ETV Bharat / state

ବିସ୍ଥାପିତ ଭୟରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ 11 ହୀରାକୁଦ ବିସ୍ଥାପିତ ପରିବାର - displacement

ବରଗଡ ଜିଲ୍ଲା ଅତାବିରା ବ୍ଲକ ପାହାଡଶ୍ରୀଗିଡାର ୧୧ ଗୋଟି ପରିବାର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଫେରାଦ ହେଲେ 11 ହୀରାକୁଦ ବିସ୍ଥାପିତ ପରିବାର
ଫେରାଦ ହେଲେ 11 ହୀରାକୁଦ ବିସ୍ଥାପିତ ପରିବାର
author img

By

Published : Jan 6, 2021, 11:06 PM IST

ବରଗଡ: ହୀରାକୁଦ ବନ୍ଧ ନିର୍ମାଣ ସମୟରେ ହୋଇଥିବା ବିସ୍ତାପିତଙ୍କୁ ପୁଣି ବିସ୍ଥାପନର ଭୟ ଘାରିଛି । ବରଗଡ ଜିଲ୍ଲା ଅତାବିରା ବ୍ଲକ ପାହାଡଶ୍ରୀଗିଡାର ୧୧ ଗୋଟି ପରିବାର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଫେରାଦ ହେଲେ 11 ହୀରାକୁଦ ବିସ୍ଥାପିତ ପରିବାର

ହୀରାକୁଦ ବନ୍ଧ ଦ୍ଵାରା ବିସ୍ଥାପିତ ହୋଇ ବାପଅଜା ଅମଳରୁ ପାହାଡଶ୍ରୀଗିଡା ଗ୍ରାମରେ ଘରଦ୍ଵାର କରି ରହିଆସୁଥିଲେ ବହୁ ପରିବାର । ସେମାନେ ରହୁଥିବା ଜମିକୁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ନିଜ ଜମି କହି ବେଦଖଲ କରିବାକୁ ଚେଷ୍ଟା କରୁଥିଲେ । ଏହାସହ ସେମାନେ ରହୁଥିବା ୭୭ ଡିସିମିଲ ଜମିରୁ ୩୦ ଡିସିମିଲ ବିକ୍ରି କରିଦେବାରୁ ସମସ୍ତ ଘର ଖାଲି କରାଇବାକୁ ଯାଇ ଗୋଟେ ଘରକୁ ଜୋର ଜବରଦସ୍ତି ଭାଙ୍ଗି ଦିଆଯାଇଛି ।

ତେବେ ଅତାବିରା ଥାନାରେ ଏନେଇ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ବାଧ୍ୟ ହୋଇ ଗ୍ରାମର 11 ଗୋଟି ପରିବାର ବାସସ୍ଥାନ ହରାଇବା ଭୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ଏହାର ପ୍ରତିକାର କରିବାକୁ ଅନୁରୋଧ କରିଛନ୍ତି । ତେବେ ଏହାର ସମାଧାନ ନହେବା ପର୍ଯ୍ୟନ୍ତ ସେମାନେ ଜିଲ୍ଲାପାଳ ଅଫିସରୁ ଯିବେ ନାହିଁ ବୋଲି ଆଜି ମଧ୍ୟ ଜିଲ୍ଲାପାଳ ଅଫିସ ଆଗରେ ବସି ରହିଥିଲେ ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.