ETV Bharat / state

Padmapur By Poll: ଆଜି ପ୍ରାର୍ଥୀପତ୍ର ଦାଖଲ କଲେନି ବିଜେଡି ପ୍ରାର୍ଥୀ, କର୍ମୀ ଗୋଟାଉଛି ଶାସକ ଦଳ - ପଦ୍ମପୁର ଉପନିର୍ବାଚନ ବିଜେଡି ପ୍ରାର୍ଥୀ

ପଦ୍ମପୁର ଉପନିର୍ବାଚନ ନେଇ ଏବେ ସରଗରମ ରହିଛି ରାଜ୍ୟ ରାଜନୀତି । ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳ ନାମାଙ୍କନ ଦାଖଲ କରିନାହାନ୍ତି । ଅଧିକ ପଢ଼ନ୍ତୁ

BJD Candidate Barsha Singh Bariha yet to file nomination for Padmapur By Poll
Padmapur By Poll: ଆଜି ପ୍ରାର୍ଥୀପତ୍ର ଦାଖଲ କଲେନି ବିଜେଡି ପ୍ରାର୍ଥୀ, କର୍ମୀ ଗୋଟାଉଛି ଶାସକ ଦଳ
author img

By

Published : Nov 16, 2022, 10:42 PM IST

ବରଗଡ଼: ପଦ୍ମପୁର ଉପନିର୍ବାଚନ ନେଇ ଏବେ ସରଗରମ ରହିଛି ରାଜ୍ୟ ରାଜନୀତି । ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳ ନାମାଙ୍କନ ଦାଖଲ କରିନାହାନ୍ତି । ସେପଟେ ଶାସକ ଦଳ ମିଶ୍ରଣ କାର୍ଯ୍ୟକ୍ରମ କରି କର୍ମୀ ସଂଗ୍ରହରେ ଲାଗି ପଡ଼ିଛି । ବୁଧବାର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରାର୍ଥୀପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିଲା । ତେବେ ବର୍ଷା ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି ।

Padmapur By Poll: ଆଜି ପ୍ରାର୍ଥୀପତ୍ର ଦାଖଲ କଲେନି ବିଜେଡି ପ୍ରାର୍ଥୀ, କର୍ମୀ ଗୋଟାଉଛି ଶାସକ ଦଳ

ଏହାପୂର୍ବରୁ ବିଜେପି ପ୍ରାର୍ତୀ ପ୍ରଦୀପ ପୁରୋହିତ ମଧ୍ୟ ବିରାଟ ଶୋଭାଯାତ୍ରାରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିଥିଲେ । ତେବେ ସେ ମଧ୍ୟ ନାମାଙ୍କନ ଦାଖଲ ନକରି ଫେରି ଯାଇଥିଲେ । ସେପଟେ ନିର୍ବାଚନ ପୂର୍ବରୁ ବିଜେଡି ନାନା କାର୍ଯ୍ୟକ୍ରମ ଆୟୋଜନ କରିବାରେ ଲାଗିଛି । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ କର୍ମୀ ସଂଗ୍ରହ କରୁଛି ବିଜେଡି ।

ବୁଧବାର ସଟିଭଟାରେ ବିଜେଡି ପକ୍ଷରୁ ଏକ ସମ୍ମିଳନୀର ଆୟୋଜନ ହୋଇଥିଲା । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ମନ୍ତ୍ରୀ ରୋହିତ ପୂଝାରୀ, ବିଧାୟକ ଦେବୀ ମିଶ୍ରଙ୍କ ବହୁ ତୁଙ୍ଗ ନେତା ଯୋଗ ଦେଇଥିଲେ । ଏମାନେ ସମ୍ମିଳନୀରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ଅବସରରେ କିଛି ସ୍ଥାନୀୟ ନେତା ନିଜ ନିଜ ଦଳ ଛାଡ଼ି ଆଜି ବିଜେପି ଶିବିରରେ ଯୋଗ ଦେଇଛନ୍ତି ।

ଏହି ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ ସମୀର ଦାସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି, "ଗତକାଲି କେନ୍ଦ୍ର ସରକାରଙ୍କ ମିଛ ଧରା ପଡ଼ିଛି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଷୀଙ୍କୁ ଫସଲ ବୀମା ପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇଥିଲେ । କିନ୍ତୁ ଗତକାଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବୀମା କମ୍ପାନୀଗୁଡ଼ିକୁ ଚାଷୀଙ୍କୁ ଫସଲ ବୀମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.