ଭୁବନେଶ୍ବର: ପଦ୍ମପୁର ନିର୍ବାଚନ (Padmapur Bypoll) ପାଇଁ ଆସନ୍ତା ୧୭ ତାରିଖରେ ନାମାଙ୍କନ ଭରିବ କଂଗ୍ରେସ (Congress to file nomination paper on 17th November) । ଦଳ ସତ୍ୟଭୂଷଣ ସାହୁ (Congress leader Satya Bhusan Sahu)ଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ତେବେ ଗତ ୨୦୧୯ ନିର୍ବାଚନରେ ପଦ୍ମପୁରରେ କଂଗ୍ରେସ ୩୨ ହଜାର ଭୋଟ ପାଇଥିଲା । ଚଳିତ ଉପନିର୍ବାଚନରେ ପ୍ରଥମେ ପ୍ରାର୍ଥୀ ଘୋଷଣା କରି କଂଗ୍ରେସ ଏକ ସ୍ବତନ୍ତ୍ର ପ୍ରଭାବ ପଦ୍ମପୁର ବାସୀଙ୍କ ମନରେ ସୃଷ୍ଟି କରିଛି ବୋଲି ଦଳର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ।
ପଦ୍ମପୁର ନିର୍ବାଚନ ବିଗୁଲ ବାଜିଲା ପରେ ପୁଣି ଚଳଚଞ୍ଚଳ ହୋଇଉଠିଛି ରାଜ୍ୟ ରାଜନୀତି । ଧାମନଗରରେ ବିଜେଡି ହାରିବା ପରେ ପଦ୍ମପୁରକୁ ବିଜେଡି ପୂର୍ବଭଳି ନିଜ ହାତକୁ ନେବା ପାଇଁ ସମସ୍ତ ରଣକୌଶଳ ଆରମ୍ଭ କରିଦେଇଛି । ସେହିଭଳି ବିଜେପି ଧାମନଗରରେ ଜିତିବା ପରେ ବିଜେପି ଶିବିରରେ ଏବେ ଭାରି ଜୋସ ଦେଖିବାକୁ ମିଳିଛି । ଯେହେତୁ ଆଗକୁ ସାଧାରଣ ନିର୍ବାଚନ ରହିଛି ସେଥିପାଇଁ ଏହି ନିର୍ବାଚନକୁ ସବୁ ପ୍ରମୁଖ ଦଳ ଅତ୍ୟନ୍ତ ଗୁରୁତର ସହ ନେଇଛନ୍ତି ।
ଏହା ବି ପଢନ୍ତୁ- Padmapur By Poll: କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ, ରଖିଲେ ପ୍ରତିକ୍ରିୟା
ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତ ପ୍ରାର୍ଥୀ ଚୂଡାନ୍ତ ହୋଇସାରିଥିବା ବେଳେ କଂଗ୍ରେସ ପକ୍ଷରୁ ସତ୍ୟଭୂଷଣ ସାହୁଙ୍କୁ ଟିକେଟ ଦେଇଛି କଂଗ୍ରେସ । ତେବେ ଶାସକ ବିଜେଡି ବରିହାଙ୍କ ସ୍ଥାନ କିଏ ପୂରଣ କରିପାରିବ ସେ ନେଇ ବିଚାରବିମର୍ଷ କରୁଛି । ଆସନ୍ତା ୧୭ ତାରିଖରେ କଂଗ୍ରେସ ପକ୍ଷରୁ ସତ୍ୟଭୂଷଣ ସାହୁ ନାମାଙ୍କନ ଦାଖଲ କରିବେ ବୋଲି କଂଗ୍ରେସ କହିଛି । ଦଳ ପକ୍ଷରୁ ପ୍ରାୟ ସମସ୍ତ ବରିଷ୍ଠ ନେତା ତାଙ୍କ ସହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଏହା ବି ପଢନ୍ତୁ- Padampur By poll: କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ
ଏ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତ ରାୟ କହିଛନ୍ତି, " ସତ୍ୟ ଭୂଷଣ ଜଣେ ପୁରୁଖା ନେତା । କଂଗ୍ରେସ ସହ ବହୁ ବର୍ଷ ଧରି ରହିଛନ୍ତି । ଗତ ନିର୍ବାଚନରେ ସେ ଭଲ ଫାଇଟ କରିଥିଲେ। ତେଣୁ ତାଙ୍କୁ ଦଳ ଟିକେଟ ଦେଲା । ପଦ୍ମପୁରରେ ସେ ଲୋକଙ୍କ ପାଇଁ ସବୁବେଳେ ଲଢ଼ିଛନ୍ତି । ଏଣୁ ପଦ୍ମପୁରବାସୀ ନିଶ୍ଚିତ ତାଙ୍କୁ ଜୟଯୁକ୍ତ କରାଇବେ ।" ବିଜେପି ପ୍ରଦୀପ ପୁରୋହିତଙ୍କୁ ଟିକେଟ ପ୍ରଦାନ କରିବା ପରେ ଗତକାଲି କଂଗ୍ରେସ ନିଜ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବରୁ ନିଜକୁ ଆଶାୟୀ ବୋଲି କହୁନଥିବା ସତ୍ୟ ଭୂଷଣ ସାହୁ ଆଜି ହଠାତ କଂଗ୍ରେସ ଦଳର ପ୍ରାର୍ଥୀ ହୋଇ ଛିଡା ହୋଇଛନ୍ତି ଏବଂ କଂଗ୍ରେସ ଦଳ ତାଙ୍କୁ ଅର୍ଥ ବଳ ଓ ବାହୁବଳ ସହିତ ନିର୍ବାଚନୀ ମୈଦାନରେ ସହାୟ ହେବ ବୋଲି ସେ କହିଛନ୍ତି ।
ତାଙ୍କୁ କଂଗ୍ରେସ ଦଳ ଭରସା କରି ଟିକେଟ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ଡିସେମ୍ବର ୫ ତାରିଖରେ ବରଗଡ ଜିଲ୍ଲା ପଦ୍ମପୁରରେ ଉପନିର୍ବାଚନ ହେବ । ବର୍ତ୍ତମାନ କଂଗ୍ରେସ ଦଳର ସ୍ଥିତି ଠିକ ନଥିବା ବେଳେ କଂଗ୍ରେସ ପାଇଁ ନିର୍ବାଚନ ଲଢିବା ଚିନ୍ତାର କାରଣ ପାଲଟିଛି । ଧାମନଗର ଉପନିର୍ବାଚନରେ ବିଜେପି ଦଳର ବିଜୟ ପରେ ପଦ୍ମପୁର ଉପନିର୍ବାଚନରେ ମଧ୍ୟ ବିଜେପି ଦଳ ବିଜୟୀ ହେବାର ଆଶା ରଖିଛି । ସେପଟେ ବିଜେଡି ପାଇଁ ପଦ୍ମପୁର ଉପନିର୍ବାଚନ ଏକପ୍ରକାର ଚ୍ୟାଲେଞ୍ଜ ହୋଇଛି । ଏପରି ପରିସ୍ଥିତିରେ କଂଗ୍ରେସ ଦଳ କିପରି ନିର୍ବାଚନରେ ନିଜର ସମ୍ମାନ ବଜାୟ ରଖିବ ସେ ନେଇ ଦଳ ପ୍ରୟାସ କରିବ ନିଶ୍ଚିତ ।
ଇଟିଭି ଭାରତ, ଭୁବନେଶ୍ବର