ETV Bharat / state

ବୁଡିବାକୁ ବସିଛି ସାକରପଟି ବେଉସା, ବର୍ଷକୁ ଥରେ ମନେ ପଡେ ଏହି ମିଷ୍ଟାନ - ସାକରପେଟି

ପବିତ୍ର ଦୋଳ ପୂର୍ଣ୍ଣିମାରେ ଖୋଜା ପଡେ ସାକରପଟି । କେବଳ ବର୍ଷକୁ ଥରେ ମାତ୍ର ସାକରପେଟିର ଚାହିଦା ରହିଥାଏ । ଯାହା ଫଳରେ ଆଜି ଏହି ସାକରପଟି ବେଉସା ବୁଡିବାକୁ ବସିଛି । ଏନେଇ ଅଧିକ ପଢନ୍ତୁ...

ବୁଡିବାକୁ ବସିଛି ସାକରପଟି ବେଉସା, ବର୍ଷକୁ ଥରେ ମନେ ପଡେ ଏହି ମିଷ୍ଟାନ

author img

By

Published : Mar 29, 2021, 6:18 AM IST

Updated : Mar 29, 2021, 8:10 PM IST

ବରଗଡ: ବର୍ଷକୁ ଥରେ ଖୋଜା ପରେ ସାକରପେଟି । ଫଗୁଣ ମାସର ପୂର୍ଣ୍ଣିମା ତିଥିରେ ଏହାର ଚାହିଦା କାହିଁ ରେ କେତେ । ହେଲେ ଏହି ସାକରପେଟି ଏବେ ସ୍ବପ୍ନ ପାଲଟିଛି । ରାଜ୍ୟର ମାତ୍ର ଗୋଟିଏ ଜିଲ୍ଲାରେ ତିଆରି ହେଉଛି ସାକରପଟି ମିଷ୍ଟାନ । ଫଳରେ ଏବେ ବୁଡିବାକୁ ବସିଛି ସାକରପଟି ବେଉସା ।

ବୁଡିବାକୁ ବସିଛି ସାକରପଟି ବେଉସା, ବର୍ଷକୁ ଥରେ ମନେ ପଡେ ଏହି ମିଷ୍ଟାନ

ଫାଲୁଗନ ମାସର ଦୋଳ ପୂର୍ଣ୍ଣମା ଦିନ ଏହି ସାକରପେଟିର ଚାହିଦା ରହିଥାଏ । ଦୋଳ ପୂର୍ଣ୍ଣିମାରେ ରାଧା ମାଧବ ଘର ଘର ବୁଲି ବୁଲି ଭୋଗ ଖାଇଥାନ୍ତି । ଦୋଳମଣ୍ଡପରେ ଠାକୁର ରଙ୍ଗ ଖେଳିବା ପରେ ଲାଗି ହୁଏ ଆମ୍ବ, ଚଣା, ଗୁଡ ଓ ସାକରପଟି ଭୋଗ । ଏହି ଫାଲଗୁନ ପୂର୍ଣ୍ଣିମାରେ ପଶ୍ଚିମ ଓଡିଶାର ମନ୍ଦିରମାନଙ୍କରେ ଭୋଗ ଲାଗି ହୁଏ ସାକରପଟି । କେବଳ ସେତିକି ନୁହେଁ ଚୈତ୍ର ମାସ ଦେବୀ ମା’ଙ୍କ ମାସ ହୋଇଥିବାରୁ ମନସ୍କାମନା ପାଇଁ ଲୋକେ ମାଆଙ୍କ ନିକଟରେ ସାକର ଓ ପଲାସ ଦେଇ ପ୍ରସନ୍ନ କରନ୍ତି।

ସେପଟେ, ଆଜିକା ଦିନରେ କେବଳ ବରଗଡ ଜିଲ୍ଲାକୁ ଛାଡି ଦେଲେ ଆଉ କେଉଁଠି ଦେଖିବାକୁ ମିଳେ ନାହିଁ ସାକର । ଜିଲ୍ଲାର ଲସ୍ତଲା ଗାଁର ମାତ୍ର 3 ଗୁଡିଆ ସମ୍ପ୍ରଦାୟର ପରିବାର ଏହି ନିଆରା ବୃତ୍ତିକୁ ବଞ୍ଚାଇ ରଖିଛନ୍ତି । ସାକରପଟି ମୁଖ୍ୟତଃ ଗୁଡରେ ପ୍ରସ୍ତୁତ ହୋଇଥାଏ । ଏହାକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସମୟସାପେକ୍ଷ ଓ କଷ୍ଟକର ମଧ୍ୟ ।

ପ୍ରଥମେ ହାଣ୍ଡିରେ ଗୁଡକୁ ଅଳ୍ପ ପାଣି ଦେଇ ଫୁଟାଯିବା ପରେ ଏକ ଶିଳ ଉପରେ ଢଳାଯାଏ । ଏହା ଥଣ୍ଡା ହେବା ପରେ ଗୋଟିଏ ଗୋଜିଆ ଖମ୍ବରେ ଗୁଡ ମୁଣ୍ଡା ରଖି ଟଣାଯାଏ । ଏପରି କିଛି ସମୟ କରିବା ପରେ ଗୁଡର ରଙ୍ଗରେ ପରିବର୍ତ୍ତନ ଆସେ । ପରେ ସେହି ଗୁଡକୁ ଆଣି ନିଆଁ ଆଗରେ ରଖି ହାତ ସାହାଯ୍ୟରେ ସୂତା ପରି ବାହାର କରାଯାଏ । ପରେ ସାକରର ଆକାର ଦେବା ପରେ ତାକୁ ଖରାରେ ଶୁଖାଯାଏ । ଆଉ ତାପରେ ବିକ୍ରି ପାଇଁ ବଜାର ପଠାଯାଏ । ତେବେ ସାକରପଟିର ବଜାର ଦର ଅପେକ୍ଷା ଶ୍ରମିକଙ୍କୁ କମ ପାରିଶ୍ରମିକ ମିଳୁଥିବାରୁ ହଜିବାକୁ ବସିଛି ଏହି ବେଉସା ।

ଏହି ସୁସ୍ବାଦୁ ସାକରପଟିର ଚାହିଦା କେବଳ ଫଗୁ ପୂର୍ଣ୍ଣିମାରେ ଥିବାବେଳେ ପଶ୍ଚିମ ଓଡିଶାର କିଛି ପରିବାର ହିଁ ଏହାର ପ୍ରସ୍ତୁତ ପ୍ରଣାଳୀ ଜାଣିଛନ୍ତି । ଦିନକୁ ଦିନ ବ୍ୟବସାୟ ସିନା କମୁଛି ତଥାପି ପରମ୍ପରା ବଜାୟ ରଖିବା ପ୍ରଚେଷ୍ଟାରେ ଏହି 3 ଗୁଡିଆ ସମ୍ପ୍ରଦାୟ । ତେଣୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେଲେ ସାକରପଟି ବୃତ୍ତି ବଞ୍ଚି ରହିବା ସହ କାରିଗରଙ୍କ ଉନ୍ନତି ହୋଇପାରିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Mar 29, 2021, 8:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.