ETV Bharat / state

ବରଗଡରେ ବଢୁଛନ୍ତି କ୍ୟାନ୍ସର ରୋଗୀ, ରାଜ୍ୟସ୍ତରୀୟ ବୈଠକ କଲା CVO

ଗତକାଲି ବରଗଡର ସ୍ଥାନୀୟ ସ୍ବୟଂସିଦ୍ଧା ଭବନ ଠାରେ କ୍ୟାନ୍ସର ଭଲିଣ୍ଟିଅର ଓଡିଶା (CVO)ର ରାଜ୍ୟସ୍ତରୀୟ ଜରୁରୀ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

cancer volunteers odisha
cancer volunteers odisha
author img

By

Published : Jul 24, 2023, 7:58 AM IST

cancer volunteers odisha

ବରଗଡ: ସାରା ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କ୍ୟାନ୍ସର ରୋଗ । ଗ୍ରାମାଞ୍ଚଳ ଠାରୁ ନେଇ ସହରରେ ବ୍ୟାପକ ବେଗରେ ବଢି ଚାଲିଛି କ୍ୟାନ୍ସର ରୋଗରେ ପୀଡିତଙ୍କ ସଂଖ୍ୟା । ଏନେଇ ଗତକାଲି(ରବିବାର) ବରଗଡର ସ୍ଥାନୀୟ ସ୍ବୟଂସିଦ୍ଧା ଭବନ ଠାରେ କ୍ୟାନ୍ସର ଭଲିଣ୍ଟିଅର ଓଡିଶା (CVO)ର ରାଜ୍ୟସ୍ତରୀୟ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବାଧିକ ବରଗଡ ଜିଲ୍ଲାରେ କ୍ୟାନ୍ସର ରୋଗରେ ପୀଡିତଙ୍କ ସଂଖ୍ୟା ଅଧିକ ରହିଛି । ଏନେଇ ବରଗଡ ଜିଲ୍ଲାର କ୍ୟାନ୍ସର ସରଭାଇଭରଙ୍କ ଦ୍ଵାରା ଗଠିତ "ଫାଇଟର୍ସ ଗ୍ରୁଫ" ସୁସ୍ଥ ସମାଜକୁ ସଚେତନ କରିବା ସହିତ କିପରି ଅନ୍ୟ କ୍ୟାନ୍ସର ରୋଗୀଙ୍କୁ ଓ ତାଙ୍କ ପରିବାରକୁ ଆର୍ଥିକ, ମାନସିକ ଓ ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ କରିପାରିବେ ସେନେଇ ନିଆରା ପ୍ରୟାସ ଜାରି ରଖିଛି ।

କ୍ୟାନ୍ସର ସହିତ ଲଢେଇ କରିବାକୁ ହେଲେ ବ୍ୟାପକ ସଚେତନତା ସହିତ କ୍ୟାନ୍ସର ରୋଗର ଶୀଘ୍ର ଚିହ୍ନଟିକରଣ ଓ କ୍ୟାନ୍ସର ପୀଡିତ ପରିବାରକୁ ସଠିକ ଚିକିତ୍ସାର ମାର୍ଗ ଦେଖାଇବା ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ପଡିବ । ତେଣୁ ବରଗଡର "ଫାଇଟର୍ସ ଗ୍ରୁଫ" ଓ "ଉମିଦେ" ପକ୍ଷରୁ ସାରା ଓଡିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ କାର୍ଯ୍ୟ କରୁଥିବା ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ସଂଗଠନମାନଙ୍କୁ ନେଇ ଭଲିଣ୍ଟିଅର ଓଡିଶାର ରାଜ୍ୟସ୍ତରୀୟ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ୟାନ୍ସର ରୋଗୀଙ୍କ ସାହାଯ୍ୟ କରୁଥିବା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ସଂଗଠନ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ କ୍ୟାନ୍ସର ରୋଗୀଙ୍କ ପାଇଁ କଣ ସବୁ ସୁବିଧା ଏବଂ ସଚେତନ କରାଯାଇପାରିବ ସେନେଇ ଆଲୋଚନା କରିଥିଲେ ଏହି ବୈଠକରେ ।

ଏହା ମଧ୍ୟ ପଢନ୍ତୁ-Cancer Survive Day: କର୍କଟ ରୋଗୀଙ୍କ ସହ ମଞ୍ଚରେ ନାଚିଲେ ବରଗଡ ସାଂସଦ

ସାରା ରାଜ୍ୟର ସମାଜସେବୀ ଓ ସଂଗଠନ ମାନଙ୍କୁ CVO ପକ୍ଷରୁ ଏକତ୍ରିତ କରିବାର ମୂଳ ଲକ୍ଷ ରହିଛି ଯେ କ୍ୟାନ୍ସର ରୋଗର ଉତ୍ତମ ଚିକିତ୍ସା ବ୍ୟବସ୍ଥା ଉପରେ ସମସ୍ତଙ୍କ ମଧ୍ୟରେ ଅଧିକ ସୂଚନା ଆଦାନ ପ୍ରଦାନ କରିବା । ସେହିପରି ସରକାରଙ୍କ ସହିତ ବିଭିନ୍ନ ଯୋଜନା ପାଇଁ ଆଲୋଚନା କରିବା, ଫଣ୍ଡ ଯୋଗାଣ ପାଇଁ ସହାୟ ହେବା ତଥା ରାଜ୍ୟର କୋଣ କୋଣରେ ପୀଡିତ ଥିବା କ୍ୟାନ୍ସର ରୋଗୀଙ୍କୁ ସାହାଯ୍ୟ କରିବା । ତେବେ ଗତକାଲିର ଏହି ବୈଠକରେ ଡାକ୍ତର ଭରତ ମିଶ୍ର ଯୋଗ ଦେଇ କ୍ୟାନ୍ସର ହେବାର କାରଣ ଓ ଏହାର ନିରାକରଣ ବିଷୟରେ ଅବଗତ କରାଇଥିଲେ । CVOର ଏହି ବୈଠକରେ ଫାଇଟର୍ସ ଗ୍ରୁପର ସମସ୍ତ ସଦସ୍ୟ, ଉମିଦେ NGO ର ନିତାଇ ପାଣିଗ୍ରାହୀ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅନୁଷ୍ଠାନମାନେ ଉପସ୍ଥିତ ରହିଥିଲେ l

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.