ETV Bharat / state

ବିଜେପୁର ବ୍ୟାଟେଲ: ସରିଲା ହାଇଭୋଲଟେଜ ପ୍ରଚାର, ବାହୁଡିଲେ ହେଭିଓ୍ବେଟ

ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାରର ଶନିବାର ଥିଲା ଶେଷ ଦିନ । ବିଜେପୁର ନିର୍ବାଚନ ମଣ୍ଡଳୀର ବରପାଲି , ବିଜେପୁର ଓ ଗାଇସିଲେଟ ଅଞ୍ଚଳରେ ପ୍ରଚାର ପ୍ରସାର ଦାୟିତ୍ଵରେ ରହିଥିବା ସମସ୍ତ ଦଳର ବଡ ବଡ ନେତାଙ୍କୁ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ଛାଡିବାକୁ ପଡିଛି ।

author img

By

Published : Oct 19, 2019, 8:51 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବରଗଡ: ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାରର ଥିଲା ଶନିବାର ଶେଷ ଦିନ । ୨୧ ତାରିଖରେ ବିଜେପୁର ଉପନିର୍ବାଚନ ହେବାକୁ ଥିବା ବେଳେ ଆଜିଠାରୁ ବନ୍ଦ ହୋଇଛି ସମସ୍ତ ଦଳର ପ୍ରଚାର ପ୍ରସାର । ନିଜ ନିଜ ଦଳର ପ୍ରାର୍ଥୀ ସପକ୍ଷରେ ପ୍ରଚାରର ଶେଷ ଦିନରେ ଦଳୀୟ ନେତା ଓ କର୍ମୀ ପ୍ରଚାର କରିଥିଲେ । ଏପଟେ ବାହାର ଅଞ୍ଚଳ ନେତାଙ୍କୁ ବିଜେପୁର ନିର୍ବାଚନ ମଣ୍ଡଳୀରୁ ବାହାରକୁ ଯିବାକୁ ପଡିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା,ବରଗଡ

ବିଜେପୁର ନିର୍ବାଚନ ମଣ୍ଡଳୀର ବରପାଲି , ବିଜେପୁର ଓ ଗାଇସିଲେଟ ଅଞ୍ଚଳରେ ପ୍ରଚାର ପ୍ରସାର ଦାୟିତ୍ଵରେ ରହିଥିବା ସମସ୍ତ ଦଳର ବଡ ବଡ ନେତାଙ୍କୁ ଶନିବାର ବିଜେପୁର ନିର୍ବାଚନ ମଣ୍ଡଳୀ ଛାଡିବାକୁ ପଡିଛି । ଘର ଘର ଯାଇ ପ୍ରଚାର କରିବା, ମାଇକରେ ପ୍ରଚାର କରିବା ବନ୍ଦ ହୋଇଥିବାବେଳେ ବୁଥ ନିକଟରେ ଲାଗିଥିବା ସମସ୍ତ ଦଳର ପୋଷ୍ଟର ଏବଂ ବ୍ୟାନର ଗୁଡିକୁ ଆସନ୍ତାକାଲି ହଟାଯିବ ।

ତେବେ ଶନିବାର ଶେଷ ଦିନରେ ବିଜେଡି ଏବଂ ବିଜେପି ଦଳର ନେତାଙ୍କ ପ୍ରଚାର ଖୁବ ଜୋରରେ ଲାଗିଥିବା ଦେଖିବାକୁ ମିଳିଥିବା ବେଳେ କଂଗ୍ରେସ ଦଳର ପ୍ରଚାରରେ ମାନ୍ଦା ଦେଖାଯାଇଥିଲା । କେବଳ ଦିଲ୍ଲୀପ ପଣ୍ଡା ତାଙ୍କ ସହଯୋଗୀଙ୍କ ସହ ପ୍ରଚାର କରୁଥିବା ବେଳେ ବିଜେଡି ଦଳର ମନ୍ତ୍ରୀ ଅରୁଣ ସାହୁ , ମନ୍ତ୍ରୀ ସୁଶାନ୍ତ ସିଂ, ବିଜେଡି ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କର ନେତୃତ୍ବରେ କର୍ମୀ ମାନେ ଘର ଘର ବୁଲି ଦଲୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

ଅନ୍ୟପଟେ ବିଜେପି ଦଳର ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ବିଜେପି ଦଳର ବସନ୍ତ ପଣ୍ଡା , ସୁରେଶ ପୁଜାରୀ , ଅଶ୍ଵିନୀ ଷଡଙ୍ଗୀ ଆଦି ଶେଷ ପ୍ରଚାରରେ ଲାଗି ପଡିଥିଲେ । ତେବେ ଏତେ ଦିନର ପ୍ରଚାର ପରେ ବିଜେପୁର ବାସୀଙ୍କୁ କେଉଁ ଦଳ ପ୍ରଭାବିତ କରିଛି ଏବଂ କାହା ଉପରେ ଏଠାକାର ବୁଦ୍ଧିଜୀବୀ ଆସ୍ଥା ପ୍ରକଟ କରୁଛନ୍ତି ତାହା ଫଳାଫଳ ପରେ ହିଁ ଜଣାପଡିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro: ବିଜେପୁର ଉପନିର୍ବାଚନ ପାଇଁ ଭୋଟ ପ୍ରଚାରର ଆଜି ଶେଷ ଦିନ । ୨୧ ତାରିଖରେ ବିଜେପୁର ଉପନିର୍ବାଚନ ହେବାକୁ ଥିବା ବେଳେ ଆଜି ଠାରୁ ବନ୍ଦ ହୋଇଛି ସମସ୍ତ ଦଳର ପ୍ରଚାର ପ୍ରସାର | ନିଜ ନିଜ ଦଳର ପ୍ରାର୍ଥୀ ସପକ୍ଷରେ ଶେଷ ପ୍ରଚାରରେ ଦଳୀୟ ନେତା ଓ କର୍ମୀଙ୍କ ଆଜି ଶେଷ ଦିନ ହୋଇଥିବା ବେଳେ ବାହାର ଅଞ୍ଚଳ ନେତାଙ୍କୁ ବିଜେପୁର ନିର୍ବାଚନ ମଣ୍ଡଳୀ ରୁ ବାହାରକୁ ଯିବାକୁ ପଡିବ |
Body: ବିଜେପୁର ନିର୍ବାଚନ ମଣ୍ଡଳୀର ବରପାଲି , ବିଜେପୁର ଓ ଗାଇସିଲେଟ ଅଞ୍ଚଳରେ ପ୍ରଚାର ପ୍ରସାର ଦାଇତ୍ଵ ରେ ରହିଥିବା ସମସ୍ତ ଦଳର ବଡ ବଡ ନେତାଙ୍କୁ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀ ଛାଡିବାକୁ ପଡିବ | ଘର ଘର ଯାଇ ପ୍ରଚାର କରିବା , ମାଇକ ରେ ପ୍ରଚାର କରିବା ବନ୍ଦ ହୋଇଥିବାବେଳେ ବୁଥ ନିକଟରେ ଲାଗିଥିବା ସମସ୍ତ ଦଳର ପୋଷ୍ଟର ଏବଂ ବେନର ଗୁଡିକୁ ଆସନ୍ତାକାଲି ହଟାଯିବ |
ତେବେ ଆଜି ଶେଷ ଦିନରେ ବିଜେଡି ଏବଂ ବିଜେପି ଦଳର ନେତାଙ୍କ ପ୍ରଚାର ଖୁବ ଜୋରରେ ଲାଗିଥିବା ଦେଖିବାକୁ ମିଳିଥିବା ବେଳେ କଂଗ୍ରେସ ଦଳର ପ୍ରଚାରରେ ମାନ୍ଦା ଦେଖାଯାଇଥିଲା | କେବଳ ଦିଲ୍ଲୀପ ପଣ୍ଡା ତାଙ୍କ ସହଯୋଗୀଙ୍କ ସହ ପ୍ରଚାର କରୁଥିବା ବେଳେ ବିଜେଡି ଦଳର ମନ୍ତ୍ରୀ ଅରୁଣ ସାହୁ , ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ବିଜେଡି ଦଳର ଉପମୁଖ୍ୟ ସଚେତକ ଶ୍ରୀ ରୋହିତ ପୂଜାରୀ ଙ୍କର ନେତୃତ୍ୱରେ କର୍ମୀ ମାନେ ଘର ଘର ବୁଲି ଦଲୀୟ ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଙ୍କର ପାଇଁ ଭୋଟ ଭିକ୍ଷା କରିଥିଲେ ।
ଅନ୍ୟପଟେ ବିଜେପି ଦଳର ପ୍ରାର୍ଥୀ ସନଥ ଗଡ଼ତିଆଙ୍କ ପାଇଁ ବିଜେପି ଦଳର ବସନ୍ତ ପଣ୍ଡା , ସୁରେଶ ପୁଝାରି , ଅଶ୍ଵିନୀ ଷଡଙ୍ଗୀ ଆଦି ଶେଷ ପ୍ରଚାରରେ ଲାଗିପଡିଥିଲେ | ତେବେ ଏତେ ଦିନର ପ୍ରଚାର ପରେ ବିଜେପୁରବାସୀଙ୍କୁ କେଉଁ ଦଳ ପ୍ରଭାବିତ କରିଛି ଏବଂ କାହା ଉପରେ ଏଠାକାର ବୁଦ୍ଧିଜୀବୀ ଆସ୍ଥା ପ୍ରକଟ କରୁଛନ୍ତି ତାହା ଫଳାଫଳ ପରେ ହି ଜଣାପଡିବ |

ବାଇଟ 1- ସନ୍ତୋଷ ପଧାନ ( ବିଜେପୁର ବାସିନ୍ଦା )
ବାଇଟ 2- ସୁରୁବାବୁ ଦାସ ( ବିଜେପୁର ବାସିନ୍ଦା )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.