ ଠିକ ସମୟରେ ମୌସୁମୀ ମଧ୍ୟ ଆସି ବର୍ଷାର ପ୍ରଥମ ଝଲକ ଦେଖାଇ ଦେଇଥିବାବେଳେ ଜିଲ୍ଲାର ଚାଷୀଙ୍କ ମନରେ ଭରିଦେଇଛି ଖୁସିର ଲହରୀ |

ଚଳିତ ବର୍ଷ ଠିକ ସମୟରେ ଓଡିଶାକୁ ଛୁଇଁଛି ମୌସୁମୀ । ଏହା ପ୍ରଭାବରେ ବର୍ଷାର ଆଗମନ ହୋଇଥିବା ବେଳେ ଚାଷୀମାନେ ଖୁସିରେ ନିଜନିଜ ବିଲକୁ ସଜାଡିବା ପାଇଁ ବାହାରିପଡିଛନ୍ତି । ପ୍ରଥମ ବର୍ଷାରେ ମାଟି ଓଦା ହେବା ସହ ଚାଷ ଆରମ୍ଭ ପାଇଁ ସଠିକ ସମୟ ହୋଇଥିବାରୁ ଚାଷୀମାନେ ବିଭିନ୍ନ ଶସ୍ୟ ଜାତୀୟ ଉତ୍ପାଦନ ପାଇଁ ଅଣ୍ଟା ଭିଡିସାରିଲେଣି । କିଏ ଟ୍ରାକ୍ଟର ଜରିଆରେ ମାଟିକୁ ହାଲୁକା କରୁଛିତ ଆଉ କିଏ ବିଲରେ ବିହନ ବୁଣିବା ଆରମ୍ଭ କରିଲେଣି । ମୌସୁମୀର ଆଗମନରେ ପ୍ରଥମେ ଅଳ୍ପ ବର୍ଷା ହେଲେ ମଧ୍ୟ ଚାଷୀମାନେ ମୁଗ, ବିରି, ଚିନାବାଦାମ ପରି ଚାଷ ଆରମ୍ଭ କରିଦେଇଛନ୍ତି ।

ଚାଷୀମାନେ ବିହନ ବୁଣିଦେଇ ପୁଣି ବର୍ଷାର ଭରଷାରେ ଛାଡିଦେଇଛନ୍ତି ନିଜ ଜମିକୁ । ଭଲ ବର୍ଷା ହେଲେ ଭଲ ଚାଷ ହେବ । ଆଗକୁ ଭଗବାନ ଭରଷା ବୋଲି କହିଛନ୍ତି ବରଗଡ ଜିଲ୍ଲାର ଚାଷୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.