ETV Bharat / state

ଦୁର୍ଦ୍ଦିନରେ ବରଗଡ ବୁଣାକାର, ପରିଶ୍ରମ ଅନୁଯାୟୀ ମିଳୁନି ପାଉଣା - ସହାୟତା ଅପେକ୍ଷାରେ ବରଗଡ ବୁଣାକାର

ପରିଶ୍ରମ ଅନୁଯାୟୀ ପ୍ରାପ୍ୟ ମିଳୁନଥିବା ବେଳେ କୁଳ ବେଉସାକୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି ବରଗଡ ବୁଣାକାର । ଫଳରେ ଦୁର୍ଦ୍ଦିନରେ ଜୀବନ ବିତାଉଥିବା ବେଳେ ସରକାରଙ୍କୁ ସହାୟତା କରିବା ପାଇଁ ଗୁହାରି କରିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

bargarh weaver
bargarh weaver
author img

By

Published : Feb 26, 2023, 5:01 PM IST

ଦୁର୍ଦ୍ଦିନରେ ବରଗଡ ବୁଣାକାର

ବରଗଡ: ସମ୍ବଲପୁରୀ ପାଟ କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏହାର ସ୍ବତନ୍ତ୍ର ପରିଚୟ ରହିଛି । କିନ୍ତୁ ଏହି ଆକର୍ଷଣୀୟ ପାଟ ପ୍ରସ୍ତୁତି ପାଇଁ ଦିନଦିନ ଧରି କାମ କରୁଥିବା କାରୀଗର ଏବେ କିନ୍ତୁ ଦୁଃଖରେ । କୁଟୀର ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ଠାରୁ କେନ୍ଦ୍ର ସରକାଙ୍କ ଅନେକ ଯୋଜନା । କିନ୍ତୁ ଆଜି ମଧ୍ୟ ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ବରଗଡ ଜିଲ୍ଲାର ବୁଣାକାର । କୋରୋନା ମହାମାରୀ ସାରା ବିଶ୍ବକୁ ଦେହଲାଇ ଦେଇଥିବା ବେଳେ
ଆର୍ଥିକ ବୋଝରେ ଆଜି ମଧ୍ୟ କାଳାତିପାତ ହେଉଛନ୍ତି ବରଗଡ ଜିଲ୍ଲାର ବୁଣାକାର । ଛଟେଇ ହୋଇଥିବା ଶ୍ରମିକ ବର୍ତ୍ତମାନ ସୁଦ୍ଧା ମୁଣ୍ଡ ଟେକିପାରିନଥିବା ବେଳେ ଧୂଳି ଧୁସରିତ ହୋଇ ଖତ ଖାଉଛି କଳକାରଖାନା । ବସ୍ତ୍ର ବିକ୍ରି ହୋଇପାରୁନଥିବା ବେଳେ ଦୁଇ ପଇସା ରୋଜଗାର ମଧ୍ୟ ହୋଇପାରୁନି । ଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାର ବୁଣାକାର ।

ଦୁଇବର୍ଷ ଧରି ମହାମାରୀ କୋରୋନା ସାରା ଦେଶରେ ହାହାକାର ମଚେଇ ମଣିଷକୁ ତଳିତଳାନ୍ତ କରିଦେଇଥିଲା । ବଡ ବଡ କମ୍ପାନୀ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରି ମଧ୍ୟ ଆଜି ଯାଏଁ ମୁଣ୍ଡ ଟେକିପାରିନଥିବା ବେଳେ ଅନେକ କଳକାରଖାନା ସଂପୂର୍ଣ୍ଣ ବନ୍ଦ ହୋଇପଡିଛି । ଏପରି ପରିସ୍ଥିତିରେ ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ ମଧ୍ୟ କୃଷି ଓ ବୁଣାକାର ପରିବାର ବେଶ ପ୍ରଭାବିତ ହୋଇଛନ୍ତି । ନିଜ କୌଳିକ ବୃତ୍ତିକୁ ବଞ୍ଚେଇ ରଖିଥିବା ବୁଣାକାର ପରିବାର ଓ ଚାଷୀ ମାନଙ୍କର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଦୋହଲି ପଡିଥିବା ବେଳେ ଏବେ ପୁଣି ସଂଗ୍ରାମ ଜାରିରଖିଥିବା ନେଇ ବୁଣାକାରମାନେ କହିଛନ୍ତି ।

ବରଗଡ ଜିଲ୍ଲାରେ ମୁଖ୍ୟତଃ ୭୦ ପ୍ରତିଶତ ଲୋକେ ପରିବାର ପୋଷଣ ପାଇଁ ଚାଷକାମ ଉପରେ ନିର୍ଭର କରୁଥିବା ବେଳେ ହଜାର ହଜାର ଲୋକ ସମ୍ବଲପୁରୀ ବସ୍ତ୍ର ବୁଣି ମଧ୍ୟ ପରିବାର ପ୍ରତିପୋଷଣ କରିଥାନ୍ତି । ବରଗଡ ଜିଲ୍ଲାରେ ବହୁ ବୁଣାକାର ପରିବାର ଲୁଗାବୁଣି ଆତ୍ମନିର୍ଭରଶୀଳ ହୋଇ ଗୁଜୁରାଣ ମେଣ୍ଟାଉଥିବା ବେଳେ କିନ୍ତୁ ମହାମାରୀ ଦିନଠାରୁ ଲୋକଙ୍କ ଉପରେ ପଡିଥିବା ଆର୍ଥିକ ବୋଝର ପ୍ରଭାବ ବରଗଡ ଜିଲ୍ଲାର ବୁଣାକାର ପାରିବାର ଉପରେ ବହୁଳ ଭାବରେ ପଡିଛି ।

ଦୁଇ ବର୍ଷ ଧରି ବୁଣାକାରମାନେ ଘରେ ବସି ବହୁ କଷ୍ଟରେ ଗୁଜୁରାଣ ମେଣ୍ଟାଇଥିବା ବେଳେ ଲକଡାଉନ ଖୋଲିବାର ଗୋଟେ ବର୍ଷ ପରେ ମଧ୍ୟ ଆଜିଯାଏଁ ସ୍ଥିତି ସୁଧୁରି ନାହିଁ । ପୂର୍ବଭଳି ବିକ୍ରି ମଧ୍ୟ ହେଉନଥିବା କହିଛନ୍ତି ବୁଣାକାର । ଏନେଇ ବୁଣାକାର କହିଛନ୍ତି, " ବହୁତ ଅସୁବିଧାରେ ଚଳୁଛି । ଗୋଟିଏ ଓଳି ଖାଇଲେ ଆର ଓଳି ଉପବାସ ରହିବାକୁ ପଡୁଛି । କୌଳିକ ବୃତ୍ତି ଛାଡିପାରୁନୁ ବୋଲି ପାଟ ବୁଣୁଛୁ । କିନ୍ତୁ ସେଥିରେ କୌଣସି ଲାଭ ହେଉନାହିଁ । ସମାଜର ପରମ୍ପରା ଅନୁଯାୟୀ ଲୋକେ ବିବାହ ଓ ବ୍ରତ କାର୍ଯ୍ୟ ସମାପାନ କରୁଛନ୍ତି ସତ, ହେଲେ ମହାମାରୀ ପରେ ଲୋକଙ୍କ ଆର୍ଥିକ ସ୍ଥିତି ଖରାପ ହେବା କାରଣରୁ ଆଗପରି ଲୋକେ ଦାମିକିଆ ଶାଢୀ କିଣୁନାହାନ୍ତି ।"

ତନ୍ତରେ ଲୁଗାବୁଣି ବାଲିଜୁରୀ ଗ୍ରାମରେ ରହିଥିବା ମାର୍କେଟରେ ବିକ୍ରି କରୁଛନ୍ତି ବୁଣାକାର । ମାର୍କେଟରେ ଭିଡ ଲାଗୁଥିଲେ ସୁଦ୍ଧା ସେମାନେ ଲାଭ ପାଇପାରୁନଥିବା କହିଛନ୍ତି । ଗୋଟେପଟେ ଆର୍ଥିକ ମାନ୍ଦାବସ୍ଥା ଥିବା ବେଳେ କେନ୍ଦ୍ର ସରକାରଙ୍କ ଜିଏସଟି ମାଡ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଅନ୍ୟପଟେ ଜିଏସଟି ପାଇଁ ବ୍ୟବସାୟ ପ୍ରଭାବିତ ହେଉଥିବା ନେଇ ଅତିରିକ୍ତ ନିର୍ଦ୍ଦେଶକ କହିଛନ୍ତି । ତେବ ସରକାର ଯଦି ପାରମ୍ପରିକ ବୁଣାକାରଙ୍କ ଦୁର୍ଦ୍ଦଶା ବୁଝିଥାନ୍ତେ ତାହାଲେ ବୁଣାକାର ଭଲ ଦିଇସା ରୋଜଗାର କରିପାରିବେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.