ETV Bharat / state

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି; ବରଗଡରେ ବନ୍ଦ ସରକାରୀ ଅଫିସ - high court bench

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ହାଇକୋର୍ଟ ବାର ଏସୋସିଏସନ କଟକ ବିରୋଧ କରିଛି । ଏହାର ପ୍ରତିବାଦରେ ବରଗଡ ଜିଲ୍ଲା ଓକିଲ ସଂଘର ଅର୍ଥନୈତିକ ବନ୍ଦ କରି ବିରୋଧ ପ୍ରଦର୍ଶନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Sep 24, 2019, 7:32 PM IST

ବରଗଡ : ପଶ୍ଚିମ ଓଡିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପାଇଁ ଦୀର୍ଘ ବର୍ଷରୁ ବରଗଡ ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ ଜାରିରହିଛି । ପଶ୍ଚିମ ଓଡିଶାର ଯେ କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ବରଗଡ ବାର ଏସୋସିଏସନ ସମର୍ଥନ ଜଣାଇଛି |

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହାଇକୋର୍ଟ ଆଉ ଏକ ବେଞ୍ଚ ସ୍ଥାପନକୁ ସମର୍ଥନ କରୁଛନ୍ତି । କଟକ ହାଇକୋର୍ଟ ବାର୍‌ ଆସୋସିଏସନ ନୂତନ ସ୍ଥାୟୀ ବେଞ୍ଚକୁ ବିରୋଧ କରିଛି ଓ ମୁଖ୍ୟ ବିଚାରପତିଙ୍କ ଅଦାଲତକୁ ବର୍ଜନ କରିଛନ୍ତି | ତେବେ ହାଇକୋର୍ଟ ବାର୍‌ ଆସୋସିଏଶନର ଏପରି ନିନ୍ଦନୀୟ କାର୍ଯ୍ୟକୁ ବରଗଡ ଓକିଲ ସଂଘ ଘୋର ବିରୋଧ କରିଛି ।

ଆଜି ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଅର୍ଥନୈତିକ କାର୍ଯ୍ୟାଳୟ ଗୁଡିକୁ ଅଚଳ କରିଦେଇଛନ୍ତି | ବରଗଡ଼ ସହରର ଜିଲ୍ଲାପାଳ ଅଫିସ, ତହସିଲ ଅଫିସ , ଆରଆଇ ଅଫିସ , ରେଜିଷ୍ଟ୍ରି ଅଫିସ , ସମେତ ସମସ୍ତ ଅର୍ଥନୈତିକ କାର୍ଯ୍ୟାଳୟ ଗୁଡିକୁ ଓକିଲମାନେ ବନ୍ଦ କରି ବିରୋଧ ପ୍ରଦର୍ଶନ କରିଛନ୍ତି | ଗତ ଦିନରେ ବରଗଡ ଓକିଲ ସଂଘ ଜିଲ୍ଲାପାଳଙ୍କୁ ଏନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ପଶ୍ଚିମ ଓଡିଶାରେ ହାଇକୋର୍ଟ ର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ପାଇଁ ଦୀର୍ଘ ବର୍ଷରୁ ବରଗଡ ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ ଜାରିରହିଥିବା ବେଳେ ପଶ୍ଚିମ ଓଡିଶାର ଯେ କୌଣସି ସ୍ଥାନରେ ମଧ୍ୟ ହାଇକୋର୍ଟ ବେଞ୍ଚ ସ୍ଥାପନକୁ ବରଗଡ ବାର ଏସୋସିଆସନ ସମର୍ଥନ ଜଣାଇଛି | Body:ତେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ହାଇକୋର୍ଟର ଆଉ ଏକ ବେଞ୍ଚ ସ୍ଥାପନକୁ ସମର୍ଥନ କରୁଥିବା ବେଳେ ସ୍ଥାୟୀ ବେଞ୍ଚକୁ ବିରୋଧ କରୁଛି କଟକ ହାଇକୋର୍ଟର ବାର୍‌ ଆସୋସିଏଶନ ଏବଂ ମୁଖ୍ୟ ବିଚାରପତିଙ୍କ ଅଦାଲତ କୁ ବର୍ଜନ କରିଛନ୍ତି | ତେବେ ହାଇକୋର୍ଟର ବାର୍‌ ଆସୋସିଏଶନର ଏପରି ନିନ୍ଦନୀୟ କାରନାମାକୁ ବିରୋଧ କରି ବରଗଡ ଓକିଲ ସଂଘ ଆଜି ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଅର୍ଥନୈତିକ କାର୍ଜ୍ୟାଳୟ ଗୁଡିକୁ ଅଚଳ କରିଦେଇଛନ୍ତି | ବରଗଡ଼ ସହରର ତହସିଲ ଅଫିସ , ଆର ଆଇ ଅଫିସ , ରେଷ୍ଟି ଅଫିସ , ଜିଲ୍ଲାପାଳ କାର୍ଜ୍ୟାଳୟ ସମେତ ସମସ୍ତ ଅର୍ଥନୈତିକ କାର୍ଜ୍ୟାଳୟ ଗୁଡିକୁ ଓକିଲ ମାନେ ବନ୍ଦ କରି ବିରୋଧ ପ୍ରଦର୍ଶନ କରିଛନ୍ତି | ଗତ ଦୁଇ ଦିନ ତଳେ ବରଗଡ ଓକିଲ ସଂଘ ଜିଲ୍ଲାପାଳଙ୍କୁ ଏନେଇ ଏକ ସ୍ମାରକ ପାତ୍ର ପ୍ରଦାନ କରିଥିଲେ | Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.