ETV Bharat / state

ଗନ୍ଧମାର୍ଦ୍ଦନ ପର୍ବତ: 2700 ପ୍ରକାର ଔଷଧୀୟ ବୃକ୍ଷଲତାର ସମ୍ଭାର, ଜଡିବୁଟିର ବଢୁଛି ଚାହିଦା - mountain

୨୭୦୦ ପ୍ରକାରର ଔଷଧୀୟ ବୃକ୍ଷଲତା ସହ ଗରିବଙ୍କ ରୋଜଗାର ପାଲଟିଛି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Jun 5, 2019, 10:47 AM IST

ବରଗଡ: ୨୭୦୦ ପ୍ରକାରର ଔଷଧୀୟ ବୃକ୍ଷଲତା ସହ ଗରିବଙ୍କ ରୋଜଗାର ପାଲଟିଛି ବରଗଡ ଜିଲ୍ଲା ପାଇକମାଲ ବ୍ଲକସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତ । ଲୋକଙ୍କୁ ବହୁ ଅସାଧ୍ୟ ରୋଗର ଔଷଧ ଯୋଗାଇ ଦେବା ସହ ଗରିବଙ୍କ ପେଟ ପାଟଣାର କାରଣ ସାଜିଛି ଏହି ପର୍ବତ ।

ଐତିହାସିକ ବୌଦ୍ଧ ଯୁଗରେ 'ପରିମଳଗିରି' ନାମରେ ପରିଚିତ ଥିଲା ଏହି ପର୍ବତ । ସ୍ଥାନୀୟ ଲୋକେ ଏହାକୁ 'ବୁଢାଡଙ୍ଗର' ବୋଲି ମଧ୍ୟ କହିଥାନ୍ତି । ତେବେ ଏହି ଗନ୍ଧମାର୍ଦ୍ଦନ ପର୍ବତରେ ଭରିରହିଛି ବହୁ ସଂଖ୍ୟକ ଓ ବିପୁଳ ପରିମାଣରେ ବନୌଷଧି ଲତା ଗୁଳ୍ମ । ଯାହା ଆୟୁର୍ବେଦ ଚିକିତ୍ସା ଖୁବ୍‌ ଉପଯୋଗୀ । ଏହାକୁ ଔଷଧୀୟ ବୃକ୍ଷଲତାର ଏକ ଅସରନ୍ତି ଭଣ୍ଡାର ମଧ୍ୟ କୁହାଯାଏ । ଏହି ପର୍ବତରେ ୨୭୦୦ ପ୍ରକାର ବନୌଷଧି ଲତା ଗୁଳ୍ମ ରହିଥିବା ବଟାନିକାଲ ସର୍ଭେ ଅଫ ଇଣ୍ଡିଆର ଏକ ରିପୋର୍ଟରୁ ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଏଠାରୁ ପ୍ରତି ବର୍ଷ ଔଷଧୀୟ ଗୁଳ୍ମ ସଂଗୃହୀତ ହୋଇ କଲିକତା, ମୁମ୍ବାଇ ପ୍ରଭୃତି ଶିଳ୍ପସମୃଦ୍ଧ ସ୍ଥାନକୁ ରପ୍ତାନୀ ହୋଇଯାଉଛି ଏବଂ ବିଭିନ୍ନ ଔଷଧ ତିଆରି ହୋଇ ସେଠାରୁ ଏହି ଅଞ୍ଚଳକୁ ଆସି ବିକ୍ରି ହେଉଛି । କେବଳ ସେତିକି ନୁହେଁ, ଆଖପାଖ ଅଞ୍ଚଳର ଲୋକେ ଏହି ପାହାଡ ଭିତରେ ରହିଥିବା ବହୁ ଔଷଧୀୟ ଚେରମୂଳୀ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରୁଛନ୍ତି ।

ତେବେ ବର୍ତ୍ତମାନ ଯୁଗରେ ଏଲୋପାଥି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ଧୀରେ ଧୀରେ ଲୋକମାନେ ହୋମିଓପାଥି, ଆୟୁର୍ବେଦିକ ଓ ଜଡିବୁଟି ଚିକିତ୍ସା ଆଡକୁ ଫେରୁଛନ୍ତି । ତେଣୁ ଏଠାକାର ଜଡିବୁଟିର ଚାହିଦା ଏବେ ଧୀରେ ଧୀରେ ବଢିବାକୁ ଲାଗିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

dgss

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.