ETV Bharat / state

'ମୋ ସ୍କୁଲ ଅଭିଯାନ'କୁ ରାଜ୍ୟରେ ସର୍ବାଧିକ ଅର୍ଥ ପ୍ରଦାନରେ ବରଗଡ ଦ୍ଵିତୀୟ - Bargarh farmer

ଜିଲ୍ଲା ସ୍ତରୀୟ 'ମୋ ସ୍କୁଲ ଅଭିଯାନ'ର ବାର୍ଷିକ ଉତ୍ସବ ପାଳନରେ ଲକ୍ଷାଧିକ ଟଙ୍କା ପ୍ରଦାନ କରିଥିବା ଝାରବନ୍ଧ ବ୍ଲକ ଉରେଇପଦର ସ୍କୁଲର ପୂର୍ବତନ ଛାତ୍ର ତଥା ଚାଷୀ ମନୋରଞ୍ଜନ ସାହୁଙ୍କୁ ଜିଲ୍ଲା ପକ୍ଷରୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା କରାଯାଇଛି । ଅଧିକ ପଢନ୍ତୁ...

school
ମୋ ସ୍କୁଲ ଅଭିଯାନ
author img

By

Published : Feb 15, 2020, 12:41 PM IST

ବରଗଡ: ରାଜ୍ୟ ସରକାରଙ୍କ 'ମୋ ସ୍କୁଲ ଅଭିଯାନ'ରେ ସର୍ବାଧିକ ୬ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରି ଉଦାହରଣ ସାଜିଛନ୍ତି ଜିଲ୍ଲାର ଜଣେ ଚାଷୀ। ଏହାସହ ସାରା ରାଜ୍ୟରେ ସର୍ବାଧିକ ଅର୍ଥ ପ୍ରଦାନରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ବରଗଡ ଜିଲ୍ଲା। ଜିଲ୍ଲା ସ୍ତରୀୟ 'ମୋ ସ୍କୁଲ ଅଭିଯାନ'ର ବାର୍ଷିକ ଉତ୍ସବ ପାଳନରେ ଲକ୍ଷାଧିକ ଟଙ୍କା ପ୍ରଦାନ କରିଥିବା ଝାରବନ୍ଧ ବ୍ଲକ ଉରେଇପଦର ସ୍କୁଲର ପୂର୍ବତନ ଛାତ୍ର ତଥା ଚାଷୀ ମନୋରଞ୍ଜନ ସାହୁଙ୍କୁ ଜିଲ୍ଲା ପକ୍ଷରୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା।

'ମୋ ସ୍କୁଲ ଅଭିଯାନ'କୁ ରାଜ୍ୟରେ ସର୍ବାଧିକ ଅର୍ଥ ପ୍ରଦାନରେ ବରଗଡ ଦ୍ଵିତୀୟ

ବରଗଡ ଜିଲ୍ଲା ସ୍ତରୀୟ 'ମୋ ସ୍କୁଲ ଅଭିଯାନ'ର ବାର୍ଷିକ ଉତ୍ସବ ପାଳନରେ ଜିଲ୍ଲାର ୧୨ ଗୋଟି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ମୁଖ୍ୟ ଭୂମିକା ଯୋଗୁଁ ତାଙ୍କୁ ସମ୍ମାନିତ କରାଯାଇଥିଲା। 'ମୋ ସ୍କୁଲ ଅଭିଯାନ'ରେ ଜିଲ୍ଲାର ୬୬୬ ଗୋଟି ସ୍କୁଲ ସାମିଲ ହୋଇ ସମୁଦାୟ ୪ କୋଟି ୪୫ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି । ଏହାସହ ରାଜ୍ୟ ସରକାରଙ୍କଠାରୁ ତାହାର ଦୁଇଗୁଣା ଅର୍ଥ ମଧ୍ୟ ଜିଲ୍ଲାକୁ ମିଳିସାରିଛି।

ତେବେ ସାରା ରାଜ୍ୟରେ ବରଗଡ ଜିଲ୍ଲା ଦ୍ଵିତୀୟ ସର୍ବାଧିକ ଅର୍ଥ ସଂଗ୍ରହ କରିଥିବା ଜିଲ୍ଲା ଭାବେ ନାମ ଅର୍ଜନ କରିଛି। ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରୁ ସର୍ବାଧିକ ୫୨ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା । ତେବେ ଏହି ଅଭିଯାନରେ ଜିଲ୍ଲାର ୪୦୦୦ରୁ ଅଧିକ ପୂର୍ବତନ ଛାତ୍ରମାନେ ଅଂଶୀଦାର ହୋଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.