ETV Bharat / state

ବନ୍ଧୁକ ଦେଖାଇ ଡରାଇଲେ ଅତାବିରା ବିଧାୟିକାଙ୍କ PSO, ଏତଲା ଦେଲା କଂଗ୍ରେସ

author img

By

Published : Nov 14, 2021, 8:16 AM IST

ବରଗଡ ଜିଲ୍ଲା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ PSO ବିଚ୍ ରାସ୍ତାରେ ବନ୍ଧୁକ ଦେଖାଇ ଦାଦାଗିରି କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏ ନେଇ ଅତାବିରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ବନ୍ଧୁକ ଦେଖାଇ ଡରାଇଲେ ଅତାବିରା ବିଧାୟିକାଙ୍କ PSO

ବରଗଡ: ପଞ୍ଚାୟତ ନିର୍ବାଚନ ନ ହେଉଣୁ ନିର୍ବାଚନୀ ହିଂସାର ଧାରା ଦେଖିବାକୁ ମିଳିଲାଣି । ବରଗଡ ଜିଲ୍ଲା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ PSO ବିଚ୍ ରାସ୍ତାରେ ବନ୍ଧୁକ ଦେଖାଇ ଦାଦାଗିରି କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏନେଇ ଅତାବିରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହା ସହିତ କଂଗ୍ରେସ ଓ ବିଜେଡି ଭିନ୍ନ ଭିନ୍ନ ଯୁକ୍ତି ନେଇ ଥାନାରେ ହାଜର ହୋଇଛନ୍ତି ।

ସୂଚନାଅନୁସାରେ, ଶନିବାର ଅପରାହ୍ନରେ ହିର୍ଲିପାଲିଠାରେ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଥିଲା । ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ହିର୍ଲିପାଲି କାର୍ଯ୍ୟକ୍ରମକୁ ଯିବାବେଳେ ଟୋପ ରାସ୍ତା ଦେଇ ଯାଇଥିଲେ । ରେଂଗାଲି କ୍ୟାମ୍ପରେ କଂଗ୍ରେସ କର୍ମୀ ଠୁଳ ହୋଇଥିଲେ । ଏତିକି ବେଳେ ପିଏସଓ ଭବାନୀଶଙ୍କର ରାଓ ଏବଂ ବିଧାୟକଙ୍କ ଡ୍ରାଇଭର ବାଇକରେ ହିର୍ଲିପାଲି ଅଭିମୁଖେ ଯାଉଥିଲେ । ଏହା ସମୟରେ କଂଗ୍ରସେ କର୍ମୀଙ୍କ ସହିତ ତାଙ୍କର ବଚସା ହୋଇଥିଲା । ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା । ସେତିକି ବେଳେ ପିଏସଓ ଜଣକ ବନ୍ଧୁକ ବାହାର କରିଥିଲେ । ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପିଏସଓ ଜଣକ ଗାଳିଗୁଲଜ କରିବା ସହିତ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗ କରିଛି କଂଗ୍ରେସ । ପିଏସଓଙ୍କୁ ତୁରନ୍ତ ଗିରଫ କରିବାକୁ କଂଗ୍ରେସ ଦାବି କରିଛି । ହେଲେ ବିଜେଡି କର୍ମୀ କହିଛନ୍ତି କଂଗ୍ରେସ କର୍ମୀ ସଂଘବଦ୍ଧ ହୋଇ ଆକ୍ରମଣ କରିବାରୁ ପିଏସଓ ନିଜ ଜୀବନ ବଞ୍ଚାଇବାକୁ ବନ୍ଧୁକ ବାହାର କରିଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ବିଧାୟିକାଙ୍କ ସୁରକ୍ଷା ପାଇଁ ପିଏସଓ ଜଣକ ନିୟୋଜିତ ହୋଇଥିବା ବେଳେ ସେ କାହିଁକି ବିଧାୟିକାଙ୍କୁ ଛାଡି ଅନ୍ୟତ୍ର ଯାଇ କଂଗ୍ରେସ କର୍ମୀଙ୍କ ସହିତ ଗଣ୍ଡଗୋଳରେ ମାତିଥିଲେ ? ବିଧାୟିକାଙ୍କୁ ସୁରକ୍ଷା ଯୋଗେଇବାକୁ ବନ୍ଧୁକ ଦିଆଯାଇଥିବା ବେଳେ ପିଏସଓ ଜଣକ ପକେଟରୁ ବନ୍ଧୁକ ବାହାର କରି ସର୍ବସାଧାରଣଙ୍କ ସମ୍ମୁଖରେ ଲୋକଙ୍କୁ କାହିଁକି ଭୟଭୀତ କରିଥିଲେ ? ଏପରି କଣ ପରିସ୍ଥିତି ହେଲା ଯେ ପୋଲିସ କର୍ମଚାରୀମାନଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ଗୁଳି କରିବାକୁ ବନ୍ଧୁକ ଦେଖାଇବାକୁ ପଡିଥିଲା ପିଏସଓ ଭବାନୀଶଙ୍କର ରାଓଙ୍କୁ ? ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଅତାବିରା ଥାନାକୁ ଘେରାଓ କରାଯିବା ସହ ପିଏସଓଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.