ବରଗଡ: ଜିଲ୍ଲାର ଅମ୍ବାଭୋନା ବ୍ଲକ ମହାନଦୀ କୂଳିଆ ଗାଁ ଚିଖିଲି, ଅନ୍ତରାଡି, ବେନିଆପାଲୀ, ଘୁଘୁରାପାଲୀ ଓ ବଡମାଲରେ ପଶିଲା ବନ୍ୟାପାଣି । ଉଦ୍ଧାର କାର୍ଯ୍ୟପାଇଁ ଜିଲ୍ଲା ପ୍ରଶାସନ ପଠାଇଲା ଟିମ୍ । ଚିଖିଲି ଗାଁରୁ ବୃଦ୍ଧ ଓ ଶିଶୁମାନଙ୍କୁ ନିକଟସ୍ଥ ଗାଁର ସ୍କୁଲରେ କରାଯାଇଥିବା ଆସ୍ଥାୟୀ ରିଲିଫ କ୍ୟାମ୍ପକୁ ଆଣିଛି ଉଦ୍ଧାରକାରୀ ଦଳ ।
ଅନ୍ୟପଟେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନିର୍ଦ୍ଦେଶରେ ଏକ ଦଳ ଚିଖିଲି ଗ୍ରାମକୁ ଆସି ଲୋକଙ୍କୁ ଗ୍ରାମ ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ବୁଝାସୁଝା କରିଛନ୍ତି ।
ଛତିଶଗଡରେ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିବା ସାଙ୍ଗେ ସାଙ୍ଗେ ହୀରାକୁଦ ନଦୀବନ୍ଧର ପଛୁଆ ପାଣିରେ ଏହି ଗ୍ରାମଗୁଡିକ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ପ୍ରଶାସନ ତରଫରୁ ଲୋକମାନଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରାଯାଇ ଥିବାବେଳେ ଗାଁକୁ ଯାଇ ଜନ ସାଧାରଣଙ୍କୁ ସଚେତନ କରିବା ସହିତ ସୁରକ୍ଷିତ ଭାବେ ବନ୍ୟା ଆଶ୍ରୟସ୍ଥଳକୁ ଆଣୁଛନ୍ତି । ଚିଖିଲି ଗ୍ରାମର ବହୁ ଚାଷ ବିଲରେ ପାଣି ମାଡିଯାଇଥିବାରୁ ଚାଷୀ ମଧ୍ୟ ଚିନ୍ତାରେ ପଡିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ