ETV Bharat / state

ସୁରକ୍ଷା, ସଂରକ୍ଷଣଠୁ ବହୁ ଦୂରରେ ବରଗଡର ‘ବୃହତ ପାନୀୟ ଜଳ ପ୍ରକଳ୍ପ’

ଖରାଦିନେ ଆସିଲେ ଭୟଙ୍କର ଜଳ ସଂକଟର ସମ୍ମୁଖୀନ ହୁଏ ପଶ୍ଚିମ ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲା । ଉତ୍କଟ ପାନୀୟ ଜଳ ସମସ୍ୟାକୁ ନଜରରେ ରଖି ରାଜ୍ୟ ସରକାର ବରଗାଁରେ ନିର୍ମାଣ କରିଥିଲେ ୧୫ MLD ବିଶିଷ୍ଟ ମେଗା ଜଳ ପ୍ରକଳ୍ପ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 19, 2020, 7:56 AM IST

ବରଗଡ: ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ବିଶୁଦ୍ଧ ଜଳ ଯୋଗାଣରେ ବଡ ଅବହେଳା । ବରଗଡରେ ଲୋକଙ୍କ ପିଇବା ପାଣିର ଉତ୍କଟ ସମସ୍ୟାକୁ ଦୂର କରିବା ନିମନ୍ତେ ସ୍ଵଚ୍ଛ ଓ ନିର୍ମଳ ଜଳ ଯୋଗାଣ ପାଇଁ ବରଗାଁ ଠାରେ ୩୭ କୋଟି ବିନିମୟରେ କରାଯାଇଛି ମେଗା ଜଳ ପ୍ରକଳ୍ପ , ମାତ୍ର ଏହା ବରଗଡ ବାସୀଙ୍କ ପାଇଁ କେତେ ସୁରକ୍ଷିତ ? କଣ ରହିଛି ଏଠାକାର ସୁରକ୍ଷା ବ୍ୟବସ୍ଥା ? ଖୋଲା ଆକାଶ ତଳେ ମେଗା ଜଳ ପ୍ରକଳ୍ପର ପାଣିକୁ ସମଗ୍ର ବରଗଡ ସହର ବାସୀ ବ୍ୟବହାର କରୁଛନ୍ତି ।

ସୁରକ୍ଷା ,ସଂରକ୍ଷଣ ଠାରୁ ବହୁ ଦୂରରେ ବରଗଡ ବୃହତ ପାନୀୟ ଜଳ ପ୍ରକଳ୍ପ

ବରଗଡ ଠାରୁ ୭ କିଲୋମିଟର ବରଗାଁ ଠାରେ ୪ ଏକର ଜମିରେ ନିର୍ମିତ ହୋଇଥିବା ୧୫ MLD ବିଶିଷ୍ଟ ମେଗା ଜଳ ପ୍ରକଳ୍ପ। ୨୦୦୯ ମସିହାରୁ ଶିଳାନ୍ୟାସ କରାଯାଇଥିବା ଏହି ପ୍ରକଳ୍ପର କାମ ଦୀର୍ଘ ୧୦ ବର୍ଷ ପରେ ୨୦୧୯ ରେ ସମ୍ପୂର୍ଣ୍ଣ ହୋଇଥିଲା | ଏହି ଦଶ ବର୍ଷ ମଧ୍ୟରେ ବରଗଡ ଜିଲ୍ଲାର ପୁରା ନକ୍ସା ବଦଳି ଯାଇଥିଲା । 4 ଲେନ ବାଇପାସ ରୋଡ , ବିଜୁ ଏକ୍ସପ୍ରେସ୍ସ ୱେ , ଖେଦାପାଳି ସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଏପରି ବହୁ ପ୍ରକଳ୍ପ ଗୁଡିକର କାମ ଶେଷ ହୋଇ ଯାଇଥିଲା ମାତ୍ର ଅସମ୍ପୂର୍ଣ ରହିଥିଲା ୩୭ କୋଟି ଟଙ୍କାର ଏହି ମେଗା ଜଳ ପ୍ରକଳ୍ପ । ୧୦ ବର୍ଷ ପରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯାଇ ଗତ ୨୬ ଫେବୃୟାରି ୨୦୧୯ ରେ ଉଦ୍ଘାଟନ କରାଗଲା ଏହି ପ୍ରକଳ୍ପ । ନିୟମ ଅନୁଯାୟୀ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପ୍ରକଳ୍ପ ଗୁଡିକୁ ୨୪ ଘଣ୍ଟା କଡାକଡ଼ି ସୁରକ୍ଷା ବ୍ୟବସ୍ଥା ଘେରରେ ରଖାଯିବା ଦରକାର । ପ୍ରକଳ୍ପର ଚାରିପଟେ ଉଚ୍ଚ ପାଚେରି ସହିତ ତାରଜାଲି ଓ ୱାଚ ଟାୱାରରେ ସୁରକ୍ଷା କର୍ମଚାରୀ ଏବଂ ସିସିଟିଭିର ବ୍ୟବସ୍ଥା ରହିଥିବା ବେଳେ କିନ୍ତୁ ଏଠାରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହି ଏବଂ ଏଠାରେ ବାଜିରେ ଲାଗିଛି ହଜାର ହଜାର ବରଗଡବାସୀଙ୍କ ଜୀବନ |

ଏହି ପ୍ରକଳ୍ପ ଚାରିପଟେ ଅଳ୍ପ ଉଚ୍ଚତା ବିଶିଷ୍ଟ ପାଚେରି ନାମ ମାତ୍ରକୁ ରହିଛି , ଜଣେ ଆରାମରେ ପାଚେରି ଡେଇଁ ପ୍ଳାଣ୍ଟ ଭିତରକୁ ପ୍ରବେଶ କରିପାରିବ ଏବଂ ସହଜରେ କୌଣସି ଅଘଟଣ ଘଟାଇପାରିବ। ଅନ୍ୟପଟେ ଗେଟ ସମ୍ମୁଖରେ କେବଳ ଲେଖାଯାଇଛି ଯେ " ଭିତରକୁ ପ୍ରବେଶ ନିଷେଧ " ହେଲେ ଏହି ଭିତରକୁ ପ୍ରବେଶ କରିବା ସମୟରେ ନା ଅଟକାଇବା ପାଇଁ କେହି ଅଛନ୍ତି ନାଁ ପଚାରିବା ପାଇଁ ମଧ୍ୟ କୌଣସି ସୁରକ୍ଷା କର୍ମୀ । କିନ୍ତୁ କାଗଜ ପତ୍ରରେ ନିଯୋଜିତ ରହିଛନ୍ତି ୨୪ ଘଣ୍ଟା ପାଇଁ ୩ ଜଣ ସୁରକ୍ଷା କର୍ମଚାରୀ ଏବଂ ଦରମା ମଧ୍ୟ ଦିଆଯାଉଛି ହେଲେ ବାସ୍ତବରେ କେହି ନାହାନ୍ତି ସେଠାରେ ।

ସମୟ ଥିଲା ବରଗଡ ସହରରେ ରହିଥିବା ୧୯ ଗୋଟି ୱାର୍ଡର ଅଧିକାଂଶ ଲୋକେ ସ୍ଥାନୀୟ ଜିରା ନଦୀରୁ ସପ୍ଲାଇ କରାଯାଉଥିବା ପାଣିକୁ ପିଇବା ପାଇଁ ବ୍ୟବହାର କରୁଥିଲେ । ଯେଉଁ ଜିରାନଦୀରେ ସହର ଜାକର ଆବର୍ଜନା ପାଣି ଯାଇ ମିଶୁଥିଲା | ଏପରିକି ଗ୍ରୀଷ୍ମ ଋତୁରେ ଲୋକେ ଜିରା ନାଦିର ବାଳୀରୁ ପାଣି ସଂଗ୍ରହ କରି ଘରକୁ ବୋହି ନେଉଥିଲେ ଏବଂ ହଇଜା ଓ କିଡ଼ନୀ ପରି ନାନା ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଉଥିଲେ। ଗ୍ରୀଷ୍ମ ଋତୁରେ ବରଗଡ ସହରରେ ଦେଖାଦେଉଥିବା ପାନୀୟ ଜଳର ଉତ୍କଟ ସଙ୍କଟକୁ ଆଖିଆଗରେ ରଖି ବରଗାଁ ଠାରେ ନିର୍ମିତ ବୃହତ ଜଳ ପ୍ରକଳ୍ପ ବହୁ ବିଳମ୍ବ ହେଲେ ମଧ୍ୟ ସ୍ଵାଗତ ଯୋଗ୍ୟ । କିନ୍ତୁ ସହର ଚାରିଆଡେ ମାଟିତଳେ ପୋତାଯାଇଥିବା ପାଇପ ଲାଇନ ଗୁଡିକ ନାଳ ନର୍ଦମା ଦେଇ ଯାଇଥିବାରୁ ପିଇବା ପାଣି ସୁରକ୍ଷିତ ନୁହେଁ ଏହାସହ ଏହି ଜଳ ପ୍ରକଳ୍ପ ମଧ୍ୟ ଆବଶ୍ୟକୀୟ ସୁରକ୍ଷା ଠାରୁ କୋଶେ ଦୂରରେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.