ETV Bharat / state

କୁହୁଳୁଛି ଅଶାନ୍ତି, ପୁଣି ଆନ୍ଦୋଳନରେ ଏସିସି କାରଖାନା କର୍ମଚାରୀ - acc cement factory security personnel protest

ଏସିସି ସିମେଣ୍ଟ କାରଖାନାରେ ଶ୍ରମିକ ଆନ୍ଦୋଳନ ପରେ ଏଥର ପୁଣି ତେଜିଲା ନିରାପତ୍ତା ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଚାଲିବାର ଚେତାବନୀ।

କୁହୁଳୁଛି ଦୀର୍ଘ ଦିନର ଅଶାନ୍ତି, ଆନ୍ଦୋଳନରେ ଏସିସି କାରଖାନାର ସୁରକ୍ଷା କର୍ମଚାରୀ

author img

By

Published : Sep 6, 2020, 7:33 AM IST

ବରଗଡ: ଏସିସି ସିମେଣ୍ଟ କାରଖାନାରେ ଶ୍ରମିକ ଆନ୍ଦୋଳନ ପରେ ଏଥର ପୁଣି ତେଜିଲା ନିରାପତ୍ତା ବିଭାଗ କର୍ମଚାରୀଙ୍କ ଆନ୍ଦୋଳନ । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଚାଲିବାର ଚେତାବନୀ। ତେବେ ଏସିସି ସିମେଣ୍ଟ ଔାର୍କ୍ସ ବରଗଡ ର ନିରାପତ୍ତା ବିଭାଗର ସମସ୍ତ କର୍ମଚାରି ଦୀର୍ଘ ଦୁଇ ମାସର ବକେୟା ଦରମା ଓ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇର ବୋନସ ନପାଇବାରୁ ଏସିସି ମୁଖ୍ୟ ଫାଟକ ସାମ୍ନାରେ ଧାରଣାରେ ବସିଛନ୍ତି ।

ଏସିସି କାରଖାନା ଉପରେ ଶ୍ରମିକ ଓ କର୍ମଚାରୀଙ୍କ ଅସାନ୍ତି ବାରମ୍ବାର ବଢିବାକୁ ଲାଗିଛି। କାରଖାନାରେ କାମ କରୁଥିବା ଶ୍ରମିକ ମାନେ ତାଙ୍କର ପାଉଣା ଓ ଅନ୍ୟାନ୍ୟ ଦାବିକୁ ନେଇ ଅଶାନ୍ତି ହୋଇ ମାସ ମାସ ଧରି ଆନ୍ଦୋଳନ କରିଥାନ୍ତି। ଏବେ ପୁଣି କାରଖାନାର ସୁରକ୍ଷା କର୍ମଚାରୀ ତାଙ୍କର ଦରମା କୁନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

କାରଖାନା କର୍ତ୍ତୃପକ୍ଷ ବାରମ୍ବାର ଛୋଟିଆ କର୍ମଚାରୀ ମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଆସୁଛି । ତେବେ ଏଥର ନିରାପତ୍ତା ବିଭାଗର କର୍ମଚାରୀ ମାନଙ୍କୁ ଶୋଷଣ କରାଯାଇଥିବାରୁ ସମସ୍ତ କର୍ମଚାରି ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତି । ସୂଚନା ଅନୁସାରେ, ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘର ଆବାହକ ରଘୁନାଥ ମହାପାତ୍ର ସୁଚନା ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.