ETV Bharat / state

ବରଗଡରୁ ଲକ୍ଷାଧିକ ଟଙ୍କାର ଧଳାଜହର ଜବତ, ଜଣେ ଗିରଫ - ବରଗଡ଼ ଖବର

ବରଗଡ଼ ଜିଲ୍ଲା ମହାନ୍ତିପଡ଼ା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ (Brown sugar seized) । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅଧିକ ପଢନ୍ତୁ

୨୯୭ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ
୨୯୭ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ
author img

By

Published : Sep 22, 2022, 12:18 PM IST

ବରଗଡ଼: ଜିଲ୍ଲା ଅବକାରୀ ବିଭାଗକୁ ସଫଳତା । ବରଗଡ଼ ସହରର ମହାନ୍ତିପଡ଼ା ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ (Brown sugar seized) । ଏହି ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସହରର ମହାନ୍ତିପଡ଼ା ଅଞ୍ଚଳରେ ରାଜୁ ତାଣ୍ଡି ନାମକ ଯୁବକ ବୁଧବାର ବ୍ରାଉନସୁଗାର ବିକ୍ରି ପାଇଁ ଉଦ୍ୟମ ଚଳାଇଥିଲା ।

୨୯୭ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଏ ସମ୍ପର୍କରେ କୌଣସି ଅବକାରୀ ବିଭାଗ ଖବର ପାଇଥିଲା । ପରେ ଘଟଣାସ୍ଥଳରେ ଅବକାରୀ ବିଭାଗ ପହଞ୍ଚି ଥିଲା । ଅବକାରୀ ବିଭାଗକୁ ଦେଖି ରାଜି ପ୍ରଥମେ ଭୟଭୀତ ହୋଇ ସେଠାରୁ ଫେରାର ହେବା ପାଇଁ ଦୌଡ଼ିଥିଲା । ହେଲେ ଅବକାରୀ ବିଭାଗ ରାଜୁକୁ କାବୁ କରିନେଇଥିଲେ । ପରେ ରାଜୁ ପାଖରୁ ତିରିଶ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର 297 ଗ୍ରାମ ବ୍ରାଉନସୁଗାରକୁ ଜବତ କରିଥିଲେ ଅବକାରୀ ବିଭାଗ ।

ଏଥିସହ ୧ଲକ୍ଷ ୨ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଏହାପରେ ବ୍ରାଉନସୁଗାର ଚୋରା କାରବାରକୁ ନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ରାଜୁ ତାଣ୍ଡି କେଉଁ ଅଞ୍ଚଳରୁ ବ୍ରାଉନସୁଗାର ଆଣି ବିକ୍ରି କରୁଥିଲା ଏବଂ ଏହି ଘଟଣା ପଛରେ କେଉଁ ରାକେଟ କାମ କରୁଛି ତାକୁ ନେଇ ଅଧିକ ଖୋଳତାଡ଼ କରୁଛି ।

ସୂଚନାନୁସାରେ ଅଭିଯୁକ୍ତ ରାଜୁ ତାଣ୍ଡି ବରଗଡ଼ ସହରର ଧନୀ ପରିବାରର ଯୁବକ ଯୁବତୀଙ୍କ ଠାରୁ ଫୋନ ପେ, ଗୁଗୁଲ ପେ ମାଧ୍ୟମରେ ଟଙ୍କା ଆଣୁଥିବା ଜିଲ୍ଲା ଅବକାରୀ ଅଧୀକ୍ଷକ ସୁବନ କୁମାର ନାୟକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଖୁବଶୀଘ୍ର ଏହି ଘଟଣା ପଛରେ ସଂଶ୍ଲୀଷ୍ଟ ଥିବା ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ଅଧିକ୍ଷକ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.