ETV Bharat / state

ଗରିବଙ୍କୁ ବାଣ୍ଟୁଥିଲେ ଖାଦ୍ୟ, ଦୁର୍ବ୍ୟବହାର କଲା ପୋଲିସ

author img

By

Published : May 1, 2020, 9:22 AM IST

Updated : May 1, 2020, 10:06 AM IST

ଲକଡାଉନରେ ସମାଜସେବୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଅଧା ବାଟରୁ ଅଟୋ ଫେରାଇବା ସହ ଗାଳିଗୁଲଜ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଗରିବଙ୍କୁ ବାଣ୍ଟୁଥିଲେ ଖାଦ୍ୟ, ଦୁର୍ବ୍ୟବହାର କଲା ପୋଲିସ
ଗରିବଙ୍କୁ ବାଣ୍ଟୁଥିଲେ ଖାଦ୍ୟ, ଦୁର୍ବ୍ୟବହାର କଲା ପୋଲିସ

ବରଗଡ: ଭୋକିଲାଙ୍କୁ ଆହାର ଯୋଗାଉଥିବା ସମାଜସେବୀଙ୍କୁ ପୋଲିସବାବୁଙ୍କ ଦୁର୍ବ୍ୟବହାର । ଲକଡାଉନ ସମୟରେ ଅସହାୟମାନଙ୍କୁ ସହାୟତା କରୁଥିବା ବେଳେ ବରଗଡର ଜଣେ ପୋଲିସ କର୍ମଚାରୀ ସମାଜସେବୀ ଜଣଙ୍କୁ ଗାଳିଗୁଲଜ କରିଥିବା ନେଇ ଏସପି ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।

ଦୀର୍ଘ 37 ଦିନ ହେବ କିଛି ସମାଜସେବୀ ପ୍ରତିଦିନ ସହରର ବିଭିନ୍ନ ସ୍ଥାନରେ ଥିବା 700 ଗରିବଙ୍କୁ ଖାଇବା ଯୋଗାଇ ଆସୁଛନ୍ତି । ହେଲେ ଗତକାଲି ଜଣେ ପୋଲିସ କର୍ମଚାରୀ ଏହି ସମାଜସେବୀଙ୍କୁ ଅଟୋକୁ ଅଟକାଇବା ସହ ଘରକୁ ପଠାଇଥିଲେ । ଆଉ କହିଥିଲେ ଯିଏ, ଅସୁବିଧାରେ ଅଛନ୍ତି ସେମାନେ ତାଙ୍କର ସୁବିଧା କରିବେ । ଫଳରେ ଭଟିଲ ଛକ ନିକଟରେ ବହୁ ଗରିବ ଓ ଅସହାୟ ବ୍ୟକ୍ତି ଭୋକ ଉପସାରେ ଦିନ କାଟିଛନ୍ତି ।

କେଉଁଠି ଲୋକେ ଖାଇବାକୁ ପାଉନଥିବା ଖବର ପାଇଲେ ପୋଲିସ ବିଭାଗ ପକ୍ଷରୁ ଏହି ସମାଜସେବୀଙ୍କୁ ଖାଦ୍ୟ ଯୋଗେଇଦେବାକୁ କୁହାଯାଉଛି | ଏଠି ସ୍ବେଚ୍ଛାସେବୀଙ୍କୁ ପୋଲିସର ଏପରି ଦୁର୍ବ୍ୟବହାର କେତେ ଦୂର ଯୁକ୍ତିଯୁକ୍ତ । ସେପଟେ ଏପରି ସମୟରେ ପୋଲିସ ବାବୁଙ୍କ ମାନସିକତାକୁ ବରଗଡ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : May 1, 2020, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.