ETV Bharat / state

ଭିନ୍ନକ୍ଷମ ଚିହ୍ନଟରେ ଅବ୍ୟବସ୍ଥା, ଲୋକେ ହନ୍ତସନ୍ତ

ଭିନ୍ନକ୍ଷମଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରୁଛନ୍ତି । ହେଲେ ବରଗଡର ଚିତ୍ର କିଛି ଭିନ୍ନ । ଏଠାରେ ଭିନ୍ନକ୍ଷମ ପ୍ରମାଣ ପତ୍ର ହାସଲ ପାଇଁ ଭିନ୍ନକ୍ଷମ ମାନଙ୍କୁ ନୟାନ୍ତ ହେବାକୁ ପଡୁଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Aug 4, 2019, 4:35 PM IST

ବରଗଡ: ଭିନ୍ନକ୍ଷମମାନଙ୍କ ଚିହ୍ନଟ ଓ ସେମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବେଶ ତତ୍ପରତା ପ୍ରକାଶ କରୁଛନ୍ତି । ହେଲେ ବରଗଡରେ ଏହି ତତ୍ପରତା ଦେଖିବାକୁ ମିଳୁନି । ଭିନ୍ନକ୍ଷମ ପ୍ରମାଣ ପତ୍ର ହାସଲ ପାଇଁ ଭିନ୍ନକ୍ଷମମାନଙ୍କୁ ନୟାନ୍ତ ହେବାକୁ ପଡୁଥିବା ଦେଖିବାକୁ ମିଳିଛି । ବରଗଡ ସିଡିଏମଓଙ୍କ ଅଫିସରେ ଏହି ଘଟଣା ଦେଖିବାକୁ ମିଳିଛି । ବିକଳାଙ୍ଗ ପ୍ରମାଣ ପତ୍ର ନପାଇ ବାରମ୍ବାର ଫେରୁଥିବାରୁ ଉତ୍ତେଜନା ଦେଖାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲା ଚିକିତ୍ସାଳୟରେ ଦୀର୍ଘ ୧୫ମାସ ହେଲା ଅର୍ଥୋପେଡିକ୍ସ ବିଭାଗର ଡାକ୍ତର ନାହାଁନ୍ତି । ଏହା ଯୋଗୁଁ ରୋଗୀସେବା ବାଧାପ୍ରାପ୍ତ ହେଉଥିବା ବେଳେ ଭିନ୍ନକ୍ଷମମାନଙ୍କୁ ପ୍ରମାଣପତ୍ର ମିଳିପାରୁନାହିଁ । ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ଜିଲ୍ଲା ସିଡିଏମଓ ଅଫିସରେ ପ୍ରତିମାସରେ ମେଡିକାଲ ବୋର୍ଡ ବସିବାର ନିୟମ ରହିଥିବା ବେଳେ ଅର୍ଥୋପେଡିକ୍ସ ବିଭାଗରେ ଡାକ୍ତର ନ ଥିବା ଯୋଗୁଁ ଏହି ବୋର୍ଡ଼ ଜିଲ୍ଲାରେ ନିୟମିତ ଭାବେ ବସିପାରୁନାହିଁ । ଫଳରେ ବହୁ ଭିନ୍ନକ୍ଷମ ବିଭିନ୍ନ ସରକାରୀ ଯୋଜନାର ଲାଭ ଉଠାଇ ପାରୁନାହାଁନ୍ତି ।

ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯଥା- ପଦ୍ମପୁର, ପାଇକମାଲ, ଝାରବନ୍ଦ, ଡଭା ଇତ୍ୟାଦି ଅଞ୍ଚଳରୁ ଭିନ୍ନକ୍ଷମ ମାନେ ବିକଳାଙ୍ଗ ପ୍ରମାଣ ପତ୍ର ପାଇଁ ଆସି ନିରାଶ ହୋଇ ଫେରୁଛନ୍ତି । ଅଯଥାରେ ଶହ ଶହ ଲୋକ ଆସି ହଇରାଣ ହେଉଥିବା ଅଭିଯୋଗ ହୋଇଛି ବରଗଡ ଡାକ୍ତରଖାନାରେ ଭିନ୍ନକ୍ଷମ ମାନଙ୍କୁ ନେବା ଆଣିବା କରିବା ପାଇଁ ଯାନର ମଧ୍ୟ ବ୍ୟବସ୍ଥା ନଥିବା କାରଣରୁ ବହୁ ଭିନ୍ନକ୍ଷମଙ୍କୁ ତାଙ୍କ ପରିଜନ ଲୋକେ କାନ୍ଧରେ ବୋହି ନେବା ଆଣିବା କରୁଥିବା ଅଭିଯୋଗ ହୋଇଛି । ଏପରିକି ପିଇବା ପାଣିର ମଧ୍ୟ ବ୍ୟବସ୍ଥା ନାହିଁ ।

ତେବେ ଆଜି ଭିନ୍ନକ୍ଷମଙ୍କ ପରିଜନ ଓ ବରଗଡ଼ ଆମ ଆଦମୀ ପକ୍ଷରୁ ତୀବ୍ର ବିରୋଧ କରାଯିବା ପରେ ବରଗଡ଼ ସିଡିଏମଓ ଏକ ଘରୋଇ ଅର୍ଥୋପେଡିକ୍ସ ଡାକ୍ତରଙ୍କ ସହାୟତାରେ ବହୁ ଭିନ୍ନକ୍ଷମଙ୍କୁ ପରୀକ୍ଷା କରାଇଥିଲେ । ତେବେ ଦୀର୍ଘ ୧୫ ମାସ ହେଲା ବରଗଡ ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ଦେଖାଦେଇଥିଲେ ମଧ୍ୟ ସ୍ଥାନୀୟ ନେତା ଓ ମନ୍ତ୍ରୀ ଦୃଷ୍ଟି ଦେଇ ନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.