ETV Bharat / state

Padmapur Bypoll: ମଇଦାନରେ ପ୍ରାର୍ଥୀ, ଭୋଟରଙ୍କ ମନ ଜିତିବାକୁ ଚାଲିଛି ପ୍ରୟାସ

author img

By

Published : Nov 25, 2022, 9:56 AM IST

ପଦ୍ମପୁର ଦଖଲ କରିବାକୁ ମଇଦାନରେ ଚାଲିଛି ହେଭିୱେଟ ପ୍ରଚାର । ଭୋଟ ହାତେଇବାକୁ 3 ପ୍ରମୁଖ ଦଳ ଚଳାଇଛନ୍ତି ଜୋରଦାର ପ୍ରଚାର । ଅଧିକ ପଢନ୍ତୁ

Padmapur bypoll: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଚାଲିଛି ନିଆରା ଢଙ୍ଗରେ ପ୍ରଚାର

ବରଗଡ: ପାଖଉଛି ପଦ୍ମପୁର ଉପନିର୍ବାଚନ ତାରିଖ । ପଦ୍ମପୁର ଦଖଲ କରିବାକୁ ମଇଦାନରେ ଚାଲିଛି ହେଭିୱେଟ ପ୍ରଚାର । ବିଶେଷ କରି 3 ପ୍ରମୁଖ ଦଳ ମେଞ୍ଚା ମେଞ୍ଚା ପ୍ରତିଶୃତିର ପାହାଡ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି । ସେମି ଫାଇନାଲ କୁହାଯାଉଥିବା ପଦ୍ମପୁର ଉପନିର୍ବାଚନ ଜିତିବା ପାଇଁ ପ୍ରମୁଖ ଦଳ ଟିକେବି ସୁଯୋଗ ହାତଛଡା କରୁନାହାନ୍ତି । ଏପରିକି ମାଳ ମାଳ ନେତା ପଦ୍ମପୁରରେ ଡେରା ପକାଇ ବସିଥିବା ବେଳେ କିଭଳି ନିର୍ବାଚନ ବୈତରଣୀ ପାର କରିବେ ସେଥିପାଇଁ ଚଳାଇଛନ୍ତି ଯୋଜନା ।

ପଦ୍ମପୁର ଉପନିର୍ବାଚନ ଉଭୟ ବିଜେଡି ଓ ବିଜେପି ଜୋରଦାର ପ୍ରଚାର କରୁଥିବା ଦେଖିବାକୁ ମିିଳିଛି । ବିଜେଡି ଦଳର ପ୍ରାର୍ଥିନୀ ବର୍ଷା ସିଂ ବରିହା ଗାଁ ଗାଁ ବୁଲି ତାଙ୍କର ପ୍ରଚାର ଚଳାଇ ଥିବାବେଳେ ପଛରେ ପଡିନାହାନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ପଦ୍ମପୁର ଉପନିର୍ବାଚନ ଲଢେଇରେ ବିଜେଡି ଦଳର ପ୍ରାର୍ଥିନୀ ପ୍ରଥମ ଥର ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପି ପ୍ରାର୍ଥୀ ପୂର୍ବରୁ ବିଧାୟକ ରହିସାରିଛନ୍ତି ।

ଏପଟେ ମହିଳା ଭୋଟ ହାତେଇବାକୁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା କେଉଁଠି ବୃଦ୍ଧ ମହିଳାଙ୍କ ହାତରେ ପଖାଳ ଖାଉଛନ୍ତି ତ କେଉଁଠି ଗରିବ ଘରେ ଚା’ ବିସ୍କୁଟ ଖାଇ ମହିଳାଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି ବର୍ଷା । ଏପରିକି ତାଙ୍କ ବାପାଙ୍କ ପରି ବର୍ଷାଙ୍କୁ ମଧ୍ୟ ଆପଣାଇବାକୁ ସେ ମହିଳାଙ୍କୁ କାନ୍ଦି କାନ୍ଦି ମିନତୀ କରୁଛନ୍ତି ।

ଅନ୍ୟପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ପ୍ରତିଦିନ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର ପ୍ରସାର ଚଳାଇଛନ୍ତି । ସେ କେଉଁଠି ଚାଉଳ ପାଛୋଡୁଥିବା ବୁଢୀ ମାଙ୍କ ଠାରୁ କୁଲେଇ ଆଣି ନିଜେ ଚାଉଳ ପାଛୋଡୁଛନ୍ତି । କେଉଁଠାରେ ନିଜେ ସାଇକେଲ ଚଢି ଗାଁରେ ଲୋକଙ୍କ ସହିତ ମିଶୁଛନ୍ତି ତ କେଉଁଠି କାନ୍ଥରେ ପଦ୍ମ ଫୁଲ ଅଙ୍କନ କରୁଛନ୍ତି । ଏପରିକି ଆଦିବାସୀ ଗ୍ରାମରେ ସ୍ଥାନୀୟ ଲୋକଗୀତ ଗାଈ ଗ୍ରାମବାସୀଙ୍କ ମନ ଜିତିବାକୁ ଚେଷ୍ଟା କରୁଛନ୍ତି । ବର୍ଷା କାନ୍ଦି କାନ୍ଦି ବାପାଙ୍କ କଥା କହି ଲୋକଙ୍କୁ ଭାବୁକ କରିଦେଉଥିବା ବେଳେ ପ୍ରଦୀପ ପୁରୋହିତଙ୍କ ଉପରେ ହୋଇଥିବା ଆକ୍ରମଣରେ ସେ ମର୍ମାହତ ହୋଇ କାନ୍ଦି କାନ୍ଦି ଲୋକଙ୍କ ଠାରେ ନିଜର ଭାବ ପ୍ରକାଶ କରିଛନ୍ତି ଯାହାକୁ ଜନସାଧାରଣ ରାଜନୀତିର ଇମୋଶନ କାର୍ଡ ବୋଲି କହିଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.