ETV Bharat / state

ପରପାରିରେ ସ୍ଵାଧୀନତା ସଂଗ୍ରାମୀ ଦୟାନିଧି ନାୟକ

ବରଗଡ ଜିଲ୍ଲା ସୋହେଲା ବ୍ଲକ ପାଣିମୋରା ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Aug 10, 2019, 10:16 PM IST

ବରଗଡ: ଆରପାରିରେ ବରଗଡର ସ୍ଵାଧୀନତା ସଂଗ୍ରାମୀ । ସ୍ବାଧୀନତା ଦିବସର କିଛିଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି । ବରଗଡ ଜିଲ୍ଲା ସୋହେଲା ବ୍ଲକ ପାଣିମୋରା ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ଦୟାନିଧି ନାୟକ ଆଜି (ଶନିବାର) ମୃତ୍ୟୁବରଣ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ମୃତ୍ୟୁ ବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା । ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ବେଳେ ଦୀର୍ଘ ଏକ ମାସ ହେଲା ସେ ବିଛଣାରେ ପଡି ରହିଥିଲେ । ଛାତିରେ ଅତ୍ୟଧିକ କଫ ଜମି ଥିବାରୁ ତାଙ୍କୁ ଶ୍ଵାସ ନେବାରେ କଷ୍ଟ ଅନୁଭବ ହେଉଥିଲା । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ପାନିମୋରା ଠାରୁ ବରଗଡର ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ମାତ୍ର ଚିକିତ୍ସିତ ଅବସ୍ଥାରେ ଆଜି(ଶନିବାର) ତାଙ୍କର ମୃତ୍ୟୁ ଘଟିଛି ।

ତେବେ ତାଙ୍କ ବାସଭବନରେ ମରଶରୀର ପହଞ୍ଚିବା ପରେ ପାଣିମୋରା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁର ଖବର ଚାରିଆଡେ ପ୍ରସାରିତ ହେବା ପରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ପାଣିମୋରା ଗ୍ରାମକୁ ଜିଲ୍ଲା ପ୍ରଶାସନର ଅଧିକାରୀ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପୋଲିସ ବିଭାଗ ପକ୍ଷରୁ ତାଙ୍କୁ ତୋପ ସଲାମୀ ଦିଆଯାଇଥିଲା ।

ଏଠାରେ ସୂଚନାଯୋଗ୍ୟ, 1942 ମସିହାରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଭାରତ ଛାଡ ଆନ୍ଦୋଳନରେ ଝାସ ଦେଇଥିଲେ ଦୟାନିଧି ନାୟକ । ପାଣିମୋରା ଗ୍ରାମର 32 ଜଣ ସ୍ବାଧୀନତାରେ ଝାସ ଦେଇଥିବା ବେଳେ ଦୁଇଜଣ ସ୍ବାଧୀନତା ସଂଗ୍ରାମୀ ଜୀବିତ ଥିଲେ । ଆଜି(ଶନିବାର) ଦୟାନିଧି ନାୟକଙ୍କ ବିୟୋଗରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.