ETV Bharat / state

Padmapur By Poll: ବିଜେଡି ଟଙ୍କା ବଣ୍ଟୁଥିବା ଅଭିଯୋଗ, ପ୍ରତିକ୍ରିୟା ରଖିଲେ ସୁରେଶ ପୂଜାରୀ

author img

By

Published : Dec 4, 2022, 9:21 PM IST

ରାତି ପାହିଲେ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ । ପଦ୍ମପୁରରୁ ଚାଲିଯାଇଛନ୍ତି ଡେରା ପକାଇଥିବା ବିଭିନ୍ନ ଦଳର ନେତା ଓ ମନ୍ତ୍ରୀ । ତେବେ ଭୋଟ ପାଇବା ପାଇଁ ବିଜେଡି ପ୍ରାର୍ଥିନୀଙ୍କ ଭାଇ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୁଜାରୀ । ଅଧିକ ପଢ଼ନ୍ତୁ

Padmapur By Poll: ବିଜେଡି ଟଙ୍କା ବଣ୍ଟୁଥିବା ଅଭିଯୋଗ, ପ୍ରତିକ୍ରିୟା ରଖିଲେ ସୁରେଶ ପୂଜାରୀ
Padmapur By Poll: ବିଜେଡି ଟଙ୍କା ବଣ୍ଟୁଥିବା ଅଭିଯୋଗ, ପ୍ରତିକ୍ରିୟା ରଖିଲେ ସୁରେଶ ପୂଜାରୀ

ବରଗଡ଼: ରାତି ପାହିଲେ ଆରମ୍ଭ ହେବ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା । ଗତକାଲି (ଶନିବାର) ଠାରୁ ପ୍ରଚାର ବନ୍ଦ ହୋଇଥିବାବେଳେ ପଦ୍ମପୁରରୁ ଚାଲିଯାଇଛନ୍ତି ଡେରା ପକାଇଥିବା ବିଭିନ୍ନ ଦଳର ନେତା ଓ ମନ୍ତ୍ରୀ । ତେବେ ନିଜ ସପକ୍ଷରେ ଭୋଟ ପାଇବା ପାଇଁ ବିଜେଡି ପ୍ରାର୍ଥିନୀଙ୍କ ଭାଇ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୁଜାରୀ ।

ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବାହାର ଲୋକଙ୍କୁ ବାହାରିଯିବା ପାଇଁ ଜିଲ୍ଲାପାଳଙ୍କର ନିର୍ଦ୍ଦେଶ ରହିଛି । କିନ୍ତୁ ଗତକାଲି ଠାରୁ ଏହି ଅଞ୍ଚଳରେ ଟଙ୍କା ବଣ୍ଟାକୁ ନେଇ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ଆଜି (ରବିବାର) ସରେଇକେଲା ଠାରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସାନ ଭାଇ ନିଜେ ତାଙ୍କ ସହଯୋଗୀଙ୍କ ସହିତ ଟଙ୍କା ବାଣ୍ଟୁଥିବା ବେଳେ ଗ୍ରାମବାସୀ ଧରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉତ୍ତେଜନା ହେବାପରେ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

ତେବେ ଏପରି ଦିନ ଦ୍ଵିପ୍ରହରରେ ନିଜ ସପକ୍ଷରେ ଭୋଟ ପାଇବା ପାଇଁ ଗ୍ରାମ ମାନଙ୍କରେ ବିଜେଡି ପକ୍ଷରୁ ଟଙ୍କା ବାଣ୍ଟିବା ଘଟଣାକୁ ବିଜେପି ନିନ୍ଦା କରିଛି । ବିଜେପିର ସମସ୍ତ ନେତା ଓ କର୍ମୀ ପଦ୍ମପୁର ଆଞ୍ଚଳ ଛାଡି ଚାଲିଯାଇଥିବା ବେଳେ ବିଜେଡି କର୍ମୀମାନେ ପୋଲିସ ପ୍ରଶାସନର ସହାୟତାରେ ଭୋଟ କ୍ରୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୁଜାରୀ । ବିଜେଡି ପ୍ରତି ଭୋଟ ପିଛା ୨୦୦୦ ଟଙ୍କା ଲେଖାଏଁ ଦେଉଥିବା ଅଭିଯୋଗ କରି ପ୍ରତିକ୍ରିୟା ରଖିଛନ୍ତି ବରଗଡ଼ ସାଂସଦ ସୁରେଶ ପୁଜାରୀ ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.