ETV Bharat / state

ତେଲେଙ୍ଗାନାରେ ଫସିଥିଲେ ଶ୍ରମିକ ଦମ୍ପତି, ଟ୍ବିଟ କରି ଉଦ୍ଧାର କଲେ ଟ୍ବିଟର ଗାର୍ଲ ଦୀପା

author img

By

Published : Feb 5, 2022, 7:33 AM IST

ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀ ଅଞ୍ଚଳରେ ଜୀବନ ବିପଦରେ ଥିବା ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳର ଟ୍ୱିଟର ଗାର୍ଲ ଦୀପା ବାରିକ । ଅଧିକ ପଢନ୍ତୁ

ଟ୍ୱିଟ ଜରିଆରେ ତେଲେଙ୍ଗାନାରୁ ଶ୍ରମିକ ଦମ୍ପତ୍ତିଙ୍କୁ ଉଦ୍ଧାର କଲେ ବରଗଡ଼ର ଟ୍ୱିଟର ଗାର୍ଲ

ବରଗଡ: ଜୀବନ ବଞ୍ଚେଇଲା ଟ୍ୱିଟର ଗାର୍ଲଙ୍କ ଗୋଟିଏ ଟ୍ୱିଟ । ତେଲେଙ୍ଗାନାରୁ ଉଦ୍ଧାର ହେଲେ ନିଖୋଜ ଥିବା ପ୍ରବାସୀ ଶ୍ରମିକ ଦମ୍ପତି । ପ୍ରମୁଖ ନେତା KTRଙ୍କ ସହଯୋଗରେ ତେଲେଙ୍ଗାନା ପୋଲିସ ଓ ପ୍ରଶାସନ ତତ୍ପର ହେଲା । ସୁଦୂର ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀ ଅଞ୍ଚଳରେ ଜୀବନ ବିପଦରେ ଥିବା ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳର ଟ୍ୱିଟର ଗାର୍ଲ ଦୀପା ବାରିକ ।

କିଛିଦିନ ତଳେ ତେଲେଙ୍ଗାନା ରାଜ୍ୟ ପେଦାପଲ୍ଲୀ ଅଞ୍ଚଳରେ କିଛି ପ୍ରବାସୀ ଶ୍ରମିକ ନିର୍ଯାତନାର ଶିକାର ହେଉଥିଲେ । ଇଟାଭାଟି ମାଲିକ ଉକ୍ତ ପ୍ରବାସୀ ଶ୍ରମିକଙ୍କୁ ଏଭଳି ପାଶବିକ ଅତ୍ୟାଚାର କରୁଥିଲେ ଯେ, ଜଣେ ପ୍ରବାସୀ ଶ୍ରମିକ ଲକ୍ଷ୍ମଣ ଲୁହାର ଅତ୍ୟାଚାର ସହି ନପାରି ଟ୍ରାନ୍ସଫରମରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମୁର୍ମୂଷ ଅବସ୍ଥାରେ ଶ୍ରୀ ଦ୍ୱାରକାମୟୀ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗୁରୁବାର ହଠାତ ଇଟାଭାଟି ମାଲିକ କିଛି ଗୁଣ୍ଡା ଆଣି ଡାକ୍ତରଖାନାରୁ କୁଆଡ଼େ ନେଇଯାଇଥିଲା ।

ତେବେ ଲକ୍ଷ୍ମଣଙ୍କ ସ୍ତ୍ରୀ ହେମକାନ୍ତି ତାଙ୍କ ଶାଶୁଙ୍କୁ କାନ୍ଦିକାନ୍ଦି ପୋଲିସ ପଠେଇବା ପାଇଁ ଅନୁରୋଧ କରିଥିଲେ । ଟ୍ଵିଟର ଗାର୍ଲ ଦୀପା ବାରିକ ଉକ୍ତ କଥା ଶୁଣିବା ପରେ ଟ୍ୱିଟର ମାଧ୍ୟମରେ ତେଲେଙ୍ଗାନା ରାଜ୍ୟର ପ୍ରମୁଖ ନେତା KTRଙ୍କୁ ଜଣାଇଥିଲେ । ଏହାପରେ ତେଲେଙ୍ଗାନା ପୋଲିସ, ପେଦାପଲ୍ଲୀ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଭୟ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟଜଣେ ସ୍ୱେଚ୍ଛାସେବୀ ଦିବସ କୁମାର ସାହୁ ପେଦାପଲ୍ଲୀ ଶ୍ରମ ବିଭାଗ ଅଧିକାରୀ ତଥା ପୋଲିସ ସହ ଦିନରାତି ଯୋଗାଯୋଗ କରି ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ଟ୍ରେନ ଯୋଗେ ଓଡ଼ିଶା ପଠାଇବାର ବନ୍ଦୋବସ୍ତ କରିଛନ୍ତି । ତେବେ ଉଦ୍ଧାର ହେବା ଘଟଣା ଜାଣିବା ପରେ ଲକ୍ଷ୍ମଣଙ୍କ ମାଆ ଭାବବିହ୍ୱଳ ହୋଇ ଟ୍ୱିଟର ଗାର୍ଲ ଦୀପା ବାରିକ, ତେଲେଙ୍ଗାନା ରାଜ୍ୟ ସରକାର ତଥା ଓଡିଶା ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.