ETV Bharat / state

ରୋଗୀଙ୍କ ସେବାରେ ଅଟୋ ଡ୍ରାଇଭର

author img

By

Published : Apr 12, 2020, 4:02 PM IST

ବରଗଡରେ ଲକଡାଉନ ସମୟରେ ବରଗଡ ରେଲୱେ ଷ୍ଟେସନ ପଡାର ଅଟୋ ଚାଳକ ରଞ୍ଜିତ ଯାଦବ ରୋଗୀଙ୍କ ପାଇଁ ଦେବଦୂତ ପାଲଟିଛନ୍ତି | କୌଣସି ଲୋକ ଫୋନ କରିବା କ୍ଷଣି ରୋଗୀଙ୍କୁ ବିନା ଦ୍ବିଧାରେ ଲୋକଙ୍କୁ ମେଡିକାଲରେ ନେଇ ପହଞ୍ଚାଉଛନ୍ତି ।ଅଧିକ ପଢନ୍ତୁ...

auto-driver-is-helping-the-patient-without-hesitation
ରୋଗୀଙ୍କୁ ବିନା ଦ୍ବିଧାରେ ସାହାଯ୍ୟର ହାତବଢାଉଛନ୍ତି ଅଟୋ ଡ୍ରାଇଭର

ବରଗଡ: କୋରୋନା ମହାମାରୀକୁ ନେଇ ଦୀର୍ଘ ଦିନ ହେଲା ଲାଗିରହିଛି ଲକଡାଉନ | ରାସ୍ତାଘାଟରେ ଗଡୁନାହିଁ ଯାନବାହାନ ଏବଂ ସଂପୂର୍ଣ୍ଣ ଠପ ହୋଇପଡିଛି ଜନଜୀବନ | ରୋଗୀ ମାନଙ୍କୁ ଡାକ୍ତରଖାନା ନେବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ | ବିନା ପାସରେ ରାସ୍ତାରେ ଗଡିପାରୁ ନାହିଁ ଯାନବାହାନ |ସମସ୍ତ ରୋଗୀଙ୍କୁ ଏବେ କେବଳ ଆମ୍ବୁଲାନ୍ସ ଉପରେ ହିଁ ନିର୍ଭର କରିବାକୁ ପଡୁଛି ଡାକ୍ତରଖାନାକୁ ଯିବାପାଇଁ |

ଲକଡାଉନ ସମୟରେ ବରଗଡ ରେଲୱେ ଷ୍ଟେସନପଡାର ଅଟୋ ଚାଳକ ରଞ୍ଜିତ ଯାଦବ ରୋଗୀଙ୍କ ପାଇଁ ଦେବଦୂତ ପାଲଟିଛନ୍ତି | ରଞ୍ଜିତ ଅଟୋରେ ସବାରୀ ନେବା ଆଣିବା କରି ତାଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି | ବର୍ତ୍ତମାନ ଲକଡାଉନ ସମୟରେ ତାଙ୍କ ଅଟୋକୁ ସମାଜସେବାରେ ଲଗାଇଛନ୍ତି ଏବଂ ମାଗଣାରେ ରୋଗୀଙ୍କୁ ଡାକ୍ତରଖାନାକୁ ନେବା ଆଣିବା କରୁଛନ୍ତି | କୌଣସି ଲୋକ ରୋଗରେ ଛଟପଟ ହେଉଥିଲେ ମଧ୍ୟ ବର୍ତ୍ତମାନ ଡାକ୍ତରଖାନାକୁ ନେବାପାଇଁ କେହି ଆସୁନାହାନ୍ତି। ଏଭଳି ସମୟରେ ରୋଗୀଙ୍କ ନିକଟକୁ କେହି ଫୋନ କଲେ ରଞ୍ଜିତ ସଙ୍ଗେ ସଙ୍ଗେ ପହଞ୍ଚିଯାଉଛନ୍ତି ରୋଗୀଙ୍କୁ ବିନା ପଇସାରେ ସାହାଯ୍ୟ କରୁଛନ୍ତି |

ସେହିପରି ରଞ୍ଜିତ ସୋସିଆଲ ମିଡିଆରେ ତାଙ୍କ ମୋବାଇଲ ନମ୍ବର 9777615170 ଦେଇଛନ୍ତି। ଏହା ମାଧ୍ୟମରେ ଅସୁବିଧା ସମୟରେ ଫୋନ କରିବା ପାଇଁ କହିଛନ୍ତି | ବରଗଡ ବୁଦ୍ଧିଜୀବୀ ମହଲରେ ରଞ୍ଜିତ ଯାଦବଙ୍କର ଏପରି ମହାନ ସେବାକୁ ଖୁବ ପ୍ରଶଂସା କରାଯାଇଛି |

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.