ETV Bharat / state

ଚାଉଳ ହେରଫେର ମାମଲାରେ ଯୋଗାଣ ସହକାରୀ ନିଲମ୍ୱନ

author img

By ETV Bharat Odisha Team

Published : Jan 6, 2024, 12:17 PM IST

Supply Assistant suspended: ପିଡିଏସ ଚାଉଳ ହେରଫେର ମାମଲାରେ ବରଗଡ ଜିଲ୍ଲା ତୋରା ପଞ୍ଚାୟତର ଯୋଗାଣ ସହକାରୀ ନିଲମ୍ବିତ । ଅଧିକ ପଢନ୍ତୁ ।

ଚାଉଳ ହେରଫେର ମାମଲାରେ ଯୋଗାଣ ସହକାରୀ ନିଲମ୍ୱନ
ଚାଉଳ ହେରଫେର ମାମଲାରେ ଯୋଗାଣ ସହକାରୀ ନିଲମ୍ୱନ
ଚାଉଳ ହେରଫେର କରି ନିଲମ୍ବିତ ହେଲେ ଯୋଗାଣ ସହକାରୀ

ବରଗଡ: ପିଡିଏସ ଚାଉଳ ହେରଫେର ମାମଲାରେ ବରଗଡ ଜିଲ୍ଲା ତୋରା ପଞ୍ଚାୟତର ଯୋଗାଣ ସହକାରୀ ନିଲମ୍ବିତ । ଦୀର୍ଘ ମାସ ଧରି ହିତାଧିକାରୀମାନଙ୍କୁ ପିଡିଏସ ଚାଉଳ ଦିଆଯାଇନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପହଞ୍ଚିବାର କିଛି ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତୁରନ୍ତ ତଦନ୍ତ କରାଯାଇ ଯୋଗାଣ ସହକାରୀଙ୍କୁ ନିଲମ୍ବିତ କରାଯାଇଛି । ପିଡିଏସ ଚାଉଳ ଦିଆଯାଉନଥିବା ନେଇ ଶତାଧିକ ହିତାଧିକାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. କିଏ ଖାଇଲା ହିତାଧିକାରୀଙ୍କ ଚାଉଳ ? ପିଇଓ ଓ ଯୋଗାଣ ସହାୟକଙ୍କ ଭିତରେ ତୁ ତୁ ମେଁ ମେଁ

ଶୁକ୍ରବାର ଦିନ 17 ନମ୍ବର ଓ୍ବାର୍ଡର ଶତାଧିକ ହିତାଧିକାରୀ ଏକାଠି ହୋଇ ଜିଲ୍ଲାପାଳଙ୍କୁ ଭେଟି ପିଡିଏସ ଚାଉଳ ଦିଆଯାଇନଥିବା ନେଇ ଅଭିଯୋଗ ଆଣିଥିଲେ । ଅଭିଯୋଗ ପାଇବା ମାତ୍ରେ ଫୋନ ଯୋଗେ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ଏବଂ ଗୋଟିଏ ଘଣ୍ଟା ମଧ୍ୟରେ ଯୋଗାଣ ସହକାରୀଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗର ତଦନ୍ତ ପରେ ତୋରା ପଞ୍ଚାୟତର ଯୋଗାଣ ସହକାରୀଙ୍କୁ ପ୍ରଶାସନ ପକ୍ଷରୁ ନିଲମ୍ବିତ କରାଯାଇଛି । ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ତୁରନ୍ତ ପଦକ୍ଷେପକୁ ନେଇ ହିତାଧିକାରୀମାନେ ବେଶ ଖୁସି ପ୍ରକାଶ କରିବା ସହ ଖୁବଶୀଘ୍ର PDS ଚାଉଳ ପାଇପାରିବେ ବୋଲି ଆଶା ରଖିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବାଟବଣା ଖାଦ୍ୟ ସୁରକ୍ଷା ଯୋଜନା, ମୁଠାଏ ଚାଉଳ ପାଇଁ ହନ୍ତସନ୍ତ ଲୋକେ

ସୂଚନା ଅନୁଯାୟୀ, ବରଗଡ ସଦର ବ୍ଲକ ଅନ୍ତର୍ଗତ ତୋରା ଗ୍ରାମପଞ୍ଚାୟତର କନ୍ଦୁମୁଡା ଗ୍ରାମର 17 ନମ୍ବର ୱାର୍ଡ ବାସିନ୍ଦା ଦୀର୍ଘ ମାସ ହେଲା PDS ଚାଉଳ ପାଇନଥିଲେ । ରାଜ୍ୟ ସରକାର ସମସ୍ତ ହିତାଧିକାରୀମାନଙ୍କୁ ଆଗୁଆ 4 ମାସର PDS ଚାଉଳ ଯୋଗାଇ ଦେଉଥିବା ବେଳେ ତୋରା ପଞ୍ଚାୟତର 17 ନମ୍ବର ୱାର୍ଡ ବାସିନ୍ଦା ପୂର୍ବର 3 ମାସ ଓ ଅଗ୍ରୀମ 4 ମାସର ଚାଉଳ ପାଇବାରୁ ବଞ୍ଚିତ ଥିଲେ । ତୋରା ପଞ୍ଚାୟତର ସଞ୍ଜୀବ ଲୁହା ନାମକ ଯୋଗାଣ ସହକାରୀ ଅନ୍ୟମାନଙ୍କୁ ସଠିକ ସମୟରେ ଚାଉଳ ଦେଉଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ କେବଳ ଗୋଟିଏ ପଞ୍ଚାୟତର ହିତାଧିକାରୀମାନଙ୍କୁ ଚାଉଳ ନ ଦେଇ ଏଭଳି ଭାବେ ହଇରାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଆଜି କିମ୍ୱା କାଲି ଦିଆଯିବ କହି ଗତ 3 ମାସ ଧରି ହିତାଧିକାରୀମାନଙ୍କୁ ହଇରାଣ କରୁଥିବା ବେଳେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ହିତାଧିକାରୀ । ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସହକାରୀ ଯୋଗାଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.