ETV Bharat / state

ପ୍ରାକ ନିର୍ବାଚନୀ ହିଂସା, ବିଜେପି କର୍ମୀଙ୍କୁ ଭୁଜାଲିରେ ଆକ୍ରମଣ - ଭୁଜାଲିରେ ହାଣିଲେ ବିଜେପି କର୍ମୀଙ୍କୁ

ସରିଛି ତାରିଖ ଘୋଷଣା ହେଲେ ପ୍ରାର୍ଥୀ ଘୋଷଣା ନହେବା ପୂର୍ବରୁ ବିଜେପୁରରେ ଦେଖା ଦେଲାଣି ନିର୍ବାଚନୀ ହିଂସା | ବିଜେପୁରରେ ଗତ ଉପନିର୍ବାଚନ ପୂର୍ବରୁ ଯେଉଁ ବିଜେପି କର୍ମୀଙ୍କ ଘରକୁ ଗୁଳି ଚଳାଇ ଆକ୍ରମଣ କରାଯାଇଥିଲା ସେହି ବିଜେପି କର୍ମୀଙ୍କୁ ପୁଣି ଭୁଜାଲିରେ ଆକ୍ରମଣ କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି |

ଫଟୋ ସୌଜନ୍ୟ: ସମ୍ବାଦଦାତା ବରଗଡ
author img

By

Published : Sep 28, 2019, 11:27 AM IST

ବରଗଡ: ପୁଣି ଅଶାନ୍ତ ହେଲା ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ରହିଥିବା ବିଜେପୁର ନିର୍ବାଚନ ମଣ୍ଡଳୀ । ତାରିଖ ଘୋଷଣା ହୋଇଥିଲେ ପ୍ରାର୍ଥୀ ଘୋଷଣା ନହେବା ପୂର୍ବରୁ ବିଜେପୁରରେ ଦେଖା ଦେଲାଣି ନିର୍ବାଚନୀ ହିଂସା । ବିଜେପୁରରେ ଗତ ଉପନିର୍ବାଚନ ପୂର୍ବରୁ ଯେଉଁ ବିଜେପି କର୍ମୀଙ୍କ ଘରକୁ ଗୁଳି ଚଳାଇ ଆକ୍ରମଣ କରାଯାଇଥିଲା, ସେହି ବିଜେପି କର୍ମୀଙ୍କୁ ପୁଣି ଆଜି ଭୁଜାଲିରେ ଆକ୍ରମଣ କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ଖବର ଅନୁଯାୟୀ, ଗତ ଉପନିର୍ବାଚନ ସମୟରେ ବିଜେପୁର ପଡା ଗ୍ରାମରେ ମନ ମେହେର ନାମକ ବିଜେପି ଦଳର କର୍ମୀଙ୍କ ଘରକୁ ଗୁଳି କରି ଫାଇରିଙ୍ଗ କରାଯାଇଥିବା ବେଳେ ଶୁକ୍ରବାର ପୁଣି ମନ ମେହେରଙ୍କୁ ଭୁଜାଲିରେ ଆକ୍ରମଣ କରି ଲହୁଲୁହାଣ କରାଯାଇଛି । ମନ ମେହେର ତାଙ୍କର ଦୁଇଜଣ ସାଙ୍ଗ ସହିତ ସୋହେଲାକୁ ଆସି ବାଇକରେ ଫେରୁଥିଲେ। ଏହି ସମୟରେ ବିଜେପୁର କନାପାଳି ଛକ ନିକଟରେ ଦୁଇଟି ବାଇକରେ ୫ ରୁ ୬ ଜଣ ମନ ମେହେରଙ୍କୁ ଅଟକାଇଥିଲେ ଏବଂ ବାଡିରେ ନିର୍ଦ୍ଦୁମ ମାଡ ମାରିବା ସହ ଭୁଜାଲିରେ ତାଙ୍କର ହାତ ଓ ପିଠିରେ ଆକ୍ରମଣ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବରଗଡ

ତେବେ ମନ ମେହେର ଲହୁଲୁହାଣ ହୋଇ ତଳେ ପଡିଯାଇଥିବାବେଳେ ତାଙ୍କ ସାଙ୍ଗମାନେ ଭୟରେ ଚାଲିଯାଇଥିଲେ । ଦୁର୍ବୃତ୍ତମାନେ ଚାଲିଯିବାରୁ ମନ ମେହେରଙ୍କୁ ସେଠାରୁ ଉଦ୍ଧାର କରି ବିଜେପୁର ଡାକ୍ତରଖାନାକୁ ଅଣାଯାଇଥିଲା | ପରେ ବରଗଡ ସରକାରୀ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।

ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେଡି ଦଳର ଏପରି ଗୁଣ୍ଡାଗିରିକୁ ଜିଲ୍ଲା ବିଜେପି ଦଳ ପକ୍ଷରୁ ନିନ୍ଦା କରାଯାଇଛି। ଏହାସହ ବିଜେପି କର୍ମୀଙ୍କୁ ଭୟଭୀତ କରାଇବା ବିରୋଧରେ ବରଗଡ ପୋଲିସ ଏସପିଙ୍କୁ ଆଜି ଦଳ ଭେଟିବ ବୋଲି କହିଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲା ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି ଏବଂ ସରିନାହି ଦଳୀୟ ପ୍ରାର୍ଥୀ ଘୋଷଣା ହେଲେ ବିଜେପୁର ରେ ଦେଖା ଦେଲାଣି ନିର୍ବାଚନୀ ହିଂସା | ବିଜେପୁର ରେ ଗତ ଉପନିର୍ବାଚନ ପୂର୍ବରୁ ଯେଉଁ ବିଜେପି କର୍ମୀଙ୍କ ଘରକୁ ଗୁଳି ଚଲାଇ ଆକ୍ରମଣ କରାଯାଇଥିଲା ସେହି ବିଜେପି କର୍ମୀଙ୍କୁ ପୁଣି ଆଜି ଭୁଜାଲିରେ ଆକ୍ରମଣ କରିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି |

Body:ପୁଣି ଆସାନ୍ତ ହେଲା ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ରହିଥିବା ବିଜେପୁର ନିର୍ବାଚନ ମଣ୍ଡଳୀ |ଗତ ଉପନିର୍ବାଚନ ସମୟରେ ବିଜେପୁର ପଡା ଗ୍ରାମରେ ମନ ମେହେର ନାମକ ବିଜେପି ଦଳର କର୍ମୀଙ୍କ ଘରକୁ ଗୁଳି ଫାଇରିଙ୍ଗ କରାଯାଇଥିବା ବେଳେ ଆଜି ପୁଣି ମନ ମେହେର ଙ୍କୁ ଭୁଜାଲି ରେ ଆକ୍ରମଣ କରି ଲହୁଲୁହାଣ କରାଯାଇଛି | ମନ ମେହେର ତାଙ୍କର ଦୁଇଜଣ ସାଙ୍ଗ ସହିତ ସୋହେଲା କୁ ଆସି ବାଇକରେ ଫେରୁଥିବା ବେଳେ ବିଜେପୁର ନିକଟରେ କନାପାଳି ଛକ ନିକଟରେ ଦୁଇଟି ବାଇକରେ ୫ ରୁ ୬ ଜଣ ମନ ମେହେରଙ୍କୁ ଅଟକାଇଥିଲେ ଏବଂ ବାଡିରେ ନିରଧୂମ ମାଡ ମାରିବା ସହ ଭୁଜାଲିରେ ତାଙ୍କର ହାତ ଓ ପିଠିରେ ଆକ୍ରମଣ କରିଥିଲେ | ତେବେ ମନ ମେହେର ଲହୁଲୁହାଣ ହୋଇ ତଳେ ପଡିଯାଇଥିବା ବେଳେ ତାଙ୍କ ସାଙ୍ଗ ମାନେ ଭୟରେ ଚାଲିଯାଇଥିଲେ ଓ ପରେ ଦୁର୍ବୁତ୍ତ ମାନେ ଚାଲିଯିବାରୁ ମନ ମେହେରଙ୍କୁ ସେଠାରୁ ଉଦ୍ଧାର କରି ବିଜେପୁର ଡାକ୍ତରଖାନାକୁ ଅଣାଯାଇଥିଲା | ପରେ ବରଗଡ ସରକାରୀ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା | ତେବେ ଜିଲ୍ଲା ବିଜେପି ଦଳ ପକ୍ଷରୁ ଏପରି ଆକ୍ରମଣକୁ ନିନ୍ଦା କରାଯାଇଛି ଏବଂ ଉପନିର୍ବାଚନ ପୂର୍ବରୁ ବିଜେଡି ଦଳର ଏପରି ଗୁଣ୍ଡାଗିରି ଓ ବିଜେପି କର୍ମୀ ମାନଙ୍କୁ ଭୟଭୀତ କରାଇବା ବିରୋଧରେ ବରଗଡ ପୋଲିସ ଏସପି ଙ୍କୁ ଆସନ୍ତା କାଲୀ ଭେଟିବ ବୋଲି କହିଛନ୍ତି |

ବାଇଟ ୧- ଅଶ୍ଵିନୀ ଷଡଙ୍ଗୀ ( ବିଜେପି ରାଜ୍ୟ ଉପସଭାପତି )
ବାଇଟ ୨- ସୁରେଶ୍ଵର ଶତତ୍ପଥୀ ( ବିଜେପି ) Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.