ବରଗଡ: ନବୀନ ପଟ୍ଟନାୟକଙ୍କ ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ପ୍ରଥମ ଥର ନିର୍ବାଚନ ହୋଇଥିବା ବେଳେ ଏହି ଆସନକୁ ବିଜେଡି ଦଖଲ କରିଛି । ତେବେ ଅଧ୍ୟକ୍ଷା ପଦ ପାଇଁ ନବ ନିର୍ବାଚିତ ହୋଇଥିବା ସୀତା ବାରିକ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଜେପୁର ଜଗନ୍ନାଥ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରି ଶୋଭା ଯାତ୍ରାରେ ବାହାରି ବିଜେପୁର ସହର ପରିକ୍ରମା କରିଥିଲେ ।
ପରେ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେପୁର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ଏକ୍କା ସ୍ୱାଗତ କରିବା ସହ ଦାୟିତ୍ୱ ପ୍ରଦାନ କରିଥିଲେ । ବିଜେପୁରରେ ନୂତନ ଭାବେ ଚେୟାରମ୍ୟାନ ବସିବା ପରେ ବିଜେପୁର ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ବିକାଶର ଫର୍ଦ୍ଦ ସହ ଯୋଡ଼ିହୋଇ ଯାଇଛି ବୋଲି ଉତ୍ସାହିତ ଅଛନ୍ତି ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ