ETV Bharat / state

ଲକଡାଉନ ମାଡ: ବରଗଡ ବୁଣାକାରଙ୍କ ବେପାର ବନ୍ଦ - lockdown effect

ବୁଣାକାର ପରିବାରର ସବୁ ସଦସ୍ୟ ଏକାଠି ଶାଢୀ ବୁଣିବାରେ ଲାଗିଥାନ୍ତି । ହେଲେ ଆଜି ସେମାନଙ୍କ କାମ ମଧ୍ୟ ଲକ ହୋଇପଡିଛି | ଅଧିକ ପଢନ୍ତୁ...

business-of-weavers-in-bargarh-down-due-to-lockdown
ଲକଡାଉନ ମାଡ: ବରଗଡ ବୁଣାକାରଙ୍କ ବେପାର ବନ୍ଦ
author img

By

Published : Aug 7, 2020, 9:01 AM IST

ବରଗଡ: ଖାଲି ପଡିଛି ମଙ୍ଗା ସାଲ । ଶୁଭୁନି ଖୁଟୁରଖାଟୁର ଶବ୍ଦ । ଦିନରାତି କାମରେ ଲାଗିଥିବା ହାତ ଆଜି ଥମିଯାଇଛି । ନା କିଏ ବାନ୍ଧ ବାନ୍ଧୁଛି ନା କିଏ ଚରଖରେ ସୂତା ଗୁନ୍ଥୁଛି । ଶୂନଶାନ ହୋଇପଡିଛି 12 ହଜାର 500 ବୁଣାକାରଙ୍କ ଘର ।

ଲକଡାଉନ ମାଡ: ବରଗଡ ବୁଣାକାରଙ୍କ ବେପାର ବନ୍ଦ

ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ କେବଳ ଧାନ ଚାଷ ପାଇଁ ନୁହେଁ ବୟନ ଶିଳ୍ପ ପାଇଁ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରଶଂସା ସାଉଁଟି ପାରିଛି । ଜିଲ୍ଲାର 12 ହଜାର 500 ବୁଣାକାରଙ୍କ ଯୋଗୁଁ ପ୍ରତି ମାସରେ 12 କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ ହୋଇଥାଏ । ତେବେ କୋରୋନା ମାଡରେ ଘାଇଲା ହୋଇଛି ବୟନ ଶିଳ୍ପ । ତନ୍ତୀକୂଳ ଜୀବନ ଜୀବିକା ଉପରେ ପଡିଛି ଲକଡାଉନର ଅଦିନିଆ ଚଡକ । ହତାଶ ହୋଇପଡିଛନ୍ତି କପଡା ବେପାରୀ ଓ ବୁଣାକାର । ଦୋହଲିଯାଇଛି ବୟନ ଶିଳ୍ପର ଆର୍ଥିକ ମେରୁଦଣ୍ଡ । ଠପ ହୋଇପଡିଛି ସମସ୍ତ ବ୍ୟବସାୟ ଏବଂ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ ।

ଜିଲ୍ଲାର ୬୦ ପ୍ରତିଶତ ବୁଣାକାର ନିଜେ ନିଜ ପୁଞ୍ଜିରେ କପଡା ବୁଣି ବରଗଡରେ ରହିଥିବା ବାଲିଜୁରୀ ବଜାରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ବାକି ୪୦ ପ୍ରତିଶତ ଗରିବ ବୁଣାକାର ବିଭିନ୍ନ ଦୋକାନ ମାଲିକଙ୍କଠାରୁ ସୂତା ଆଣି ଲୁଗା ତିଆରି କରିଥାନ୍ତି ଏବଂ ମଜୁରି ନେଇ ସମଗ୍ର ପରିବାର ଚଳିଥାନ୍ତି । ପରିବାରର କିଏ ବାନ୍ଧ ବାନ୍ଧିଲେ ଆଉ କିଏ ଚରଖରେ ସୁତା ଗୁନ୍ଥିଥାଏ । ଏମିତି ପିଲାଛୁଆ ଓ ସ୍ତ୍ରୀ, ପୁରୁଷ ପରିବାରର ସମସ୍ତ ସଦସ୍ୟ ମିଶି ସମ୍ବଲପୁରୀ ଶାଢୀ ସାଙ୍ଗକୁ ଗାମୁଛା ତିଆରି କରିଥାନ୍ତି । ଆଠ ଦିନ ପରିବାର ସଭିଏଁ ଖଟିଲା ପରେ ଯାଇ ଯାହା ରୋଜଗାର ହୁଏ ତାକୁ ନେଇ ପରିବାର ପ୍ରତିପୋଷଣ କରନ୍ତି ।

ମାତ୍ର ଲକଡାଉନ କାରଣରୁ ନା ବଜାରରୁ କଞ୍ଚାମାଲ ମିଳୁଛି ନା ବୁଣାକାର ପରିବାର ଘରେ କାମ କରିପାରୁଛନ୍ତି । ସୂତା ହେଉଛି ବୟନ ଶିଳ୍ପର କଞ୍ଚାମାଲ । ମାତ୍ର ବିନା ସୂତାରେ ଶାଢୀ କପଡା ତିଆରି ହୋଇପାରୁନି । ଲକ ଡାଉନ ଯୋଗୁଁ ସୂତା ଦୋକାନ ବନ୍ଦ ହୋଇଥିବାବେଳେ କପଡା ବଜାର ବି ବନ୍ଦ ପଡି ସିଧାସଳଖ ତନ୍ତୀକୂଳ ଜୀବନ ଜୀବିକା ଉପରେ ପଡିଛି ଅଦିନିଆ ଚଡକ । ବୁଣାକାରଙ୍କ ଘରେ ତିଆରି ହୋଇ ପଡିରହିଛି ବହୁ ପ୍ରକାରର ଶାଢୀ ହେଲେ ହାତରେ ନାହିଁ ପଇସା । ଅନ୍ୟପଟେ ବହୁ ଗରିବ ବୁଣାକାର ମାଲିକଙ୍କଠାରୁ ଉଧାରୀ ଆଣିଥିବା ପଇସା ଲକଡାଉନ କାରଣରୁ ଘରେ ବସି ବସି ସାରିଗଲାଣି । ପୁଣି ଲକଡାଉନ ଖୋଲିଲା ମାତ୍ରେ ମୁଣ୍ଡରେ କରଜ ଚିନ୍ତା ଘାରିଲାଣି ।

ଲକଡାଉନ ଯୋଗୁଁ ରାଜ୍ୟ ସରକାର ସମସ୍ତ ଗରିବଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା ସହିତ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇଦେଇଛନ୍ତି । କିନ୍ତୁ ତନ୍ତୀକୂଳ କିପରି ପରିବାର ଭରଣ ପୋଷଣ କରିବେ ଏନେଇ ଭୁଲିଗଲେ ସରକାର । ଦିନ ଥିଲା ପ୍ରସିଦ୍ଧ ସମ୍ବଲପୁରୀ ଶାଢୀ ଅବା ଗାମୁଛାଟିଏ ତିଆରି ହେଲେ ବୁଣାକାର ମୁହଁରେ ହସ ଫୁଟୁଥିଲା । ହେଲେ ଆଜି ସେହି ମୁହଁରେ ଦେଖାଦେଇଛି ପରିବାର ଓ ଜୀବିକା ଚିନ୍ତା । ଘାରିଛି ଦୁଃଖର କଳା ବାଦଲ । ଏହି ଦୁର୍ଦ୍ଦିନର ଘଡିସନ୍ଧି ମୁହୂର୍ତ୍ତରେ କାମଧନ୍ଦା ସବୁ ବନ୍ଦ ହୋଇପଡିଛି । କେବଳ ଗୋଟିଏ କଥା ଭାବୁଛନ୍ତି କେବେ ସରିବ ଏ ଲକଡାଉନ ଓ ପୁଣି ଆରମ୍ଭ ହେବ ବେପାର ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.