ETV Bharat / state

ଓଡିଶାରେ ଛତିଶଗଡି ଯୁବକ ଅପହୃତ, ମୁକ୍ତି ପାଇଁ 25 ଲକ୍ଷ ଦାବି - chatishgarh

ଛତିଶଗଡର ଚମ୍ପାରୁ ବରଗଡ଼କୁ ଆସିଥିବା ଜଣେ ଯୁବକଙ୍କୁ ପ୍ରଥମେ ଅପହରଣ କରିବା ଓ ପରେ ଛାଡିବ ପାଇଁ ୨୫ ଲକ୍ଷ ଟଙ୍କା ଦାବି କରାଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼
author img

By

Published : Jul 5, 2019, 2:12 PM IST

ବରଗଡ଼: ପଡୋଶୀ ଛତିଶଗଡ଼ର ଜଣେ ଯୁବକ ଓଡିଶାରେ ଅପହୃତ। କେବଳେ ସେତିକି ନୁହେଁ ତାଙ୍କୁ ଛାଡିବା ପାଇଁ ମଧ୍ୟ 25 ଲକ୍ଷ ଟଙ୍କା ଦାବି କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡରେ। ଅପହୃତ ହୋଇଥିବା ଯୁବକ ପଡୋଶୀ ରାଜ୍ୟର ଚମ୍ପା ଅଞ୍ଚଳର। ଏନେଇ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ ହୋଇଛି ।

0 ବିଶ୍ବପ୍ରସାଦ ଚନ୍ଦ୍ରା ନାମକ ଜଣେ ବ୍ୟକ୍ତି ଗତ ବୁଧବାର ତାଙ୍କ ଡ୍ରାଇଭର ସାଙ୍ଗେ ବରଗଡ଼କୁ ଆସି ଏକ ହୋଟେଲରେ ରହିଥିଲେ। ଗତକାଲି ରାତିରେ ସେ ଭଟଲି ରୋଡ଼ର କୌଣସି ଏକ ସ୍ଥାନରେ ତାଙ୍କ ଗାଡ଼ିରୁ ଓହ୍ଲାଇଥିଲେ ଏବଂ ଡ୍ରାଇଭରଙ୍କୁ ହୋଟେଲକୁ ଚାଲିଯିବା ପାଇଁ କହିଥିଲୋ। ରାତ୍ରିଭୋଜନ ସାରି ହୋଟେଲକୁ ସେ ଫେରିବେ ବୋଲି ତାଙ୍କ ଡ୍ରାଇଭରଙ୍କୁ ଜଣାଇଥିଲେ।

ହୋଟେଲରେ ଡ୍ରାଇଭର ପହଞ୍ଚିବା ପରେ ବିଶ୍ୱପ୍ରସାଦଙ୍କର ଆଉ ଫୋନ ଆସିନଥିଲା ଓ ମୋବାଇଲ ସ୍ୱିଚ୍ ଅପ୍ ହୋଇ ଯାଇଥିଲା। ହେଲେ ନିଜର ଘରକୁ ଫୋନ କରି ଅପହୃତ ହୋଇଥିବା ନେଇ ଘରକୁ ଜଣାଇଥିଲେ ବିଶ୍ୱପ୍ରସାଦ। ଅପହରଣକାରୀ ୨୫ ଲକ୍ଷ ଟଙ୍କା ଦାବି କରୁଥିବା ମଧ୍ୟ କହିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ଖବର ପାଇବା ପରେ ପରିବାର ଲୋକେ ବରଗଡ଼କୁ ଆସି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ବରଗଡ଼ ପୋଲିସ ଘଟଣା ସମ୍ପର୍କରେ ଖୋଳତାଡ ଆରମ୍ଭ କରିଥିଲା। ଅପହରଣକାରୀଙ୍କୁ ଦାବି ହୋଇଥିବା 25 ଲକ୍ଷ ଟଙ୍କା ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ଚତୁରତାର ସହିତ ପୋଲିସ ସେଠାରେ ଦୁଇ ଜଣ ସମ୍ପୃକ୍ତ ଆସମୀଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଏହାସହ ଗୋଟିଏ ଛତିଶଗଡ଼ ଅଞ୍ଚଳର ଏକ କାରକୁ ମଧ୍ୟ ଜବତ କରିଛି ପୋଲିସ।

ବିଶ୍ୱପ୍ରସାଦଙ୍କୁ ପୋଲିସ ଉଦ୍ଧାର କରିପାରିନାହିଁ। ତାଙ୍କୁ ଉଦ୍ଧାର କରିବା ପାଇଁ ବରଗଡ଼ ପୋଲିସର ଏକ ଟିମ ଛତିଶଗଡ଼ ରାଜ୍ୟକୁ ଯାଇଥିବା ବେଳେ ପୋଲିସ ପକ୍ଷରୁ ସମସ୍ତ ଅପହରଣକାରୀଙ୍କୁ ଧରିବା ଲାଗି ଉଦ୍ୟମ ଜାରି ରହିଛି।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ଛତିଶଗଡ଼ ରାଜ୍ୟର ଚାମ୍ପା ରୁ ଓଡ଼ିଶାର ବରଗଡ଼ ଜିଲ୍ଲାକୁ ଆସିଥିବା ଜଣେ ଯୁବକଙ୍କୁ ପ୍ରଥମେ ଅପହରଣ ଓ ପରେ ୨୫ ଲକ୍ଷ ଟଙ୍କା ଦାବି କରାଯାଇଥିବା ବରଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁଯାୟୀ ଛତିଶଗଡ଼ ରାଜ୍ୟର ଚାମ୍ପା ଅଞ୍ଚଳର ବିଶ୍ୱପ୍ରସାଦ ଚନ୍ଦ୍ରା ନାମକ ଜଣେ ବ୍ୟକ୍ତି ଗତ କାଲି ତାଙ୍କ ଡ୍ରାଇଭର ସାଙ୍ଗେ ବରଗଡ଼ କୁ ଆସିଥିଲେ ଏବଂ ଏକ ହୋଟେଲ ରେ ରହିଥିଲେ । ଗତ ରାତିରେ ବିଶ୍ୱପ୍ରସାଦ ଭଟଲି ରୋଡ଼ ର ଏକ ସ୍ଥାନରେ ତାଙ୍କ ଗାଡ଼ିରୁ ଓହଲ୍ଲାଇଥିଲେ ଏବଂ ଡ୍ରାଇଭରଙ୍କୁ ହୋଟେଲକୁ ଚାଲିଯିବା ପାଇଁ କହିଥିଲେ । ବିଶ୍ୱପ୍ରସାଦ ଜଣେ ଝିଅ ସଙ୍ଗେ ରାତ୍ରି ଭୋଜନ କରି ଡେରିରେ ହୋଟେଲକୁ ଯିବେ ବୋଲି ତାଙ୍କ ଡ୍ରାଇଭରଙ୍କୁ ଜଣାଇଥିଲେ । ତେବେ ଡ୍ରାଇଭର ଜଣକ ହୋଟେଲକୁ ଚାଲିଆସିଥିଲେ ଏବଂ ତା ପରଠାରୁ ବିଶ୍ୱପ୍ରସାଦ ଙ୍କର ଆଉ ଫୋନ ଆସିନଥିଲା ଓ ମୋବାଇଲ ସ୍ୱିଚ ଅଫ ହୋଇଥିଲା । ହେଲେ ବିଶ୍ୱପ୍ରସାଦ ତାଙ୍କ ଘରକୁ ହଠାତ ନିଜ ମୋବାଇଲ ରୁ ଆଜି ଫୋନ କରି ନିଜେ ଅପହୃତ ହୋଇଥିବା ଜଣାଇଥିଲେ ଏବଂ ଅପହରଣକାରି ୨୫ ଲକ୍ଷ ଟଙ୍କା ଦାବି କରୁଥିବା କହିଥିଲେ । ତେବେ ପରିବାର ଲୋକେ ବରଗଡ଼ କୁ ଆସି ଟାଉନ ଥାନାରେ ଲିଖିତ ଅଭିଯୋଗ ଜଣାଇବା ପରେ ବରଗଡ଼ ପୋଲିସ ଖୋଳତାଡ ଆରମ୍ଭ କରିଦେଇଛନ୍ତି।
ବରଗଡ଼ ପୋଲିସ ର ପ୍ଲାନ ମୁତାବକ ୨୨ ଲକ୍ଷ ଟଙ୍କା ନେଇ ପରିବାର ଲୋକେ ଅପହରଣକାରୀଙ୍କ ଠିକଣା ସ୍ଥଳକୁ ପହଞ୍ଚିଥିଲେ ଏବଂ ବଡ଼ ଚତୁରତାର ସହିତ ପୋଲିସ ସେଠାରେ ଦୁଇ ଜଣ ସମ୍ପୃକ୍ତ ଆସମୀଙ୍କୁ କାବୁ କରିବାରେ ସଫଳ ହୋଇଥିଲା ଏବଂ ଗୋଟିଏ ଛତିଶଗଡ଼ ଅଞ୍ଚଳର କାର କୁ ପୋଲିସ ଜବତ କରିଛି ।

Body:ତେବେ ପୋଲିସ ବିଶ୍ୱପ୍ରସାଦ ଙ୍କୁ ଉଦ୍ଧାର କରିପାରିନଥିଲେ ମଧ୍ୟ ଅପହରଣରେ ସମ୍ପୃକ୍ତ ଦୁଇ ଆସମୀଙ୍କୁ ଗିରଫ କରି ବିଶ୍ୱପ୍ରସାଦ ଙ୍କୁ ଉଦ୍ଧାର କରିବାକୁ ବରଗଡ଼ ପୋଲିସ ର ଏକ ଟିମ ଛତିଶଗଡ଼ ରାଜ୍ୟକୁ ଯାଇଥିବା ବେଳେ ପୋଲିସ ପକ୍ଷରୁ ସମସ୍ତ ଅପହରଣକାରୀ ଙ୍କୁ ଧରିବା ପାଇଁ ପୋଲିସର ଚେଷ୍ଟା ଜାରୀରହିଛି ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.