ETV Bharat / state

ଲୁଚକାଳି ଖେଳୁଛି ଶୀତ, ଚିନ୍ତାରେ ଶୀତବସ୍ତ୍ର ବେପାରୀ - ବରଗଡ଼ରେ ନାହିଁ ଶୀତର ପ୍ରଭାବ

ବଗରଡ଼ ଜିଲ୍ଲାରେ ଲୁଚକାଳି ଖେଳୁଛି ଶୀତ । ମାର୍ଗଶୀର ଶେଷ ହେବା ଉପରେ କିନ୍ତୁ ଏପର୍ଯ୍ୟନ୍ତ ଶୀତର ଦେଖା ନାହିଁ । ଏପଟେ ଶୀତ ନଥିବା ଯୋଗୁଁ ଚିନ୍ତାରେ ପଡି଼ଛନ୍ତି ଶୀତବସ୍ତ୍ର ବେପାରୀ । ଅଧିକ ପଢ଼ନ୍ତୁ...

a warmer winter in bargarh, winter clothes vendor in disquietness,  winter clothes vendor, no winter in bargarh, ଶୀତ ଦେଉନି ଦେଖା, ଚିନ୍ତାରେ ଶୀତବସ୍ତ୍ର ବେପାରୀ, ବରଗଡ଼ରେ ନାହିଁ ଶୀତର ପ୍ରଭାବ, ବରଗଡ଼ ଶୀତ
ଶୀତ ଦେଉନି ଦେଖା, ଚିନ୍ତାରେ ଶୀତବସ୍ତ୍ର ବେପାରୀ
author img

By

Published : Dec 10, 2019, 11:43 PM IST

ବରଗଡ଼: କାର୍ତ୍ତିକ ଯାଇ ମାର୍ଗଶିର ମାସ ଶେଷ ହେବାକୁ ବସିଲାଣି ହେଲେ ଚଳିତ ବର୍ଷ ଏଯାଏଁ ଶୀତର ପ୍ରଭାବ ଅନୁଭୁତ ହେଉ ନାହିଁ । ଫଳରେ ମାନ୍ଦା ପଡ଼ିଛି ଶୀତବସ୍ତ୍ର ବ୍ୟବସାୟ । ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଚାରିଆଡ଼େ ଦେଖିବାକୁ ମିଳୁଛି ଶୀତବସ୍ତ୍ରର ପସରା । ରାସ୍ତା କଡ଼ରେ ସାଲ, ସ୍ବେଟର, ଜ୍ୟାକେଟ, କମ୍ବଳ, ମଫଲର, ଗ୍ଲୋବସ ଇତ୍ୟାଦି ଶୀତବସ୍ତ୍ରର ସମ୍ଭାର ଦେଖିବାକୁ ମିଳୁଛି କିନ୍ତୁ ଖାଲିପଡ଼ିଛି ଦୋକାନ । ନାଁ ଶୀତ ବଢୁଛି ନାଁ ଚାଲୁଛି ବ୍ୟବସାୟ । ଏପରି ସ୍ଥିତିରେ ଆଶା ଓ ଆଶଙ୍କାରେ ରହିଛନ୍ତି ବରଗଡ଼ର ଶୀତବସ୍ତ୍ର ବେପାରୀ ।

ଶୀତ ଦେଉନି ଦେଖା, ଚିନ୍ତାରେ ଶୀତବସ୍ତ୍ର ବେପାରୀ

ସମୟ ଥିଲା କାର୍ତ୍ତିକ ମାସରୁ ଶୀତରେ ଥରହର ହୋଇ ଉଠୁଥିଲା ବରଗଡ଼ ସହର ଏବଂ ଶୀତର ଆଗମନ ପୂର୍ବରୁ ସହରର ରାସ୍ତାକଡ଼ ସବୁ ରଙ୍ଗବେରଙ୍ଗ ଶୀତବସ୍ତ୍ରରେ ସୁନ୍ଦର ଦେଖାଯାଉଥିଲା । ବେପାରୀ ମାନେ ରାଜ୍ୟବାହରୁ ଶୀତବସ୍ତ୍ର ଆଣି ଏଠାରେ ବିକ୍ରିକରି ବେଶ ଦୁଇ ପଇସା ରୋଜଗାର କରନ୍ତି । ହେଲେ ସମୟ ବଦଳିବା ସହିତ ବଦଳିଯାଇଛି ପରିବେଶ । କାର୍ତ୍ତିକ ଯାଇ ମାର୍ଗଶିର ମାସ ଶେଷ ହେବା ଉପରେ ହେଲେ ବରଗଡ଼ରେ ଶୀତର ଦେଖା ନାହିଁ ।

ପୂର୍ବପରି ବେପାରୀ ମାନେ ଦୀର୍ଘଦିନରୁ ନିଜ ନିଜର ଶୀତବସ୍ତ୍ରର ପସରା ଖୋଲି ଗ୍ରାହକଙ୍କ ଅପେକ୍ଷାରେ ଥିବାବେଳେ କିନ୍ତୁ ଶୀତ ଆଦୌ ପଡୁନଥିବାରୁ ଗ୍ରାହକ ମଧ୍ୟ ଶୀତବସ୍ତ୍ରରୁ ମୁହଁ ଆଡେଇ ନେଉଛନ୍ତି । ଯେଉଁବର୍ଷ ଯେତେ ଅଧିକ ଶୀତ ପଡି଼ଥାଏ ସେହିବର୍ଷ ସେତେ ଅଧିକ ଶୀତବସ୍ତ୍ର ବିକ୍ରି ହୁଏ । ଶୀତ ଜାଣି ବେପାରୀଙ୍କ ବିକ୍ରି ହୋଇଥାଏ ଏବଂ ଶୀତର ପ୍ରଭାବ ବେପାରୀଙ୍କ ଉପରେ ପଡ଼ିଥାଏ । ତେବେ ଚଳିତ ବର୍ଷ ବରଗଡ଼ ସହରରେ ଆଦୌ ଶୀତର ପ୍ରଭାବ ଦେଖା ଦେଇନଥିବାରୁ ସମସ୍ତ ଶୀତବସ୍ତ୍ର ଦୋକାନରେ ବିକ୍ରିରେ ମାନ୍ଦା ଅବସ୍ଥା ଦେଖାଦେଇଛି । ଯାହାକୁ ନେଇ ବେପାରୀ ମାନେ ଚିନ୍ତାରେ ପଡିଯାଇଛନ୍ତି। ଆଗକୁ ଥଣ୍ଡା ବଢି଼ଲେ କିଛି ବେପାର ହେବାର ସମ୍ଭାବନା ନେଇ ଆଶାରେ ଅଛନ୍ତି ଶୀତବସ୍ତ୍ର ବେପାରୀ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:କାର୍ତ୍ତିକ ଯାଇ ମାର୍ଗଶିର ମାସ ଶେଷ ହେବାକୁ, ହେଲେ ଚଳିତ ବର୍ଷ ଏଯାଏଁ ଶୀତର ଆଗମନ ହୋଇନାହିଁ ଫଳରେ ମାନ୍ଦା ପଡ଼ିଛି ଶୀତବସ୍ତ୍ର ବ୍ୟବସାୟ । ଶୀତ ମାସ ଆରମ୍ଭ ହେବା ମାତ୍ରେ ଚାରିଆଡ଼େ ଦେଖିବାକୁ ମିଳୁଛି ଶୀତବସ୍ତ୍ର ର ପସରା । ଯୁଆଡେ ଦେଖିଲେ ରାସ୍ତା କଡ଼ରେ ସାଲ, ସୁଇଟର, ଜ୍ୟାକେଟ, କମ୍ବଳ, ମଫୁଲର, ଗ୍ଲୋବ ଇତ୍ୟାଦି ଶୀତ ବସ୍ତ୍ରର ସମ୍ଭାର ଦେଖିବାକୁ ମିଳୁଛି କିନ୍ତୁ ଖାଲିପଡ଼ିଛି ଦୋକାନ , ଗ୍ରାହକଙ୍କ ଦେଖାନାହିଁ । ନାଁ ଶୀତ ବଢୁଛି ନାଁ ବଢୁଛି ବ୍ୟବସାୟ , ଏପରି ପରିସ୍ଥିତିରେ ଆଶା ଓ ଆଶଙ୍କାରେ ରହିଛନ୍ତି ବରଗଡ଼ରେ ଶୀତବସ୍ତ୍ର ବ୍ୟାପାରୀ ମାନେ ।

Body:ସମୟ ଥିଲା କାର୍ତ୍ତିକ ମାସରୁ ଶୀତରେ ଥରହର ହୋଇ ଉଠୁଥିଲା ବରଗଡ଼ ସହର ଏବଂ ଏହି ରୂତୁର ଆଗମନ ପୂର୍ବରୁ ସହରର ରାସ୍ତାକଡ଼ ରଙ୍ଗବିରଙ୍ଗ ଶୀତବସ୍ତ୍ର ରେ ସୁନ୍ଦର ଦେଖାଯାଉଥିଲା । ବ୍ୟାପାରୀ ମାନେ ରାଜ୍ୟବାହରୁ ଶୀତବସ୍ତ୍ର ଆଣି ଏଠାରେ ବିକ୍ରିକରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ହେଲେ ଆଜି ସମୟ ବଦଳିବା ସହିତ ବଦଳିଯାଇଛି ଆଜିର ପରିବେଶ ମ କାର୍ତ୍ତିକ ଯାଇ ମାର୍ଗଶିର ମାସ ଶେଷ ହେବା ଉପରେ ହେଲେ ବରଗଡ଼ରେ ଶୀତର ଆଦୌ ଦେଖା ନାହିଁ ।

ପୂର୍ବପରି ବେପାରୀ ମାନେ ଦୀର୍ଘ ଦିନରୁ ନିଜ ନିଜର ଶୀତବସ୍ତ୍ରର ପସରା ଖୋଲି ଗ୍ରାହକଙ୍କ ଅପେକ୍ଷାରେ ଥିବା ବେଳେ କିନ୍ତୁ ଶୀତ ଆଦୌ ପଡୁନଥିବାରୁ ଗ୍ରାହକଙ୍କ ମଧ୍ୟ ଦେଖା ନାହିଁ । ଯେଉଁବର୍ଷ ଯେତେ ଅଧିକ ଶୀତ ବଢିଥାଏ ସେହି ବର୍ଷ ସେତେ ଅଧିକ ଶୀତବସ୍ତ୍ର ବିକ୍ରୀ ହୋଇଥାଏ । ଶୀତ ଜାଣି ବେପାରୀଙ୍କ ବିକ୍ରୀ ହୋଇଥାଏ ଏବଂ ଶୀତର ପ୍ରଭାବ ବେପାରୀଙ୍କ ଉପରେ ପଡ଼ିଥାଏ । ତେବେ ଚଳିତ ବର୍ଷ ବରଗଡ଼ ସହରରେ ଆଦୌ ଶୀତର ପ୍ରଭାବ ଦେଖାଦେଇନଥିବାରୁ ସମସ୍ତ ଶୀତବସ୍ତ୍ର ଦୋକାନ ମାନଙ୍କରେ ବିକ୍ରିରେ ମାନ୍ଦା ଅବସ୍ଥା ଦେଖାଦେଇଛି ଯାହାକୁ ନେଇ ବେପାରୀ ମାନେ ଚିନ୍ତାରେ ପଡିଯାଇଛନ୍ତି। ଆଗକୁ ଥଣ୍ଡା ବଢିଲେ କିଛି ବେପାର ହେବାର ସମ୍ଭାବନା ନେଇ ଆଶାରେ ଅଛନ୍ତି ଶୀତବସ୍ତ୍ର ବେପାରୀ ।

ବାଇଟ୧- ଉମାଶାଙ୍କର ପ୍ରଧାନ
ବାଇଟ୨- ସୋନାଲିକା ସାହୁ
ବାଇଟ୩- ୟଶବନ୍ତ କୁମାର ବୈଷ ( ବେପାରୀ)
ବାଇଟ୪- ଘନଶ୍ୟାମ ମଲ୍ଲିକ ( ବେପାରୀ )
ବାଇଟ ୫-ସୁଦାମ ନାଗ ( ଶ୍ରମିକ )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.