ETV Bharat / state

'କ୍ଷମତାକୁ ଆସିଲେ ଚାଷ, ଚାଷୀ ଓ ନିଯୁକ୍ତି ମୁଖ୍ୟ ପ୍ରସଙ୍ଗ'

ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପଦଟି ବିଜେଡି ହାତରେ ରହିଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ଯୁବ ନେତା ନିପନ ଦାସଙ୍କୁ ଟିକେଟ ଦେଇ ଦଳୀୟ ପ୍ରାର୍ଥୀ ଭାବେ ଛିଡା କରିଛି କଂଗ୍ରେସ।

author img

By

Published : Apr 2, 2019, 5:14 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବରଗଡ: ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପଦଟି ବିଜେଡି ହାତରେ ରହିଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ଯୁବ ନେତା ନିପନ ଦାସଙ୍କୁ ଟିକେଟ ଦେଇ ଦଳୀୟ ପ୍ରାର୍ଥୀ ଭାବେ ଛିଡା କରିଛି କଂଗ୍ରେସ। ନିପନ ଦାସ ପେଷାରେ ଜଣେ ଓକିଲ ହୋଇଥିବା ବେଳେ ସମାଜସେବା ଓ ରାଜନୀତି ପାଇଁ ଅତ୍ୟଧିକ ସମୟ ଦେଇଥାନ୍ତି।

ଚଳିତ ନିର୍ବାଚନରେ ଜନତା ଯଦି ତାଙ୍କୁ ବିଜୟୀ କରନ୍ତି ତେବେ ବରଗଡ ବିଧାନସଭାରେ ମୁଖ୍ୟତଃ କୃଷି ଓ କୃଷକ ମାନଙ୍କ ସମସ୍ୟାର ସମାଧାନ ସହିତ ବେକାରୀ ଯୁବକ ମାନଙ୍କ ରୋଜଗାର ଉପରେ ଅତ୍ୟଧିକ ଗୁରୁତ୍ଵ ଦେବେ ବୋଲି ସେ କହିଛନ୍ତି।

ତେବେ ଏନେଇ ଆମ ସମ୍ବାଦଦାତା 'ନେତାଙ୍କୁ ପାଞ୍ଚଟି ପ୍ରଶ୍ନ' ଅଭିଯାନରେ ତାଙ୍କ ସହ ଅଧିକ ଆଲୋଚନା କରିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବରଗଡ ବିଧାନସଭା ବାରମ୍ବାର ବିଜେଡି ହାତରେ ରହିଲେ ସୁଦ୍ଧା ନା ଚାଷୀଙ୍କ ଉନ୍ନତି ହେଲା ନା ଶିକ୍ଷା ,ସ୍ୱାସ୍ଥ୍ୟ ,ଗମନାଗମନ ଓ ପାନୀୟ ଜଳ ସମସ୍ୟାର ସମାଧାନ କରାଗଲା । କିନ୍ତୁ ସେ କ୍ଷମତାକୁ ଆସିଲେ ଏହି ସବୁ ସମସ୍ୟାର ପ୍ରଥମେ ସମାଧାନ କରାଯିବ ବୋଲି କହିଛନ୍ତି ।

ବରଗଡରେ ମହାମାରୀ କ୍ୟାନସର ରୋଗର ପ୍ରାର୍ଦୁଭାବ ଦିନକୁ ଦିନ ବଢିଚାଲିଥିବା ବେଳେ ଏହାର ପ୍ରତିକାରକ ଓ ଚିକିତ୍ସା ପାଇଁ ମଧ୍ୟ ଗୁରୁତ୍ଵ ଦେବେ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ନିପନ ଦାସ। ତେବେ ନୂତନ ଭାବେ ବିଧାୟକ ପଦରେ ପ୍ରାର୍ଥୀ ଭାବେ ଛିଡା ହୋଇଥିବା କଂଗ୍ରେସ ଦଳର ଯୁବ ନେତା ନିଜ ମନରେ ବହୁ ଆଶା ରଖିଛନ୍ତି ଯେ, ଜନତା ତାଙ୍କୁ ନିର୍ବାଚିତ କରି ବିକାଶ ମୂଳକ କାର୍ଯ୍ୟ ପାଇଁ ହାତ ବଢାଇବେ ନିଶ୍ଚିତ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.