ETV Bharat / state

ଚାଷୀଙ୍କ ସମସ୍ୟା ବୁଝିବାକୁ ଅତାବିରା ମାର୍କେଟରେ ସାଂସଦ ସୁରେଶ ପୂଜାରୀ

author img

By

Published : Jun 1, 2020, 9:22 PM IST

ରବି ଫସଲର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ବହୁ ଗୁଡିଏ ମାର୍କେଟ ୟାର୍ଡରେ ଧାନ ପଡିରହିଛି । ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଚାଷୀଙ୍କ ସମସ୍ୟା ବୁଝିବାକୁ ଅତାବିରା ମାର୍କେଟରେ ସାଂସଦ ସୁରେଶ ପୂଜାରୀ
ଚାଷୀଙ୍କ ସମସ୍ୟା ବୁଝିବାକୁ ଅତାବିରା ମାର୍କେଟରେ ସାଂସଦ ସୁରେଶ ପୂଜାରୀ

ବରଗଡ: ଲକଡାଉନରେ ଅନେକ ସମସ୍ୟାରେ ଗତି କରୁଛନ୍ତି ଜିଲ୍ଲାର ଚାଷୀକୂଳ । ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ ସେମାନଙ୍କର ଧାନ ପଡି ରହିଛି । ସଠିକ୍ ଭାବେ ଧାନ ଉଠୁନଥିବା ଅଭିଯୋଗ ହୋଇଛି । ଏନେଇ ସୋମବାର ସାଂସଦ ସୁରେଶ ପୂଜାରୀ ସ୍ଥିତି ଅନୁଧ୍ୟାନ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ରବି ଫସଲର ଧାନ ସଂଗ୍ରହ ପ୍ରକ୍ରିୟା ଗତ ମେ 8ରୁ ଆରମ୍ଭ କରାଯାଇଛି । ହେଲେ ଏବେ ପର୍ଯ୍ୟନ୍ତ ବହୁ ଗୁଡିଏ ମାର୍କେଟ ୟାର୍ଡରେ ଧାନ ପଡିରହିଛି । ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ଏହା ସମ୍ପର୍କରେ ଖବର ପାଇବା ପରେ ବରଗଡ ସାଂସଦ ସୁରେଶ ପୂଝାରୀ ଅତାବିରା ମାର୍କେଟ ୟାର୍ଡକୁ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଥିଲେ ।

ଏହାସହ ବରଗଡ ବ୍ଲକର ବହୁ ଧାନ ମଣ୍ଡି ବୁଲିଥିଲେ ସାଂସଦ ସୁରେଶ ପୂଜାରୀ । ଚାଷୀଙ୍କ ସୁବିଧା ଅସୁବିଧା ନେଇ ସେମାନଙ୍କ ସହିତ ଆଲୋଚନା କରିଥିଲେ । ସମସ୍ତ ମଣ୍ଡିମାନଙ୍କରେ ହଜାର ହଜାର ବସ୍ତା ପଡି ରହିଥିଲେ ମଧ୍ୟ ଠିକ୍ ଭାବେ ଧାନ ଉଠୁନଥିବା ଚାଷୀମାନେ ଅଭିଯୋଗ କରିଥିଲେ ।

ଏହା ସମ୍ପର୍କରେ ସାଂସଦ ପୂଜାରୀ ଯୋଗାଣ ଅଧିକାରୀ ଏବଂ ମଣ୍ଡି ଦାୟିତ୍ବରେ ଥିବା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହାସହ ତୁରନ୍ତ ଚାଷୀଙ୍କର ଧାନ ଉଠିବା ଦିଗରେ ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.