ETV Bharat / state

ଭାଇଚାରାର ଅନନ୍ୟ ନିର୍ଦଶନ: ଗଜାନନଙ୍କ ଆଳତୀରେ ସାମିଲ ହେଲେ ହିନ୍ଦୁ-ଶିଖ୍-ମୁସଲିମ - ମୁସଲିମ

ଓଡିଶାର ଭାତହାଣ୍ଡିରେ ଏକତାର ଝଲକ୍ । ସବୁ ଧର୍ମର ଭାଇଭଉଣୀ ମିଶି ନିଆରା ଢଙ୍ଗରେ କରିଛନ୍ତି ବିଘ୍ନବିନାଶକଙ୍କ ପୂଜା । ହିନ୍ଦୁ, ଶିଖ୍, ମୁସଲିମ୍ ଓ ଇସାଇ ଧର୍ମର ଭାଇଭଉଣୀ ଏକତ୍ରିତ ହୋଇ ଗଣପତିଙ୍କୁ ଆଳତୀ କରିଥିଲେ ।

ଡିଜାଇନ ଫଟୋ
author img

By

Published : Sep 5, 2019, 11:42 AM IST

ବରଗଡ: ନିଆରା ଆମ ଦେଶ । ନିଆରା ଆମ ସଂସ୍କୃତି । ବିଭିନ୍ନତା ମଧ୍ୟରେ ଏକତାର ଦେଶ ହେଉଛି ଭାରତ । ସବୁ ଧର୍ମ ଏଠି ସମାନ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଭାଇ ଭାଇ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବରଗଡ ଜିଲ୍ଲାରେ ।

ବରଗଡରେ ବଡ ଧୁମଧାମରେ ଚାଲିଛି ଗଜାନନଙ୍କ ପୂଜା । କିନ୍ତୁ ସବୁ ପୂଜା କମିଟି ଠାରୁ ଟିକେ ଭିନ୍ନ ଢଙ୍ଗରେ ଗଣେଶ ପୂଜା କରିଛନ୍ତି ନେହେରୁ ଆସୋସିଏସନ । ବୁଧବାର କରାଯାଇଥିବା ସନ୍ଧ୍ୟା ଆଳତୀରେ ସାମିଲ ହୋଇଥିଲେ ହିନ୍ଦୁ, ମୁସଲିମ, ଶିଖ୍ ଓ ଇସାଇ ଧର୍ମର ଭାଇଭଉଣୀ । ଯାହା ଏକ ଭକ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସେପଟେ ଗଣପତିଙ୍କ ଆଳତୀରେ ସାମିଲ ହୋଇ ଖୁସି ବ୍ୟକ୍ତ କରିଛନ୍ତି ସବୁ ଧର୍ମର ଭାଇ ଭଉଣୀମାନେ । ଅନ୍ୟପଟେ ପୂଜା କମିଟିର ଏଭଳି ନିଆରା ପ୍ରୟାସକୁ ସବୁ ମହଲରେ ଭୁରି ଭୁରି ପ୍ରଶଂସା କରାଯାଇଛି । ଜିଲ୍ଲାରେ ଏଭଳି ପ୍ରୟାସ ପ୍ରଥମଥର ପାଇଁ କରାଯାଇଥିବାରୁ ଲୋକେ ମଧ୍ୟ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ।

ବରଗଡ ଏକ ଶାନ୍ତିପ୍ରିୟ ସ୍ଥାନ ହୋଇଥିବାବେଳେ ଏଠାରେ ଜାତି ଓ ଧର୍ମକୁ ନେଇ ଲୋକଙ୍କ ମଧ୍ୟରେ କୌଣସି ଭେଦଭାବ ନଥାଏ | ତେବେ ବିଦ୍ୟାଦାତାଙ୍କ ପୂଜାରେ ସମସ୍ତ ଧର୍ମର ଭାଇଭଉଣୀ ଏକତ୍ରିତ ହୋଇ ଆଳତୀ କରିବା ଏକ ନିଆରା ପରମ୍ପରା ସୃଷ୍ଟି କରିଛି । ଯାହାକୁ ଜିଲ୍ଲାବାସୀ ସ୍ବାଗତ ଜଣାଇଛନ୍ତି । ଆଗକୁ ଏଭଳି ଧାରା ବଜାୟ ରହିବ ବୋଲି ଲୋକେ କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.