ETV Bharat / state

ଭେଡେନ ବ୍ଲକର ପୃଷ୍ଟି ସାଧନା କେନ୍ଦ୍ରର ସ୍ଥାନାନ୍ତରଣକୁ ବିଜେପିର ବିରୋଧ - ପୃଷ୍ଟି ସାଧନା କେନ୍ଦ୍ର

ବରଗଡ଼ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ପୃଷ୍ଟି ସାଧନା କେନ୍ଦ୍ର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଥିବାକୁ ବିରୋଧକରି ଭେଡେନ ବ୍ଲକ ବିଜେପି ଦଳ ପକ୍ଷରୁ ବିରୋଧ କରାଯାଇଛି । ଅଧିକ ପଢନ୍ତୁ...

The BJP is opposed to the the relocation of the Veden block
ଭେଡେନ ବ୍ଲକର ପୃଷ୍ଟି ସାଧନା କେନ୍ଦ୍ରର ସ୍ଥାନାନ୍ତରଣକୁ ବିଜେପିର ବିରୋଧ
author img

By

Published : Nov 5, 2020, 11:37 PM IST

ବରଗଡ଼: ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ପୃଷ୍ଟି ସାଧନା କେନ୍ଦ୍ର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରକୁ ବିରୋଧ । ଭେଡେନ ବ୍ଲକ ବିଜେପି ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି ।

ଗୁରୁବାର ଏନେଇ ଏକ ଦାବିପତ୍ର ବିଜେପି ପକ୍ଷରୁ ଭେଡେନ ସିଏଚସି ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।

ଭେଡେନ ବ୍ଲକର ପୃଷ୍ଟି ସାଧନା କେନ୍ଦ୍ରର ସ୍ଥାନାନ୍ତରଣକୁ ବିଜେପିର ବିରୋଧ

ଏହି ସାଧନା କେନ୍ଦ୍ରକୁ ଜିଲ୍ଲାର ଅନେକ ବ୍ଲକରୁ ରୋଗୀମାନେ ଆସି ଚିକିତ୍ସିତ ହେଉଥିବା ବେଳେ କାହିଁକି ଏହାକୁ ସ୍ଥାନାନ୍ତରିତ କରାଯାଉଛି ବୋଲି ଦଳ ପ୍ରଶ୍ନ କରିଛି । ଏଥିସହ ଦାବିପୂରଣ ନହଲେ, ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ ବୋଲି ବିଜେପି ସାଂସଦ ପ୍ରତିନିଧି ଯଶୋବନ୍ତ ସେଠ ଚେତାବନୀ ଦେଇଛନ୍ତି ।

୨୦୧୩ ମସିହାରେ ଭେଡେନ ଠାରେ ଏହି ପୃଷ୍ଟି ସାଧନ କେନ୍ଦ୍ର ସ୍ଥାପନ ହୋଇଥିଲା । ଏହା ଦୀର୍ଘ 7 ବର୍ଷ ଧରି ଏଠାରେ କାର୍ଯ୍ୟକାରୀ ହେବାପରେ ହଠାତ କାହିଁକି ଓ କେଉଁ କାରଣରୁ ଆଜି ଏହି କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଉଛି ବୋଲି ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.