ETV Bharat / state

ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇବାକୁ ବରଗଡ ବିଜେପିର ଦାବି

ପ୍ରତ୍ୟେକ ଗରିବ ପରିବାରକୁ ଖାଦ୍ୟ ସାମଗ୍ରୀ ଯୋଗାଣ ପାଇଁ ରାସନ କାର୍ଡ ପ୍ରଦାନ କରାଯାଉ । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନରହୁ ବୋଲି ବିଜେପି ଦାବି କରିଛି । ଅଧିକ ପଢନ୍ତୁ...

ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇବାକୁ ବରଗଡ ବିଜେପିର ଦାବି
ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇବାକୁ ବରଗଡ ବିଜେପିର ଦାବି
author img

By

Published : May 29, 2020, 10:44 PM IST

Updated : May 30, 2020, 12:23 PM IST

ବରଗଡ: କୋରୋନା ପରି ମହାମାରୀ ସମୟରେ ବରଗଡ ଜିଲ୍ଲାରେ ପ୍ରଶାସନର ଅସଲ ମୁଖା ଖୋଲିଛି । ଜିଲ୍ଲାରେ ବହୁ ଗରିବ ଓ ଦୁଃଖୀ ଦରିଦ୍ର ରହିଥିବାବେଳେ ପ୍ରକୃତ ହିତାଧିକାରୀଙ୍କୁ ମିଳୁନି ରାସନ କାର୍ଡ । ଦଳୀୟ ଅଯୋଗ୍ୟ ଲୋକଙ୍କୁ ରାସନ ଓ ବିପିଏଲ କାର୍ଡ ଧରାଇ ଦିଆଯାଇଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି ।

ଏନେଇ ବରଗଡ ଯୋଗାଣ ଅଧିକାରୀଙ୍କ ନିକଟରେ ଦାବି କରିଛି ଦଳ । ମହାମାରୀ ସମୟରେ ଜିଲ୍ଲାର ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ରାସନ କାର୍ଡ ଯୋଗାଇ ଦେବାକୁ ଦଳ ଦାବି କରିଛି । ପ୍ରତ୍ୟେକ ଗରିବ ପରିବାରକୁ ଖାଦ୍ୟ ସାମଗ୍ରୀ ଯୋଗାଣ ପାଇଁ ରାସନ କାର୍ଡ ପ୍ରଦାନ କରାଯାଉ । ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନରହୁ । ରାସନ କାର୍ଡ ସକ୍ରିୟ ହେବା ମାତ୍ରେ ହିତାଧିକାରୀଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇ ଦେବାକୁ ବିଜେପି ଦାବି କରିଛି ।

ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇବାକୁ ବରଗଡ ବିଜେପିର ଦାବି

ଶୁକ୍ରବାର ଦଳ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରାଉ କରାଯାଇଥିଲା । ହିତାଧିକାରୀ ଚୟନରେ ଡିଲରମାନଙ୍କ ଭୂମିକାକୁ ସମାଲୋଚନା କରାଯାଇଛି । ଜିଲ୍ଲା ସଭାପତି ଅଶ୍ବିନୀ ଷଡଙ୍ଗୀଙ୍କ ନେତୃତ୍ବରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଏ ବିଷୟରେ ଦଳ ଆଲୋଚନା କରିଥିଲା । ବିଭିନ୍ନ ମାର୍କେଟ ୟାର୍ଡରେ ମିଲରମାନେ ଓଦା ଧାନ ଦର୍ଶାଇ ଏଫଏକ୍ୟୁ ମାନର ଧାନ କିଣାରେ ଅନ୍ୟାୟ ଭାବରେ ପ୍ରତ୍ୟେକ ବସ୍ତାରୁ ୫ କିଲୋଗ୍ରାମ ପର୍ଯ୍ୟନ୍ତ ଧାନ କଟନୀ କରୁଛନ୍ତି । ଫଳରେ ଚାଷୀମାନେ ହଇରାଣ ହେଉଥିବା ଦଳ ଅଭିଯୋଗ କରିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : May 30, 2020, 12:23 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.