ବରଗଡ଼: ଚାଷୀ ମାରଣ ନୀତି ବିରୋଧରେ ବରଗଡ ଜିଲ୍ଲାର ପଦ୍ମପୁର ଠାରେ ଚାଷୀଙ୍କ ବିରାଟ ସମାବେଶ । ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ଵୟ ସମିତି ପକ୍ଷରୁ ଶୁକ୍ରବାର ଶହ ଶହ ଚାଷୀଙ୍କୁ ନେଇ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା । କେନ୍ଦ୍ର ସରକାର କୃଷି କ୍ଷେତ୍ରରେ କମ୍ପାନୀକରଣ ତଥା ଚାଷୀ ମାରଣ ନୀତି ଓ କଳା ଆଇନର ଚକ୍ରାନ୍ତକୁ ବିଭିନ୍ନ ଚାଷୀ ସଂଗଠନ ମାନେ ବିରୋଧ କରିବା ସହିତ ଆଗାମୀ ଦିନରେ ଚାଷୀ ସଙ୍ଗଠନ ଉଚିତ ଜବାବ ଦେବେ ବୋଲି କୃଷକ ନେତାମାନେ ସମାବେଶରେ ଚେତାବନୀ ଦେଇଥିଲେ ।
ପଦ୍ମପୁରର ଗୋରୁ ବଜାରଠାରେ ଶହ ଶହ ଚାଷୀ ଏକତ୍ରିତ ହେବା ସହ ଏକ ବଡ଼ ଧରଣର ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ବରଗଡ଼ରୁ ରାଜେସ ସରାପ, ଇଟିଭି ଭାରତ