ETV Bharat / state

ବିପୁଳ ପରିମାଣର ଗଞ୍ଜେଇ ଜବତ, ଟ୍ରକ ଡ୍ରାଇଭର ଗିରଫ

author img

By

Published : Jul 11, 2022, 10:40 PM IST

ଟ୍ରକ ଭିତରୁ ମିଳିଲା ବସ୍ତା ବସ୍ତା ଗଞ୍ଜେଇ । ଏହି ଘଟଣାରେ ପୋଲିସ ଟ୍ରକକୁ ଅଟକ ରଖିବାସହ ଡ୍ରାଇଭରକୁ ଗିରଫ କରିଛି । ଅଧିକ ପଢ଼ନ୍ତୁ

ବିପୁଳ ପରିମାଣର ଗଞ୍ଜେଇ ଜବତ, ଟ୍ରକ ଡ୍ରାଇଭର ଗିରଫ
ବିପୁଳ ପରିମାଣର ଗଞ୍ଜେଇ ଜବତ, ଟ୍ରକ ଡ୍ରାଇଭର ଗିରଫ

ବରଗଡ଼ : ବରଗଡ଼ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା । ୧୫ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ ସହିତ ଗଞ୍ଜେଇ ଚାଲାଣ ହେଉଥିବା ଟ୍ରକକୁ ଜବତ କରିଛି ସଦର ପୋଲିସ । ଏହାସହ ଟ୍ରକ ଡ୍ରାଇଭରକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ପୋଲିସ l ଗିରଫ ଟ୍ରକ ଡ୍ରାଇଭର ଜଣକ ହେଲେ ଗଣେଶ ୟାଦବ(୩୧) । ଆଜି ବରଗଡ଼ ଏସପି ଅଫିସ ଠାରେ ଏନେଇ ଏକ ସାମ୍ବାଦିକ ସମ୍ବିଳନୀରେ ଘଟଣାର ପର୍ଦ୍ଦାଫାସ କରିଛନ୍ତି ବରଗଡ଼ ଏସପି ପରମାର ସ୍ମିଥ ପୁରୁଷୋତ୍ତମଦାସ l

ସୂଚନା ଅନୁଯାୟୀ ସମ୍ବଲପୁର ପଟରୁ ରାୟପୁର ପଟକୁ ଏକ ଟ୍ରକ ଦ୍ରୁତ ଗତିରେ ଯାଉଥିଲା । ପଥର୍ଲା ମିଲ ଛକରେ ସଦର ଥାନା ପୋଲିସ ଟ୍ରକକୁ ଅଟକାଇବାକୁ ଉଦ୍ୟମ କରିଥିଲେ । ମାତ୍ର ଟ୍ରକଟି ଦ୍ରୁତ ଗତିରେ ଯାଇ ରାସ୍ତାକଡ଼ରେ ଥିବା ଅନ୍ୟ ଏକ ମାଲବୋଝେଇ ଟ୍ରକକୁ ଧକ୍କା ଦେଇଥିଲା ।

ପୋଲିସ ସେଠାରେ ପହଞ୍ଚି ଟ୍ରକକୁ ଯାଞ୍ଚ କରିବା ବେଳେ ଟ୍ରକ ଭିତରେ ଛୋଟ ଛୋଟ ଚାରାଗଛ ଭର୍ତ୍ତି ହୋଇଥିଲା । ତେବ ଉପରେ ଚାରାଗଛ ଥିବା ବେଳେ ତଳେ ଲୁଚା ଯାଇଥିଲା ବସ୍ତା ବସ୍ତା ଗଞ୍ଜେଇ l ପୋଲିସ ୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଗିରଫ ଟ୍ରକ ଡ୍ରାଇଭର ଗଣେଶ ବିହାର ରାଜ୍ୟ ଦରଭଙ୍ଗା ଜିଲ୍ଲାର ବାହାଦୁରପୁର ଥାନା ଅନ୍ତର୍ଗତ ଅହିଲା ଗାଁର ବୋଲି ପୋଲିସ ସୂଚନା ଦେଇଛି । ସେପଟେ କେଉଁଠାରୁ ଗଞ୍ଜେଇ ଆଣାଯାଇଛି ଏବଂ କେଉଁଠିକୁ ଚାଲାଣ ହେଉଥିଲା ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.