ETV Bharat / state

10 ଘଣ୍ଟା ଧରି ପଡ଼ି ରହିଲା ଦାଦନ ଶ୍ରମିକଙ୍କ ମୃତଦେହ, ପ୍ରଶାସନ କଲା ଅନ୍ତିମ ସତ୍କାର - migrant labour Funeral by administration

ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅଞ୍ଚଳରେ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜମେ ଶ୍ରମିକଙ୍କ ମୃତଦେହ ଦୀର୍ଘ 10 ଘଣ୍ଟା ପର୍ଯ୍ୟନ୍ତ ଘରେ ପଡିରହିବା ପରେ ପ୍ରଶାସନ ପକ୍ଷରୁ ମୃତଦେହର ସତ୍କାର କରାଯାଇଛି । ଅଧିକ ପଢନ୍ତୁ...

୧0 ଘଣ୍ଟା ଧରି ପଡ଼ି ରହିଲା ଦାଦନ ଶ୍ରମିକଙ୍କ ଶବ

author img

By

Published : Apr 30, 2021, 1:53 PM IST

ବରଗଡ: କୋରୋନା ସଂକ୍ରମଣ ଭୟରେ ଦୀର୍ଘ 10 ଘଣ୍ଟା ଧରି ପଡି ରହିଲା ଦାଦନ ଶ୍ରମିକଙ୍କ ମୃତଦେହ । ପ୍ରଶାସନର ହସ୍ତକ୍ଷେପ ପରେ ହେଲା ଅନ୍ତିମ ସତ୍କାର । ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅଞ୍ଚଳରେ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜମେ ଶ୍ରମିକଙ୍କ ମୃତଦେହ ଦୀର୍ଘ 10 ଘଣ୍ଟା ପର୍ଯ୍ୟନ୍ତ ଘରେ ପଡିରହିବା ପରେ ପ୍ରଶାସନ ପକ୍ଷରୁ ସତ୍କାର କରାଯାଇଛି । ।

୧0 ଘଣ୍ଟା ଧରି ପଡ଼ି ରହିଲା ଦାଦନ ଶ୍ରମିକଙ୍କ ଶବ

ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ସନ୍ଦିବହାଲ ଗ୍ରାମପଞ୍ଚାୟତ ଅଧିନରେ ଥିବା ଜାମୁଟ ବାହାଲ ଗ୍ରାମର ବିନୋଦ ଠାକୁର ନାମକ ଜଣେ ବ୍ୟକ୍ତି ତାମିଲନାଡୁରୁ 5 ଦିନ ପୂର୍ବରୁ ଗ୍ରାମକୁ ଫେରିଥିଲେ । ତାଙ୍କ ଦେହରେ ଜର ରହିଥିଲା ଏବଂ ଗତକାଲି(ଗୁରୁବାର) ଦେହ ଅତ୍ୟନ୍ତ ଅସୁସ୍ଥ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେଁ ଗ୍ରାମର କିଛି ଭଦ୍ରବ୍ୟକ୍ତି ମେଡିକାଲ ପଠାଇଥିଲେ । ହେଲେ କୌଣସି କାରଣରୁ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ହସ୍ପିଟାଲ ନେବା ବଦଳରେ ଗୁରୁତର ଅବସ୍ଥାରେ ଘରେ ଛାଡ଼ିଦେଇ ଚାଲିଯାଇଥିଲେ । ଏଥିଯୋଗୁଁ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପରେ ମୃତ ଶ୍ରମିକଙ୍କ ସ୍ତ୍ରୀ ଏବଂ ଝିଅ ଘରେ ରହିଥିବାବେଳେ କେହି ସମ୍ପର୍କୀୟ ମୃତଦେହ ସତ୍କାର ପାଇଁ ଆସି ନଥିଲେ । ଯାହାଦ୍ବାରା ସକାଳ ପ୍ରାୟ ୧୦ ସମୟ ପର୍ଯ୍ୟନ୍ତ ପଡ଼ିରହିଥିଲା। ତେବେ ରାତି ପ୍ରାୟ ୭ ଟାରେ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳ ୧୦ ଟା ବେଳେ ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ୍ତ କ୍ଳବ ଖବର ପାଇ ଘଟଣାସ୍ଥଳରେ ଗାଇସିଲେଟ ବିଡିଓ ନିରଞ୍ଜନ ସା ଓ ତହସିଲଦାର ପୁଷ୍ପକ ପ୍ରଧାନ ଉପସ୍ଥିତିରେ କ୍ଳବର ସଭ୍ୟମାନେ ଶବ ସତ୍କାର କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.