ETV Bharat / state

ଛାତ୍ର ଆଦିତ୍ୟରାଜଙ୍କ ମୃତ୍ୟୁ ଘଟଣା, ଆଜି 12 ଘଣ୍ଟିଆ ବରଗଡ଼ ବନ୍ଦ - 12 hours strike in bargarh

ବରଗଡ଼ ସଚେତନ ନାଗରିକ କମିଟି ପକ୍ଷରୁ ଆଜି (ଶନିବାର) ୧୨ଘଣ୍ଟିଆ ବରଗଡ଼ ବନ୍ଦ ଡାକରା । ବରଗଡ଼ ବିକାଶ ଫାଷ୍ଟ ଷ୍ଟେପରେ ପଢୁଥିବା ଛାତ୍ର ଆଦିତ୍ୟରାଜର ମୃତ୍ୟୁକୁ ନେଇ ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢ଼ନ୍ତୁ

bargarh sachetan nagarik committee called strike in bargarh
ଛାତ୍ର ଆଦିତ୍ୟରାଜଙ୍କ ମୃତ୍ୟୁ ଘଟଣା, ଆଜି 12 ଘଣ୍ଟିଆ ବରଗଡ଼ ବନ୍ଦ ଡାକରା
author img

By

Published : Jul 30, 2022, 9:24 AM IST

Updated : Jul 30, 2022, 9:48 AM IST

ବରଗଡ଼: ଜିଲ୍ଲା ସଚେତନ ନାଗରିକ କମିଟି ପକ୍ଷରୁ ଆଜି (ଶନିବାର) ୧୨ଘଣ୍ଟିଆ ବରଗଡ଼ ବନ୍ଦ ଡାକରା । ବରଗଡ଼ ବିକାଶ ଫାଷ୍ଟ ଷ୍ଟେପରେ ପଢୁଥିବା ଛାତ୍ର ଆଦିତ୍ୟରାଜର ମୃତ୍ୟୁକୁ ନେଇ ବନ୍ଦ ଡାକରା ଦିଆଯାଇଛି । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଆଜି 12 ଘଣ୍ଟିଆ ବରଗଡ଼ ବନ୍ଦ

ସ୍କୁଲ କର୍ତ୍ତୃପକ୍ଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ଆଦିତ୍ୟରାଜ ମୃତ୍ୟୁ ଘଟଣାକୁ ନେଇ ବିକାଶ ସ୍କୁଲ ସମ୍ମୁଖରେ ଗତ ୨୨ତାରିଖ ଦିନ ଧରି ଅଭିଭାବକମାନେ ପ୍ରତିବାଦ ପ୍ରଦର୍ଶନ କରୁଥିବା ବେଳେ ସାମ୍ବାଦିକ ବିରେନ୍ଦ୍ର ପ୍ରଧାନଙ୍କ ସମେତ ୯ଜଣଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ କରିଥିବା ବରଗଡ଼ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।

ବନ୍ଦ ପ୍ରଭାବରେ ବରଗଡ଼ ସହରର ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ, ସ୍କୁଲ, କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିବାରୁ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି । ଜିଲ୍ଲା ସଚେତନ ନାଗରିକ କମିଟି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମସ୍ତ ରାଜନୈତିକ ଦଳ, ବରଗଡ଼ ସାମ୍ବାଦିକ ସଂଘ, ବରଗଡ଼ ଜିଲ୍ଲା ଓକିଲ ସଂଘ, ଅଭିଭାବକ ସଂଘ ସମେତ ବିଭିନ୍ନ ସଂଗଠନ ସମର୍ଥନ କରିଛି।

ଇଟିଭି ଭାରତ, ବରଗଡ଼

Last Updated : Jul 30, 2022, 9:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.