ETV Bharat / state

ବରଗଡରେ ବିଜେପି ହାତେଇଛି ବହୁ ଭୋଟ, ଚିନ୍ତାରେ ବିଜେଡି

୨୦୧୯ ନିର୍ବାଚନରେ ବିଜେପି ବରଗଡ ଜିଲ୍ଲାରେ ବହୁ ଭୋଟ ହାତେଇଥିବା ଚିନ୍ତା ଏବେ ବିଜେଡି ଦଳକୁ ଘାରିଛି ।

author img

By

Published : May 25, 2019, 5:40 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ବରଗଡ: ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପରେ ବରଗଡ ଜିଲ୍ଲାରେ ରହିଥିବା ପାଞ୍ଚଟି ବିଧାନସଭା ଆସନକୁ ଅକ୍ତିଆର କରିବାରେ ସଫଳ ହୋଇଛି ବିଜେଡି କିନ୍ତୁ ବିଜେପି ଦଳ ମଧ୍ୟ ଚଳିତ ଥର କଡା ଟକ୍କର ଦେଇଛି । କେବଳ ବିଜେପୁର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୬ ହଜାର ୫୩୩ ଭୋଟର ବହୁ ବ୍ୟବଧାନରେ ବିଜୟୀ ହୋଇଛନ୍ତି କିନ୍ତୁ ଅନ୍ୟ ସବୁ ବିଧାନସଭାରେ ଗଣତିର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ସନ୍ଦେହ ରହୁଥିଲା । ବିଜେପି ନା ବିଜେଡି କେଉଁ ଦଳ ବିଜୟୀ ହେବ ତାହା ନିର୍ଣ୍ଣୟ କରିବା କଷ୍ଟକର ହୋଇପଡିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ପାଞ୍ଚ ବର୍ଷ ପୂର୍ବେ ୨୦୧୪ ନିର୍ବାଚନ ଅପେକ୍ଷା ଚଳିତ ୨୦୧୯ ନିର୍ବାଚନରେ ବିଜେପି ବରଗଡ ଜିଲ୍ଲାରେ ବହୁ ଭୋଟ ହାତେଇଥିବା ଚିନ୍ତା ଏବେ ବିଜେଡି ଦଳକୁ ଘାରିଛି । ଯାହାକୁ ନେଇ ଆଜି ବିଜେଡି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା ଏବଂ ଗଣମାଧ୍ୟମ ସମ୍ମୁଖରେ ବିଜେଡି ବରଗଡରେ ଆଜି ପର୍ଯ୍ୟନ୍ତ କରିଥିବା ଉନ୍ନତି ମୂଳକ କାମ ଓ ଆଗାମୀ ଦିନମାନଙ୍କରେ ବିକାଶ ପାଇଁ ରହିଥିବା ଯୋଜନା ଉପରେ ଆଲୋଚନା କରିଥିଲା । ବରଗଡ ଲୋକସଭାରେ ବିଜେଡି ଦଳର ପରାଜୟ ଉପରେ ମଧ୍ୟ ସମୀକ୍ଷା କରାଯିବ ବୋଲି କୁହାଯାଇଥିଲା । ବିଜେଡି ଦଳର ଏହି ସାମ୍ବାଦିକ ସମ୍ବିଳନୀରେ ପ୍ରସନ୍ନ ଆଚାର୍ଯ୍ୟ, ଦେବେଶ ଆଚାର୍ଯ୍ୟ, କିଶୋର ମିଶ୍ର, ଅଶୋକ ଯୋଶୀ ଏବଂ ପ୍ରଶାନ୍ତ ବେହେରା ଉପସ୍ଥିତ ରହିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.