ETV Bharat / state

ମାଲବୋଝେଇ କଣ୍ଟେନରରେ ନିଜ ରାଜ୍ୟକୁ ଫେରୁଛନ୍ତି ୪୧ ଶ୍ରମିକ

ଦେଶରେ ରବିବାର ଠାରୁ ଲାଗୁହୋଇଛି 4ର୍ଥ ପର୍ଯ୍ୟାୟ ଲକଡାଉନ । ଏପରିସ୍ଥଳରେ ବହୁ ଦିନ ଧରି ଅନ୍ୟ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକ ମାନେ ନିଜ ନିଜ ରାଜ୍ୟକୁ ଫେରିବାକୁ ବିଭିନ୍ନ ପନ୍ଥା ଆପଣାଇଛନ୍ତି । ଅଧିକ ପଢନ୍ତୁ....

ମାଲବୋଝେଇ କଣ୍ଟେନରରେ ନିଜ ରାଜ୍ୟକୁ ଫେରୁଛନ୍ତି ୪୧ ଶ୍ରମିକ
ମାଲବୋଝେଇ କଣ୍ଟେନରରେ ନିଜ ରାଜ୍ୟକୁ ଫେରୁଛନ୍ତି ୪୧ ଶ୍ରମିକ
author img

By

Published : May 18, 2020, 10:14 AM IST

ବରଗଡ଼: ଲକଡାଉନ ସମୟରେ ବହୁ ଶ୍ରମିକ ବାହାର ରାଜ୍ୟ ମାନଙ୍କରେ ଫସି ରହିଥିବା ବେଳେ ଏବେ ସମସ୍ତ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିବାରେ ଲାଗିଛନ୍ତି । ଏବେ ମଧ୍ୟ ଗୋଟେ ରାଜ୍ୟରୁ ଅନ୍ୟ ଗୋଟେ ରାଜ୍ୟକୁ ଯାତ୍ରୀବାହୀ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା କାରଣରୁ କିଏ ଚାଲିଚାଲି ତ ଆଉକିଏ ସାଇକେଲ ଜରିଆରେ ସପରିବାର ନିଜନିଜ ରାଜ୍ୟକୁ ଫେରୁଥିବା ଦେଖିବାକୁ ମିଳୁଛି । ତେବେ ବରଗଡ଼ ଜିଲ୍ଲା ଦେଇ ଯାଇଥିବା ରାଜପଥରେ ପ୍ରତିଦିନ ଶହ ଶହ ମାଲବୋଝେଇ ଟ୍ରକ ଯୋଗେ ବହୁ ଶ୍ରମିକ ଯାତ୍ରା କରୁଛନ୍ତି ।

ମାଲବୋଝେଇ କଣ୍ଟେନରରେ ନିଜ ରାଜ୍ୟକୁ ଫେରୁଛନ୍ତି ୪୧ ଶ୍ରମିକ
ମାଲବୋଝେଇ କଣ୍ଟେନରରେ ନିଜ ରାଜ୍ୟକୁ ଫେରୁଛନ୍ତି ୪୧ ଶ୍ରମିକ

ମାଲବାହୀ ଗାଡ଼ି କଣ୍ଟେନରରେ ଶ୍ରମିକ ବୁହା ହେବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ରେଡ଼ ଜୋନ ମହାରାଷ୍ଟ୍ର ରାଜ୍ୟରୁ କଲିକତାକୁ ଯାଉଥିବା ଏକ ମାଲବାହୀ କଣ୍ଟେନରରେ ୪୧ ଜଣ ଶ୍ରମିକ ସୋମବାର ନିଜ ଘରକୁ ଯାଉଥିବା ଦେଖିବାକୁ ମିଳିଥିଲା । ଏପରି ସ୍ଥଳେ ଏମାନେ ପିଇବାକୁ ପାଣି ଟୋପାଏ ମଧ୍ୟ ପାଉ ନ ଥିବା ବେଳେ ବରଗଡ଼ ଜିଲ୍ଲା ରେଙ୍ଗାଲି ଡ୍ୟାମ ଠାରେ ଥିବା ଏକ ପେଟ୍ରୋଲ ପମ୍ପରୁ ପିଇବା ପାଇଁ ପାଣି ବୋହି ନେଉଥିବା ସମୟରେ ଘଟଣାଟି ଲୋକଙ୍କ ନଜରରେ ଆସିଥିଲା ।

କଣ୍ଟେନର ଭିତରେ ଭର୍ତ୍ତିହୋଇ ରହିଥିବା ସମସ୍ତ 41 ଜଣ ଶ୍ରମିକ ବାହାରକୁ ଆସିଥିଲେ କିଛି ସମୟ ବାହାରେ ବୁଲିବା ସହ ଆଗକୁ ଯାତ୍ରା ପାଇଁ ପିଇବା ପାଣି ସଂଗ୍ରହ କରିଥିଲେ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.