ETV Bharat / state

ଟୋକନ ଫେରିଯିବାରୁ ଧାନ ବିକ୍ରି କରିନପାରି ଆନ୍ଦୋଳନରେ ଚାଷୀ - ଚାଷୀ

ବରଗଡ ଜିଲ୍ଲାରେ ଚାଷୀଙ୍କ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଜିଲ୍ଲାର ବିଭିନ୍ନ ମାର୍କେଟ ୟାର୍ଡ଼ ଓ ଚାଷୀଙ୍କ ଘରେ ପାଖାପାଖି 3 ଲକ୍ଷ କୁଇଣ୍ଟାଲ ଧାନ ପଡିରହିଥିବା ବେଳେ ପ୍ରଶାସନ ଟୋକନ ଫେରାଇନେଇଯାଇଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

farmers-in-the-agitation-could-not-sell-the-paddy-as-the-token
ଟୋକନ ଫେରିଯିବାରୁ ଧାନ ବିକ୍ରି କରିନପାରି ଆନ୍ଦୋଳନରେ ଚାଷୀ
author img

By

Published : Jun 25, 2020, 7:51 PM IST

ବରଗଡ: ଜିଲ୍ଲାରେ ଚାଷୀଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜିଲ୍ଲାର ବିଭିନ୍ନ ମାର୍କେଟ ୟାର୍ଡ଼ ଓ ଚାଷୀଙ୍କ ଘରେ ପାଖାପାଖି 3 ଲକ୍ଷ କୁଇଣ୍ଟାଲ ଧାନ ପଡିରହିଥିବା ବେଳେ ପ୍ରଶାସନ ଟୋକନ ଫେରିଯାଇଥିବା ଦେଖାଇ ଧାନ ଉଠାଉନଥିବା ଅଭିଯୋଗ ଆଣିଛନ୍ତି ଚାଷୀ ।

ଟୋକନ ଫେରିଯିବାରୁ ଧାନ ବିକ୍ରି କରିନପାରି ଆନ୍ଦୋଳନରେ ଚାଷୀ

ସୂଚନା ଅନୁଯାୟୀ ଗତକାଲି ଭେଡେନ ବ୍ଲକ ପପଙ୍ଗା ମାର୍କେଟ ୟାର୍ଡ଼ରୁ ବହୁ ଚାଷୀ ଜିଲ୍ଲାପାଳଙ୍କ ନିକଟକୁ ଆସି ଆନ୍ଦୋଳନ ପାଇଁ ଚେତାବନୀ ଦେଇ ଯାଇଥିବା ବେଳେ ଆଜି ସେହି ଭେଡେନ ବ୍ଲକ ରେଶମ, ସାଲେପାଲି ଓ ପ୍ରଧାନପାଲି ଗ୍ରାମର ଶତାଧିକ ଚାଷୀ ଆନ୍ଦୋଳନରେ ବସିଛନ୍ତି ଜିଲ୍ଲାପାଳଙ୍କ ଅଫିସ ଆଗରେ । ସୂଚନାଥାଉକି ବରଗଡ଼ ଜିଲ୍ଲାରେ ୨୨୦୦ ଚାଷୀଙ୍କ ଟୋକାନ ଫେରିଯାଇଥିବାରୁ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନ ସବୁ ବିକ୍ରି କରିନପାରି ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । ଗୋଟିଏ ପଟେ ମୌସୁମୀ ବର୍ଷା ଆରମ୍ଭ ହୋଇ ଚାଷୀ ଖରିଫ ଫସଲ ପାଇଁ ପ୍ରସ୍ତୁତ ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ ଗତ ରବି ଫସଲର ଧାନ ବିକ୍ରି କରିପାରିନାହିଁ । ନାଁ ହାତରେ ପଇସା ଅଛି ନାଁ ପୁଣି ଚାଷ କରିବା ପାଇଁ ଆଉ ଇଛା ଅଛି ଚାଷୀର । ନିଜ କଷ୍ଟ ଉପାର୍ଜିତ ଧାନ ଯଦି ବିକ୍ରି ନହେଲା ଆଉ ଚାଷ କଣ ପାଇଁ କରିବ ଚାଷୀ ।

ଆସନ୍ତା ୩୦ ତାରିଖ ସୁଦ୍ଧା ଚାଷୀଙ୍କ ଧାନ ବିକ୍ରି ସମସ୍ୟାର ସମାଧାନ ନହେଲେ ସମସ୍ତ ସରକାରୀ ଅଫିସ ମାନଙ୍କରେ ଚାଷୀ ଧାନ ପକାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.