ETV Bharat / state

ଉପକାରାଗାରରେ ବିଚାରାଧୀନ କଏଦୀଙ୍କୁ ନିସ୍ତୁକ ମାଡ ଅଭିଯୋଗ - ଉପକାରାଗାର କଏଦୀଙ୍କୁ ମାଡ

ବରଗଡ ଉପକାରାଗାରରେ ଜଣେ ବିରାରାଧିନ କଏଦୀଙ୍କୁ ଜେଲ କର୍ମଚାରୀ ନିସ୍ତୁକ ମାଡ ମାରି ଆହତ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଉପକାରାଗାରରେ ବିଚାରାଧୀନ କଏଦୀଙ୍କୁ ନିସ୍ତୁକ ମାଡ ଅଭିଯୋଗ

author img

By

Published : Jul 11, 2021, 7:08 AM IST

ବରଗଡ: ଉପକାରାଗାରରେ ବିଚାରଧୀନ କଏଦୀଙ୍କୁ ନିସ୍ତୁକ ମାଡ । ବରଗଡ ଉପକାରାଗାରର ଜେଲ କର୍ମଚାରୀଙ୍କ ବିରୁଦ୍ଧରେ ଏହି ଅଭିଯୋଗ ହୋଇଛି । ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ପ୍ରତିବାଦ କରିବାରୁ ଦୁଇ ଜଣ ବିଚାରଧୀନ କଏଦୀଙ୍କୁ ଜେଲ କର୍ତ୍ତୃପକ୍ଷ ମାଡ ମାରି ଆହତ କରିଥିବା ଅଭିଯୋଗ ଆସିଛି ।

ଉପକାରାଗାରରେ ବିଚାରାଧୀନ କଏଦୀଙ୍କୁ ନିସ୍ତୁକ ମାଡ ଅଭିଯୋଗ

ସୂଚନା ଅନୁଯାୟୀ, ବରଗଡ଼ ସହର ବ୍ରହ୍ମଚାରୀ ପଡ଼ାର ଦୀପକ ଗୁପ୍ତା(21) ଏବଂ ଫୁଲବାବୁ ଚୌଧରୀ(23)ଙ୍କୁ କିଛି ଦିନ ପୂର୍ବେ ବରଗଡ ପୋଲିସ ଏକ ଡକାୟତି ଘଟଣାରେ ଗିରଫ କରି ଜେଲ ପଠାଇଥିଲା । ଜେଲ ଭିତରେ ଭଲ ଖାଦ୍ୟ ଦିଆଯାଉନଥିବା ସେମାନେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଜେଲରେ ଥିବା ୱାର୍ଡର ଓ ଆସିଷ୍ଟାଣ୍ଟ ଜେଲର ତାଙ୍କୁ ମାଡ ମାରିଥିବା ପରିବାର ଲୋକଙ୍କୁ ସାକ୍ଷାତ କରିଥିବା ସମୟରେ ସେ ଜଣାଇଥିଲେ ।

ପରେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପରିବାର ଲୋକେ ବରଗଡ କୋର୍ଟରେ ପିଟିସନ ଦାଖଲ କରିଥିଲେ । ମାମଲା କୋର୍ଟକୁ ଆସିବାରୁ ସମସ୍ତ ଘଟଣା ଜଣାପଡିଥିଲା । ପରିବାର ଲୋକେ ମାଡ ମାରିଥିବା ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ ପାଇଁ ଦାବି କରିବା ସହ ନ୍ୟାୟ ମାଗିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.