ETV Bharat / state

ବରଗଡ଼ରେ ବଢୁଛି ସଂକ୍ରମଣ, ଜରୁରୀ ବୈଠକ କଲେ ଜିଲ୍ଲାପାଳ - ବରଗଡରେ ବଢୁଛି ସଂକ୍ରମଣ

ମହାମାରୀ ଦୈନିକ ସଂକ୍ରମଣ ମାମଲା ବଢିବାରେ ଲାଗିଛି । କୋରୋନା ସାଙ୍ଗକୁ ନୂଆ ଭାରିଏଣ୍ଟ ଓମିକ୍ରମ ଘାଇଲା କଲାଣି । ଏ ନେଇ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡିବାକୁ ଲାଗିଲାଣି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ବରଗଡ଼ରେ ବଢୁଥିବା ସଂକ୍ରମଣ
ବରଗଡ଼ରେ ବଢୁଥିବା ସଂକ୍ରମଣ
author img

By

Published : Jan 6, 2022, 7:59 AM IST

Updated : Jan 6, 2022, 8:29 AM IST

ବରଗଡ: ଦୀର୍ଘ ଦିନ ପରେ ପୁଣି କଡ ଲେଉଟାଇଛି କୋରୋନା । ମହାମାରୀ ଦୈନିକ ସଂକ୍ରମଣ ମାମଲା ବଢିବାରେ ଲାଗିଛି । କୋରୋନା ସାଙ୍ଗକୁ ନୂଆ ଭାରିଏଣ୍ଟ ଓମିକ୍ରମ ଘାଇଲା କଲାଣି । ଏ ନେଇ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡିବାକୁ ଲାଗିଲାଣି ଜିଲ୍ଲା ପ୍ରଶାସନ । ବରଗଡ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଥିବା ନେଇ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ନେତୃତ୍ବରେ ବୁଧବାର ଏକ ଜରୁରୀକାଳୀନ ବୈଠକ ବସିଛି । କୋରୋନାକୁ ମୁକାବିଲା କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ବରଗଡ଼ରେ ବଢୁଛି ସଂକ୍ରମଣ

କିପରି କୋରୋନାକୁ ପ୍ରତିହତ କରାଯାଇପାରିବ ସେନେଇ TMC ସେଣ୍ଟର ଚିହ୍ନଟ ଓ ପ୍ରତ୍ୟେକ ବ୍ଲକରେ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ମନୀଷା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଛତିଶଗଡ ରାଜ୍ୟ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ସଂକ୍ରମଣ ବୃଦ୍ଧି ପାଇବା ପୂର୍ବରୁ ପ୍ରସ୍ତୁତ ରହିବା ନିହାତି ଜରୁରୀ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ବୈଠକ ସମସ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡିବାକୁ କହିଛନ୍ତି ଜିଲ୍ଲାପାଳ । ବୈଠକରେ କୋଭିଡ ସ୍ଥିତି ସମୀକ୍ଷା କରାଯିବା ସହ କୋଭିଡ ପରିଚାଳନାକୁ ଦୃଷ୍ଟି ଦେବାକୁ ଆଲୋଚନା ହୋଇଛି । ବର୍ତମାନ ସମୟରେ ଦୈନିକ 2300 କୋଭିଡ ପରୀକ୍ଷା କରାଯାଉଥିବା ବେଳେ ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବ୍ଲକ ତଥା ପଞ୍ଚାୟତ ସ୍ତରରେ କୋଭିଡ ସଚେତନତା ସୃଷ୍ଟି କରିବା, ବଜାର ଅଞ୍ଚଳରେ ସାମାଜିକ ଦୂରତାକୁ ଗୁରୁତ୍ବ ଦେବା ଉପରେ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ।

ସାମାଜିକ ଦୂରତା ସହ TMC ସେଣ୍ଟର, କୋଭିଡ କେୟାର ସେଣ୍ଟର ପ୍ରସ୍ତୁତି ଉପରେ ମଧ୍ୟ ଜିଲ୍ଲାପାଳ ପରାମର୍ଶ କରିଥିବା ବେଳେ ଅମାନିଆକୁ ସାବାଡ଼ କରିବାକୁ ମଧ୍ୟ କଡାକଡି ପଦକ୍ଷେପ ନେବାକୁ ଆଲୋଚନା କରିଛନ୍ତି । ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ଯୋଗଦେଇଛନ୍ତି । ବରଗଡରେ ଗତକାଲି (ବୁଧବାର) ୨୧ ନୂଆ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଜିଲ୍ଲାରେ ୩୧ହଜାର ୨୩୫ ମୋଟ ସଂକ୍ରମଣ ମାମଲା ରହିଛି । ବର୍ତ୍ତମାନ ୬୨ଟି ସକ୍ରିୟ ମାମଲା ରହିଛି । ଜିଲ୍ଲାରେ ୩୪୧ ଜଣ କୋରୋନାରେ ପ୍ରାଣ ହରାଇଛନ୍ତି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

Last Updated : Jan 6, 2022, 8:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.